ପୃଷ୍ଠା:Arkakshetra konark.pdf/୭୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଉଦ୍ଦେଶ୍ୟ ଥିଲେ କିଏ କାହିଁକି ମୂର୍ତ୍ତିିଟିକୁ ଏତେ ଦୂର ଏତେ ଉଚ୍ଚକୁ ବୋହି ଆଣିଥିବ ? ସେ ମନ୍ଦିରକୁ ଲାଗି ଦକ୍ଷିଣ ପଟ ବେଢ଼ାରେ ଗୋଟିଏ ଦ୍ୱାର ଥିଲା ସମୁଦ୍ରବାଟେ ମୂର୍ତ୍ତିି ପାଚାର କରିଦେବା ପାଇଁ । ବିଶ୍ୱାସ କରିବାର କାରଣ ଅଛି । ନାଟମଣ୍ଡପଟି ପୂଜା ଆରାଧନା ପାଇଁ ଉଦ୍ଦିଷ୍ଟ ନହୋଇଥିବାରୁ ଏବଂ ଚାରିପଟ ଖୋଲା ଥିବାରୁ ମୁସଲମାନ ଆକ୍ରମଣରୁ ବର୍ତ୍ତିି ଯାଇଥିଲା । ଆହୁରି ମଧ୍ୟ ବିଶ୍ୱାସ କରାଯାଇପାରେ ପୂଜକମାନେ ମୂର୍ତ୍ତିିଟିକୁ ଏଠାରେ ଆଣି ପୂଜା କରୁଥିଲେ ଏବଂ ଏ ବିଶ୍ୱାସର ଅନ୍ୟ ଗୋଟିଏ କାରଣ ଦ୍ୱିତୀୟ ଉଦାହରଣ ।

ନବଗ୍ରହ ଶିଳାଟି କଲିକତା ମ୍ୟୁଜିୟମ୍‍କୁ ସ୍ଥାନାନ୍ତରିତ କରିବାର ଦୁଇଟି ବ୍ୟର୍ଥ ଚେଷ୍ଟା କରାଯାଇଥିଲା । (୧୮୬୮ ଏବଂ ୧୮୯୨) ପ୍ରଥମ ପ୍ରଚେଷ୍ଟାଟି ତ୍ୟାଗ କରାଗଲା ପରିବହନ ସମସ୍ୟା ଯୋଗୁଁ । ଦ୍ୱିତୀୟ ପ୍ରଚେଷ୍ଟାଟି ତ୍ୟାଗ କରାଗଲା ସ୍ଥାନୀୟ ପୂଜକ ଓ ଲୋକମାନଙ୍କ ମିଳିତ ବାଧା ଫଳରେ । ସେତେବେଳକୁ ସେମାନେ ସେଇ ଖୋଲା ଆକାଶ ତଳେ ଫୁଲ, ଚନ୍ଦନ, ସିନ୍ଦୂର ଦେଇ ନବଗ୍ରହ ପୂଜା କରୁଥିଲେ (୧୭୭)ଯାହା ବର୍ତ୍ତମାନ ଗୋଟିଏ ହଲ୍‍ ଘର ଭିତରେ ସଂପୂର୍ଣ୍ଣ ଅନୁଷ୍ଠାନର ମାନ୍ୟତା ପାଇଛି ।

ଗୋଟିଏ ବିଷୟ ଉଲ୍ଲେଖନୀୟ । ପୃଷ୍ଠା ୨୦୭ରେ ଉପସ୍ଥାପିତ ପଶ୍ଚିମ ପାର୍ଶ୍ୱଦେବଙ୍କ ଆଲୋକଚିତ୍ର (ଫଟୋ ନଂ ୭୩-ଛ) ଯେବେ ପୂର୍ବ ପୃଷ୍ଠାରେ କଥିତ ମୂର୍ତ୍ତିି (ଫଟୋ ନଂ-୮) ହୋଇଥାଏ, ତେବେ ଦିଲ୍ଲୀ ମୁ୍ୟଜିୟମ୍‍କୁ ଯିବା ପୂର୍ବେ ଖଣ୍ଡିତ ହୋଇଥିଲା । ଏହା ଆହୁରି ଅନୁସନ୍ଧାନ ସାପେକ୍ଷ ।

ବିଶ୍ୱାସ କରାଯାଇ ପାରେ, ୧୫୬୮ରେ ପ୍ରଥମ ମୁସଲମାନ ଆକ୍ରମଣର ଷାଠିଏ ବର୍ଷ ପରେ ଗଜସିଂହର ପତନ ପରେ ମଧ୍ୟ ଓଡ଼ିଶାର ହିନ୍ଦୁ ରାଜାମାନେ ସୂର୍ଯ୍ୟ ମନ୍ଦିରର ଧାର୍ମିକ ପ୍ରଥା ବହୁ ଦି ଜୀବିତ ରଖùଥିଲେ । ସେମାନେ ଆଶା କରୁଥିଲେ, ଏ ଅମର ସୃଷ୍ଟି ପୁର୍ବାର ଗଢ଼ି ଉଠିବ । ଭାରତର ପଶ୍ଚିମ ଉପକୂଳରେ ତ ପୁଣି ପ୍ରସିଦ୍ଧ ସୋମନାଥ ମନ୍ଦିର ମୁସଲମାନ ଆକ୍ରମଣରେ ୬ଥର ଧ୍ୱଂସ ହୋଇ ୬ଥର ପୁର୍ନିର୍ମାଣ ହୋଇଛି ।(୧୭୮) କୋଣାର୍କ ଉପରେ ମୁସଲମାନ ଆକ୍ରମଣ କଳାପାହାଡ଼ ପରେ ଶେଷ ହେଲା ନାହିଁ । କରୁଣାସାଗରଙ୍କ ଉପସ୍ଥାପିତ ତଥ୍ୟ ଅନୁଯାୟୀ ଷୋଡଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ବାକର୍‍ ଖାଁ ନାଜମା ସାନୀ ନାମକ ଓଡ଼ିଶା ସୁବେଦାର କୋଣାର୍କ ଆକ୍ରମଣ କରିଥିଲେ ଏବଂ ତାଙ୍କର ଅତ୍ୟାଚାର ସୀମାତିରିକ୍ତ ହେଲାରୁ ଦିଲ୍ଲୀ ବାଦଶାହ ବାକର ଖାଁଙ୍କୁ ୨୪ ଜୁ୍‍ ୧୬୩୨ରେ ଓଡ଼ିଶାରୁ ସ୍ଥାନାନ୍ତର କରିଥିଲେ ।(୧୭୯)

ପ୍ରଶ୍ନ ଉଠିପାରେ, ଅର୍ଦ୍ଧ-ଶତାବ୍ଦୀ ପୂର୍ବେ କଳାପାହାଡ଼ ମନ୍ଦିର ଲୁଣ୍ଠ କରିବା ପରେ ବାକର ଖାଁ କି ଉଦ୍ଦେଶ୍ୟରେ ପୁଣି ଆକ୍ରମଣ କରିଥିଲେ । ଦୁଇଟି କାରଣ ଥାଇପାରେ । (୧) ପ୍ରଥମ ଆକ୍ରମଣ ପରେ ମଧ୍ୟ ପୂଜାପାଠ ବନ୍ଦ ହେଉ ନଥିଲା ଏବଂ ଐମଚ୍ଛଚ୍ଚଚ୍ଛମକ୍ଷବଜ୍ଞନ୍ଦ ସତ୍‍ ମୁସଲମାନର (!) ଏହା ସହ୍ୟ ହେଉ ନଥିଲା । (୨) ଦ୍ୱିତୀୟ କାରଣ ପୁଣି ସେଇ ରତ୍ନଲୋଭ । ବିମାନର ଗଣ୍ଡି ଭିତରେ ଦୁଇ ତିନୋଟି ମୁଦ (ମରଷକ୍ଷଷଚ୍ଚଵ) ଥାଏ, ଯେଉଁଥିରେ ପ୍ରଚଳିତ ବିଶ୍ୱାସ ଅନୁଯାୟୀ ମନ୍ଦିରର ଧନରତ୍ନ ଗଚ୍ଛିତ ରହୁଥିଲା ।(୧୮୦) ସୋମନାଥ ମନ୍ଦିର ଉପରେ ହୋଇଥିବା ଅନେକଗୁଡ଼ିଏ ଆକ୍ରମଣରୁ ୧୦୨୫ ଖ୍ରୀଷ୍ଟାବ୍ଦରେ ହୋଇଥିବା ଆକ୍ରମଣର ଗୋଟିଏ ବିବରଣୀ ମିଳୁଛି ପୂର୍ବୋକ୍ତ ସନ୍ଦର୍ଭରୁ । ସେଥିରେ ଲୁଣ୍ଠର ଆକଳନ କରାଯାଇଛି କୋଡ଼ିଏ ହଜାର ଦିାର । ଓଡ଼ିଶା ମନ୍ଦିରରେ ଥିବା ମୁଦ ଭିତରକୁ କେହି ପ୍ରବେଶ କରିବାକୁ ସାହସ କରୁ ନଥିଲେ, ସଂସ୍କାର ତଥା ବହୁବର୍ଷରୁ ଜମା ହୋଇଥିବା ବିଷ ବାଷ୍ପ ଭୟରେ । (୬୯ପୃଷ୍ଠାରେ ଥିବା ରେଖାଚିତ୍ର-୪ ଦେଖନ୍ତୁ) । ଯବନ ଦସୁ୍ୟଙ୍କ କଥା ନିଆରା । ସେମାନେ ବାରେ ବାରେ ଦେବାଲ ଭାଙ୍ଗିବାର ଚେଷ୍ଟା କରିଥିବେ । ୨୦/୨୫ ଫୁଟ୍‍ ନିଦା ଦେବାଲ୍‍ ଭାଙ୍ଗିବା ସହଜ ନୁହେଁ । ତେବେ ୫୦/୬୦ ବର୍ଷ ଭିତରେ (କଳସ ଓ ଅଁଳା ପଡ଼ିବା ପରେ) ପଥରସବୁ ହୁଗୁଳା ହୋଇ ଯାଇଥିବ । ରତ୍ନ ସିଂହାସନ ଭିତରେ ମଧ୍ୟ ଧନରତ୍ନ ଜମା ଥିବା କଥିତ ଅଛି । ସିଂହାସନଟି ତିି ଚାରି ପ୍ରସ୍ତ ପଥରରେ ତିଆରି ବଡ଼ ସିନ୍ଦୁକ ଭଳି ଭ୍ରମ ହୁଏ; ତାହାର ଉପର ପ୍ରସ୍ତ ମଧ୍ୟ ଖୋଲାଯାଇ ଥାଇପାରେ । ସମସ୍ତ ପାରିପାର୍ଶ୍ୱିକ ତଥ୍ୟ ବିଚାରକୁ ନେଲେ ଯବନମାନଙ୍କର ଲୁଣ୍ଠ ଯେ ଖାଲି କଳସରେ ସୀମିତ ଥିଲା, ମନେ ହୁଏ ନା । ଷାଠିଏ ବର୍ଷ ଭିତରେ ସେମାନେ ତ ଖାଲି ପର୍ଯ୍ୟଟକ ଭଳି ବୁଲିଗଲେ ନାହିଁ ! ବିଶ୍ୱାସ କରିବାର କାରଣ ରହୁଛି, କୋଣାର୍କ ଦେଉଳ ପତନ ପଛରେ ଯବନ ଆକ୍ରମଣର ଭୂମିକା କମ୍‍ ନଥିଲା ।

ଗଜସିଂହର ପତନ :

ବିମାନ ଦେହରୁ ଖସି ପଡ଼ିଥିବା ଗଜସିଂହଟି ବିଶାଳ; ବର୍ତ୍ତମାନ ତିିଖଣ୍ଡରେ ପଡ଼ି ରହିଛି ଜଗମୋହନ ଉତ୍ତର ପଟେ । (ଚିତ୍ର ନଂ.୯ ଦ୍ରଷ୍ଟବ୍ୟ) । ଅଧିକାଂଶ ଐତିହାସିକ ବିଶ୍ୱାସ କରିଥାଆନ୍ତି, ଗଜସିଂହ ଜଗମୋହନ ମୁଣ୍ଡରେ ପଡ଼ି ସେଠାରୁ ଗଡ଼ି ଯାଇ ଉତ୍ତର ପଟେ ତିି ଖଣ୍ଡ ହୋଇ ପଡ଼ିଥିଲା । ଘଟଣାଟି ଠିକ୍‍ ଏଇପରି ଘଟି ନଥିଲା । ଗଜସିଂହଟିର ମାପ ଥିଲା : ସିଂହ ମସ୍ତକରୁ ହସ୍ତୀ ପାଦ ଯାଏ ୨୦ ଫୁଟ୍‍, ତଳ ପଟା- ୧୫ ଫୁଟ୍‍ ଲମ୍ବ × ୪ ଫୁଟ୍‍ ୭ ଇଞ୍ଚ ପ୍ରସ୍ଥ ଏବଂ ଗଣ୍ଡି ବାହାରକୁ ବାହାରିଥିବା ଅଂଶ ୭ ଫୁଟ ।(୧୮୧) କୃପାସିନ୍ଧୁଙ୍କ ଅନ୍ଦାଜ ଏହା ଭୂମିରୁ ପ୍ରାୟ ୧୭୦ ଫୁଟ ଉଚ୍ଚରେ ଥିଲା, କରୁଣାସାଗରଙ୍କ ଆକଳନ ୧୫୦ ଫୁଟ । ଏ ଉଚ୍ଚତାର ସଠିକ୍‍ ମାପର ପ୍ରୟୋଜନ ଅଛି ।

ମନମୋହନ ଗାଙ୍ଗୁଲୀ ଭୁବନେଶ୍ୱର ଓ ପୁରୀର ଅନେକଗୁଡ଼ିଏ ମନ୍ଦିର ମାପ କରି କେତେଗୁଡ଼ିଏ କାର୍ଯ୍ୟକାରୀ ସୂତ୍ର ବାହାର କରିଛନ୍ତି ।

ଆନୁପାତିକ ହିସାବରେ ଗଜସିଂହ, ଗଣ୍ଡିର ଅଧାରେ ଅର୍ଥାତ୍‍ ରହପାଗ ଉପରେ ବସା ଯାଇଥାଏ (୧୮୨) । ଗଣ୍ଡିର ଆକଳିତ ଉଚ୍ଚତା ୧୧୭ ଫୁଟ,

ଅର୍କକ୍ଷେତ୍ର କୋଣାର୍କ . ୭୭