Jump to content

ପୃଷ୍ଠା:Arkakshetra konark.pdf/୪୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଅଛି । ଏହା ନେପଥ୍ୟ ପାଇଁ ପ୍ରୟୋଜନ । କରୁଣାସାଗର ମୋଧେରା ନାଟ୍ୟମଣ୍ଡପ କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ସେ ନାଟମଣ୍ଡପ ଏ ଲେଖକ ମଧ୍ୟ ଦେଖି ଆସିଛିା ସେଠାକାର ଆୟୋଜନ କୋଣାର୍କ ନାଟମଣ୍ଡପ ଭଳି, ଭାସ୍କର୍ଯ୍ୟ ଅନ୍ୟ ଶୈଳୀରେ ।

ଷ୍ଟେଲା କର୍ମରୀଶ୍‍ ଏହାକୁ ନାଟ୍ୟମଣ୍ଡପ ଅଭିହିତ କରି ସିଧାସଳଖ ଲେଖିଛନ୍ତି, "Aesthetically..... more satisfying"। ସେ ଆହୁରି ମଧ୍ୟ କହିଛନ୍ତି, ନାଟମଣ୍ଡପ ଓ ମୁଖଶାଳା ମଧ୍ୟରେ ଗୋଟିଏ ବେଦୀ ଅଛି ଯାହା ବାଜଣାଦାରମାନଙ୍କ ପାଇଁ ଉଦ୍ଦିଷ୍ଟ । "Aesthetically" ଶବ୍ଦଟିର ଗୋଟିଏ ଗଭୀର ବ୍ୟଞ୍ଜନା ଅଛି ଯାହା ହୁଏତ କର୍ମରୀଶ୍‍ ମଧ୍ୟ ଧରି ପାରିାହାନ୍ତି ।(୧୧୦)

ମନମୋହନ ଗାଙ୍ଗୁଲୀ କ'ଣ ଦେଖି କିଏ ଜାଣେ, ଗୋଟିଏ ବାକ୍ୟ ଲେଖିଛନ୍ତି ।"It is no doubt, a subsequent addition." (page-466) କଥାଟି ସତ୍ୟ ଏବଂ ବିସ୍ତାରିତ ଭାବେ ଆଲୋଚିତ ହେବ ସ୍ଥାପତ୍ୟ ଓ ଭାସ୍କର୍ଯ୍ୟ ପରିଚ୍ଛେଦ ଦ୍ୱୟରେ ।

କୋଣାର୍କ ସ୍ଥପତି ଜଣେ ଅସାମାନ୍ୟ ବ୍ୟକ୍ତି ଥିଲେ, ଯାହାଙ୍କ ସିଦ୍ଧାନ୍ତ ରାଜା ନରସିଂହ ଦେବ ମଧ୍ୟ ଭାଙ୍ଗି ପାରୁ ନଥିଲେ । (ଦାକ୍ଷିଣାତ୍ୟରୁ ଆଗତ ଶିଳ୍ପୀ ନିୟୋଜନ କଥା ମନେ ପକାନ୍ତୁ) ।

ଏ ଅସାମାନ୍ୟ ସୃଷ୍ଟି ପଛରେ ଗୋଟିଏ ଅସାମାନ୍ୟ ଦର୍ଶ କାର୍ଯ୍ୟ କରୁଥିଲା, ଯାହାର ଯୋଡ଼ି ବିଶ୍ୱରେ ନାହିଁ । ଏ ଲେଖକ କାଶ୍ମୀରର ମାର୍ତ୍ତଣ୍ଡ ଠାରୁ ଖଜୁରାହୋର ସୂର୍ଯ୍ୟ ମନ୍ଦିର ତଥା ଗୁଜୁରାଟର ମୋଧେରା ମଧ୍ୟ ଦେଖିଛି । କାହାରି ପରିକଳ୍ପାରେ ସୌରରଥର ଅନନ୍ତ ପରିକ୍ରମାର ଆଦର୍ଶ, ଏତେ ସ୍ପଷ୍ଟ ରୂପେ ଉଚ୍ଚାରିତ ହୋଇନାହିଁ । ସେ ମହାନ୍‍ ଦାର୍ଶିକ ସ୍ଥପତି ନିଶ୍ଚୟ ଚାହିଁ ନଥିବେ ତାଙ୍କ ପରିକଳ୍ପିତ ସୌର ରଥର ଗତି ପଥ ଆଉ ପାଞ୍ଚଟା ଇମାରତ୍‍ ଦ୍ୱାରା ନିରୋଧିତ ହେଉ । Aesthetic ଶବ୍ଦର ଗଭୀର ବ୍ୟଞ୍ଜନା ଏହିଠାରେ ।

ନରସିଂହଦେବଙ୍କ ସୌର ମନ୍ଦିର ସମ୍ମୁଖରେ ତାଙ୍କ ସମୟରେ ନାଟମଣ୍ଡପ ଗଢ଼ା ହୋଇ ନଥିଲା ।

ବିଗ୍ରହ :

ଧ୍ୱଂସସ୍ତୂପ ଅପସାରଣ କରିବା ପରେ ଗର୍ଭଗୃହରେ ରତ୍ନସିଂହାସନଟି ମିଳିଲା, ପ୍ରାୟ ଅକ୍ଷତ ଅବସ୍ଥାରେ କିନ୍ତୁ ସେଥିରେ ବିଗ୍ରହ ନଥିଲେ । ବିଭିନ୍ନ ପ୍ରମାଣରୁ ବିଶ୍ୱାସ ହେଉଛି ଏଠାରେ ପୂଜାପାଠ ବହୁବର୍ଷ ହୋଇଥିଲା । ବିଗ୍ରହଟି କୁଆଡେ଼ ଗଲା ତାହା ନେଇ ଅନେକଗୁଡ଼ିଏ ମତ ପ୍ରଚଳିତ ଅଛି ।

୧ । ମାଦଳାପାଞ୍ଜି ଅନୁଯାୟୀ ଆଗମନର ବାର୍ତ୍ତା ପାଇ ସେବକମାନେ ମୂର୍ତ୍ତିିଟିକୁ ପୁରୀ ଜଗନ୍ନାଥ ଦେଉଳକୁ ସ୍ଥାନାନ୍ତରିତ କରିନେଲେ ଏବଂ ସେହିଠାରେ ସେ ପୂଜା ପାଉଛନ୍ତି ।

୨ । ଆକ୍ରମଣକାରୀ ମୁସଲମାନମାନେ ବିଗ୍ରହଟିକୁ ଚୂର୍ଣ୍ଣ କରି ଦେଇଥିଲେ ।

୩ । ମୂର୍ତ୍ତିିଟି ଜଗନ୍ନାଥ ମୂର୍ତ୍ତିି ଭଳି କାଠରେ ନିର୍ମିତ ହୋଇଥିଲା ଯାହା କାଳକ୍ରମେ ନଷ୍ଟ ହୋଇଗଲା ।

୪ । ବିଗ୍ରହ ବଦଳରେ ଗୋଟିଏ ଥାଳି ପୂଜା କରାଯାଉଥିଲା ଯାହା ଶୂ୍ୟରେ ଝୁଲୁଥିଲା ।

କରୁଣାସାଗର ବିଷୟଟି ଭଲ ରୂପେ ଆଲୋଚନା କରିଛନ୍ତି, କିନ୍ତୁ ଏଥିରୁ କୌଣସି ଗୋଟିଏ ମଧ୍ୟ ନିର୍ଭରଯୋଗ୍ୟ ବୋଲି ବିଶ୍ୱାସ କରି ପାରୁନାହାନ୍ତି ।(୧୧୧)

ଶୁଚିବାୟୁଗ୍ରସ୍ତଗବେଷକମାନଙ୍କ ପରି କରୁଣାସାଗର ମଧ୍ୟ ମାଦଳାପାଞ୍ଜିର ନିର୍ଭରଯୋଗ୍ୟତା ନେଇ ସନ୍ଦିହାନ । ସେଥିପାଇଁ ଯଦିଓ ମାଦଳାପାଞ୍ଜି ଲେଖକମାନେ ବହୁଳାଂଶେ ଦାୟୀ କିନ୍ତୁ ଏହା ଏକମାତ୍ର ନଥି ଯାହା କ୍ରମାନ୍ୱୟରେ ଲେଖା ହୋଇ ଚାଲଥିଲା ଏବଂ ସଂଶୟୀ ଐତିହାସିକମାନେ ଏହାରି ଖିଅ ଧରି ଆଗେଇଛନ୍ତି । କରୁଣାସାଗର ମଧ୍ୟ ତାହାହିଁ କରିଛନ୍ତି; କିନ୍ତୁ ସେ ଆଲୋଚନା ଆସୁଛି ପରେ ।

୨ନମ୍ବର ମତଟି ଯଦିଓ ବିଶେଷ ରୂପେ ଆଲୋଚିତ ହୋଇନାହିଁ, ଏ ଲେଖକ ବିଶ୍ୱାସ କରେ, ତାହା ହୋଇଥିଲେ ଆକ୍ରମଣକାରୀମାନେ ମୂର୍ତ୍ତିିର ଭଗ୍ନାଂଶଗୁଡ଼ିକ ନେଇ ସମୁଦ୍ରରେ ଫୋପାଡ଼ି ଦିଅନ୍ତେ ନାହିଁ, ସେଇ ପଥର ଗଦା ମଧ୍ୟରେ ପଡ଼ିଥାଆନ୍ତା । ପରବର୍ତ୍ତୀ ସମୟରେ ଭଗ୍ନ ମନ୍ଦିର ମଧ୍ୟରୁ ବହୁ ସ୍ୱଳ୍ପଖ୍ୟାତ ମୂର୍ତ୍ତିି ଏବଂ ମୂର୍ତ୍ତିିର ଭଗ୍ନାଂଶ ବିଭି୍ନ ମ୍ୟୁଜିୟମ୍‍ରେ ଅଥବା ସ୍ଥାନୀୟ ମନ୍ଦିରରେ ସ୍ଥାନ ପାଇଛି । ମୁଖ୍ୟ ମୂର୍ତ୍ତିିର ଭଗ୍ନାଂଶ ଥିଲେ କିଛି ମିଳିଥାଆନ୍ତା ନିଶ୍ଚୟ । ତେଣୁ ଏ ମତଟି ଗ୍ରହଣଯୋଗ୍ୟ ନୁହେଁ ।

କାଠରେ ତିଆରି ସୂର୍ଯ୍ୟ ମୂର୍ତ୍ତିି ସମ୍ବନ୍ଧରେ କରୁଣାସାଗର କହିଛନ୍ତି, ଶାମ୍ବପୁରାଣ ଅନୁସାରେ ମୂର୍ତ୍ତିି କାଠରେ ନିର୍ମିତ ହୋଇପାରିବ ଏବଂ

ଐତିହାସିକ ଆଲବେରୁଣୀଙ୍କ ମତାନୁଯାୟୀ ମୁଲତାନର ସୂର୍ଯ୍ୟ ବିଗ୍ରହ କାଷ୍ଠ ନିର୍ମିତ; କିନ୍ତୁ ସେ କୌଣସି ସିଦ୍ଧାନ୍ତକୁ ଆସିାହାନ୍ତି । ଏ ବିଷୟରେ

ଅର୍କକ୍ଷେତ୍ର କୋଣାର୍କ . ୪୭