Jump to content

ପୃଷ୍ଠା:Arkakshetra konark.pdf/୬୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଏଠାରେ ବିଭିନ୍ନ ସମୟର ଦୁଇଜଣ ଗବେଷକଙ୍କ ମତ ଉପସ୍ଥାପନ କରିବା ପ୍ରାସଙ୍ଗିକ ହେବ ।

"....... There was nothing which they prized so highly as religion. It was the be-all and end-all of their lives. Everything they did was ascribable to this instnict. Religion was the main-spring of their activities. It was not an excrescence but a vital part of the system."

– MM Ganguly.
Orissa & Her Remains, Page-158

"Loyality and love towards their work alone can explain the phenomenal endurance of the artisans keeping up their arduous efforts during twelve long years. The work never betrays any sign of tiredness, but throughout pulsates with a freshness and vitality -------

The relationship between the organisers and leaders of the enterprise and the executive of artisans and labour forces was evidentally a friendly and dignified one, although the prevailing discipline seems to have been rather strict. ------- The supervisers evedentally knew how to temper their vigilance with benevolence.

An untiring devotion, a sacred fire that never flagged must have animated all these men, without which the greatest technical skill and most splendid organisation would not have been able to complete this gigantic monument in so short a time.

– Alice Boner.
New light on the Sun Temple of Konark.(P.P. XLIII, XLV)

ପଥର ଯୋଡେ଼ଇ :

ସେ ଯୁଗରେ ଓଡ଼ିଶାର କୌଣସି ମନ୍ଦିରରେ ପଥର ସହିତ ପଥର ଯୋଡ଼ିବାକୁ କୌଣସି ଧରଣର ମସଲା ବ୍ୟବହାର ହେଉ ନଥିଲା । ଚୂନର ବ୍ୟବହାର ଜଣାଥିଲା ଏବଂ ବ୍ୟବହାର କରାଯାଉଥିଲା ଭାସ୍କର୍ଯ୍ୟହୀନ ସାଦାସିଧା ଦେବାଲ୍‍ ପଲସ୍ତରାରେ । କୋଣାର୍କର ଜଗମୋହନ ଓ ଗର୍ଭଗୃହ ଭିତର କାନ୍ଥ ଉପରେ ତିନି ପରସ୍ତ ପଲସ୍ତରାର ବିଶ୍ଳେଷଣ ହୋଇଛି । ପ୍ରଥମ ଦୁଇ ପରସ୍ତ ମୋଟାବାଲିରେ ଏବଂ ଉପର ପରସ୍ତ ଯାହାର ବେଧ ମାତ୍ର ୧/୧୬" ଅତି ସୂକ୍ଷ୍ମ ବାଲିରେ ପଲସ୍ତରା ହୋଇଥିଲା, ପଲସ୍ତରାର ସମ୍ପୂର୍ଣ୍ଣ ବେଧ ୩/୮" (୯.୫ ମିଲିମିଟର) ।(୧୪୪) ମସଲା ବି । ଏତେ ବିରାଟ ମନ୍ଦିର (ପ୍ରାୟ ୨୩ ତାଲା କୋଠା ସହ ସମାନ) ଠିଆ ହୋଇ ରହିଥିଲା କିପରି ? ଏହା ସ୍ଥାପତ୍ୟ ବିଭାଗରେ ଆଲୋଚିତ ହେବ, ତେବେ ଏଠାରେ ଏତିକି କହିଲେ ଯଥେଷ୍ଟ ହେବ, ଏ ସମସ୍ତ ବାଲାନ୍‍ସର ଖେଳ । ଯଦିଓ ମନ୍ଦିର ଭିତର ଚଉକଶ୍‍ ହୋଇଥାଏ ବାହାର ପଟ ବିଭିନ୍ନ ପାଗ ଗଠନ ଫଳରେ ବିଭିନ୍ନ ବେଧର ହୋଇଥାଏ । କୋଣରେ ୧୬ରୁ ୧୭ ଫୁଟ୍‍ ଏବଂ ମଝିରେ ୨୦ରୁ ୨୫ ଫୁଟ୍‍ ମୋଟ ଦେବାଲ୍‍ କ୍ରମେ ବକ୍ରରେଖାରେ ଅଥବା ପୀଢ଼ ଥାକରେ ମୁଣ୍ଡକୁ ଉଠିଥାଏ । ଏତେ ମୋଟ ଦେବାଲର ପ୍ରତି ସ୍ତରରେ ଅନେକ ପଥର ଲାଗେ ଏବଂ ସେ ସବୁର ମୋଟ ସମାନ, କିନ୍ତୁ ଅନ୍ୟାନ୍ୟ ପାର୍ଶ୍ୱ କଦାପି ସମବାହୁ ନୁହେଁ । ଏକମାତ୍ର ବାହାର ଏବଂ ଭିତର ଭାଗରେ ପଥରର ସାମ୍ୟ ଥାଏ । ଏ ସବୁ ଏତେ ମାତ୍ରାରେ ସମତଳ କରାଯାଇଥାଏ ଯେ, ପରସ୍ପର ଦେହକୁ ଦେହ ଲାଗିଥାଏ, କୌଣସି ଠାରେ ଫାଙ୍କ ରହି ନଥାଏ । ଏଇଠାରେ ପଥର କଟାଳିର ବାହାଦୁରି । ସ୍ଥପତିର ନକ୍ସା, ଏପରି କୌଣସି ଖଣ୍ଡେ ପଥର ଖସିବାକୁ ଚାହିଁଲେ ଭିତର ଦିଗକୁ ହିଁ ପଡ଼ିବାର ଚେଷ୍ଟା କରିବ ଏବଂ ସେ ପତନ ରୋଧ କରିବ ବଳୟର ଅନ୍ୟାନ୍ୟ ପଥର, ଯାହା ଦେହକୁ ଦେହ ଠେସା ଠେସି ହୋଇ ରହିଛି । ପ୍ରସ୍ତରଶିଳ୍ପୀର ବାହାଦୁରି, ସେ ଏ ପ୍ରତ୍ୟୟ (concept)ଟି କାର୍ଯ୍ୟରେ ପରିଣତ କରି ପାରିଥିଲା । ଦେବାଲର ସ୍ଥୂଳତା ଏତେ ବେଶୀ ଯେ ଖଣ୍ଡେ ଅଧେ ପଥର କାଢ଼ି ନେଲେ ତାସଘର ଭଳି ମନ୍ଦିରଟି ହଠାତ୍‍ ଭୁଶୁଡ଼ି ପଡ଼ିବ ନାହିଁ, ସମୟ ନେବ ଏବଂ ତାହା ହିଁ ହୋଇଥିଲା କୋଣାର୍କ କ୍ଷେତ୍ରରେ । ସେ ଆଲୋଚନା ଆଗକୁ ହେବ ।

ଏପରି ଗଠନ ପ୍ରଣାଳୀରେ ଲୁହା clamp (ଚାପୁଣି) ଦରକାର ନାହିଁ, କିନ୍ତୁ କୋଣାର୍କ ଶିଳ୍ପୀ ଅନେକ ସ୍ଥାନରେ ତାହାହିଁ କରିଥିଲେ ଯାହା

ଅବଶ୍ୟ ଭୁଲ୍‍ ପଦକ୍ଷେପ ଥିଲା । ଲୁହା କ୍ରମେ ଜଙ୍କ୍‍ ଧରି ଫୁଲିଲା ଓ ପଥର ଫଟେଇଲା । ଏହା ଅବଶ୍ୟ ହୋଇଥିଲା ଶହ ଶହ ବର୍ଷ ପରେ । ମନ୍ଦିରର

୬୪ . ଅର୍କକ୍ଷେତ୍ର କୋଣାର୍କ