ପୃଷ୍ଠା:Arkakshetra konark.pdf/୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଓଡ଼ିଶାର ପ୍ରାକ୍ତ ମୁଖ୍ୟ ଯନ୍ତ୍ରୀ S. K. Palit ନରାଜ ପାଖରେ ମହାନଦୀ ଭିତରକୁ ଗୋଟିଏ ପଥର ଗଡ଼ା ଆବିଷ୍କାର କରି କୋଣାର୍କ ପାଇଁ ପଥର ସେଇ ବାଟେ ଯାଇଥିବା କଥା ଚିନ୍ତା କରିଥିଲେ ।(୧୩୬) ଗାଙ୍ଗୁଲୀ ପ୍ରଦତ୍ତ ତଥ୍ୟରୁ ଜଣାପଡ଼ୁଛି, ସେଇ "ନରାଜ ବୋଗଡ଼ା', ଲିଙ୍ଗରାଜ, ବ୍ରହ୍ମେଶ୍ୱର ଓ ଯମେଶ୍ୱର ମନ୍ଦିରରେ ବ୍ୟବହୃତ ହୋଇଛି । ଉପରୋକ୍ତ ସାରଣୀରୁ ଜଣାପଡୁଛି, ମନ୍ଦିରଗୁଡ଼ିକ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ପଥର ବ୍ୟବହାର କରୁଥିଲେ ମଧ୍ୟ ଅନ୍ୟ କିସମ ମଧ୍ୟ ବ୍ୟବହାର କରୁଥିଲେ । କୋଣାର୍କରେ Khondalite ମୁଖ୍ୟତଃ "ନରାଜ ବୋଗଡ଼ା' ହେଲେ ମଧ୍ୟ କିଛି ଅନ୍ୟ କିସମ ବ୍ୟବହାର ହୋଇଥିବାର ପ୍ରମାଣ ମିଳୁଛି, ଗାଙ୍ଗୁଲୀ ଏଠାରୁ ଖଣ୍ଡିଏ ଖଡ଼ିଆକନ୍ଦା ପଥର ନେଇ ପରୀକ୍ଷା କରାଇଥିଲେ । ତାହାର Specific gravity ବାହାରିଲା ମାତ୍ର ୧.୮୬୧. (P-୨୫୧)

କୋଣାର୍କ ଶିଳ୍ପୀ ବିଭି୍ନ କିସମର ପଥର ବିଭି୍ନ ପ୍ରୟୋଜନରେ ବ୍ୟବହାର କରିଥିଲେ । କିନ୍ତୁ ମନେ ହୁଏ, ସେମାନେ ପ୍ରତିଟି ପଥରର ଚରିତ୍ର ଅବଗତ ଥିଲେ । ଏ ପ୍ରସଙ୍ଗରେ ପ୍ରଫେସର୍‍ R.M. Lemaire ଙ୍କ ବକ୍ତବ୍ୟ ପ୍ରାସଙ୍ଗିକ ।

କିଛି ବର୍ଷ ପୂର୍ବେ UNESCOର R.M. Lemaire ଏବଂ ରୋମ୍‍ର Material Laboratory of the Institute of Central del Restraroର ଡାଇରେକ୍ଟର Mrs. M. Tabasso, ଭାରତ ସରକାରଙ୍କ ଆମନ୍ତ୍ରଣରେ କୋଣାର୍କ ଉପରେ ଗୋଟିଏ ରିପୋର୍ଟ ଦାଖଲ କରିଥିଲେ ୨୭ ମେ ୧୯୮୧ରେ(୧୩୭) । ବିଭି୍ନ ସ୍ତରର ପଥରଗୁଡିକର କ୍ଷୟ ସେମାନଙ୍କ ନଜରକୁ ଆସିଥିଲେ ମଧ୍ୟ ସଂକ୍ଷେପରେ ସେମାନଙ୍କର ପଥର ସମ୍ବନ୍ଧୀୟ ବକ୍ତବ୍ୟ :

1. Condition of stone is good despite areas of erosion.

2. Stone has reached a State of equilibrium.

3. Stone is made of very tough matrix.

4. No rapid weathering is to be feared in the forceable future.

ପ୍ରମାଣିତ ହେଉଛି, ଆଜିକାର ୠରଚ୍ଛକ୍ଷଚ୍ଛଵଷଜ୍ଞନ୍ଦ ମାନେ ପ୍ରସ୍ତର ବିଷୟରେ ଯେତିକି ଜ୍ଞାନ ରଖନ୍ତି ସାତଶହ ବର୍ଷ ପୂର୍ବର ସ୍ଥପତି ଶିଳ୍ପୀ ତାହା ଠାରୁ କିଛି ମାତ୍ର କମ୍‍ ଜ୍ଞାନୀ ନଥିଲେ । ପ୍ରସ୍ତର ଚୟନ କିନ୍ତୁ ସଂପୂର୍ଣ୍ଣ ନିର୍ଭୁଲ୍‍ ଥିଲା କହିହେବ ନାହିାଁ ଆଜି କନ୍ଦାପଥର ଖଣ୍ଡୋଲାଇଟ୍‍ ଲୁଣି ଖାଇ ବିକଳାଙ୍ଗ ହୋଇ ଯାଇଥିବାରୁ ଏକଥା କୁହାଯାଉ ନାହିଁ । ପୁରୀ ମନ୍ଦିର ଯାହା କୋଣାର୍କଠାରୁ ପୁରାତନ, ସେଠାକାର ପ୍ରସ୍ତର ଏତେ କ୍ଷୟପ୍ରାପ୍ତ ହୋଇନାହିଁ । ସେଠାରେ ମଧ୍ୟ ଖଣ୍ଡୋଲାଇଟ୍‍ ବ୍ୟବହୃତ । ଅବଶ୍ୟ ତିିଟି କାରଣ ପୁରୀ ମନ୍ଦିର ଶିଳ୍ପକୁ ରକ୍ଷା କରିଛି । (୧) ବିଶାଳ ଉଚ୍ଚ ବେଢ଼ା ଯାହା ଲବଣାକ୍ତ ପବନକୁ ରୋଧକରି ବୁଲେଇ ଦେଉଛିା (୨) ପଥର ଉପରେ ଚୂ ପୁଟ ଯାହା ବର୍ତ୍ତମାନ ଛଡ଼ା ହୋଇ କେମିକାଲ୍‍ ଦିଆଯାଉଛି ଏବଂ (୩) ନିୟମିତ ରକ୍ଷଣାବେକ୍ଷଣ ଏ ତିିଟି ବିଷୟରେ କୋଣାର୍କ ହତଭାଗ୍ୟ । ସବୁ ଦିଗରୁ ବିଚାର କଲେ, ହୁଏତ କନ୍ଦା ପଥରର ବ୍ୟବହାର ଅପରିହାର୍ଯ୍ୟ ଥିଲା । କିନ୍ତୁ କନ୍ଦାପଥରର ମଧ୍ୟ ୧୨ଟି କିସମ ଅଛି ଏବଂ ସେମାନଙ୍କର ଚରିତ୍ର ଗତ ପ୍ରଭେଦ ବହୁତ (ସାରଣୀ ୫ ଦ୍ରଷ୍ଟବ୍ୟ) । ହୁଏତ ରଙ୍ଗଡ଼ାଳିମା, ବାଲିଆ ଖଡ଼ିଆକନ୍ଦା ଯଥେଷ୍ଟ ପରିମାଣରେ ନ ମିଳିବାରୁ ଅନ୍ୟ କିସମ ବ୍ୟବହାର କରାଯାଇଛି । କିନ୍ତୁ ଗୋଟିଏ ଶିଳ୍ପରେ ଭି୍ନ ଭି୍ନ କିସମର ବ୍ୟବହାର ନିକଟବର୍ତ୍ତୀ ଚରିତ୍ରର ହେଲେ ମଧ୍ୟ ରୋଧ କରାଯାଇ ପାରି ଥାଆନ୍ତାା ଫଟୋଚିତ୍ର -୪୫ ପୃଷ୍ଠା-୧୨୪ ଦେଖିଲେ ବକ୍ତବ୍ୟ ପରିଷ୍କାର ହେବ । ଦୁଇ କିସମର କନ୍ଦା ପଥରରେ ମୂର୍ତ୍ତିିଟି ଗଢ଼ା ହୋଇଛିା ଉପର ଅଂଶ ପ୍ରାୟ ଅକ୍ଷତ ଅଛି ଯେଉଁଠାରେ ତଳ ଅଂଶ ପାୟ ନିଶ୍ଚିହ୍ନ ହୋଇ ଯାଇଛି ।

ପରିବହନ :

କୋଣାର୍କ ଦେଉଳରେ ଯେତେ ପ୍ରକାର ପଥର ଯେଉଁ ବିପୁଳ ପରିମାଣରେ ବ୍ୟବହାର ହୋଇଥିଲା ତାହାର ପରିବହନ ସହଜ ହୋଇ ନଥିବ । କନ୍ଦା ପଥର ହୁଏତ ନରାଜଠାରୁ ମହାନଦୀ ଓ ତାହାର ଶାଖା ପ୍ରଶାଖାଦ୍ୱାରା ଅଣା ଯାଇଥିଲା କିନ୍ତୁ ସବୁ ପ୍ରକାରର କନ୍ଦା ପଥର ନରାଜ ପାଖାପାଖି ମିଳେନାହିଁ । "ନରାଜ ବୋଗୋଡ଼ା'ର ଦାନା ମୋଟ, (୫ ନମ୍ବର ସାରଣୀ ଦ୍ରଷ୍ଟବ୍ୟ) ଯାହା ସୂକ୍ଷ୍ମ କାମ ପାଇଁ ଉପଯୁକ୍ତ ନୁହେଁ । ସେଥିପାଇଁ 'ରଙ୍ଗଡାଳିମା' ଅଥବା "ବାଲିଆ ଖଡ଼ିଆ କନ୍ଦା' ବ୍ୟବହୃତ ହୋଇଥିବା ମନେ ହୁଏ । ମାଙ୍କଡ଼ା ପଥର ହୁଏତ ପାଖାପାଖି ମିଳୁଥିଲା, କିନ୍ତୁ ଉନ୍ନତ ଚରିତ୍ରର (କଳା ଜାଇ ସାନ ଆଖି) ମାଙ୍କଡ଼ା ପଥରର ପ୍ରାପ୍ତିସ୍ଥାନ ମୁଖ୍ୟତଃ ଖୋର୍ଦ୍ଧା ଓ ଚୌଦ୍ୱାର ଅଞ୍ଚଳ । ଏହାଛଡ଼ା ମୁଗୁନି (Chlorite)ର ପ୍ରାପ୍ତିସ୍ଥାନ ନୀଳଗିରି, ମୟୂରଭଞ୍ଜ, ବଣେଇ ଓ କେନ୍ଦୁଝରର ଚମ୍ପୁଆ(୧୩୮) । କରୁଣାସାଗର ବିଭି୍ନ ପଥର ସ୍ତରର ଯୋଡ଼ିଏ ରେଖାଚିତ୍ର ଉପସ୍ଥାପନ କରିଛନ୍ତି । ( Fig. 19 & 20- PP. 97 & 99 ) । ବୋନର୍‍, ଶର୍ମା ଓ ଦାସ ସମ୍ପାଦିତ "New light on the Sun Temple" ର

ବାୟାଚକଡ଼ା ବିବରଣୀରୁ ବିଭି୍ନ ସମୟରେ କେଉଁଠାରୁ ପଥର ଅଣାଯାଇଥିଲା ତାହାର ନିମ୍ନୋକ୍ତ ତଥ୍ୟ ମିଳୁଛି :

୬୦ . ଅର୍କକ୍ଷେତ୍ର କୋଣାର୍କ