ପୃଷ୍ଠା:Arkakshetra konark.pdf/୯୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
[[ଫାଇଲ:|423px|page=94]]
ଫଟୋ-୧୪(ଙ) : କୋଣାର୍କ ମନ୍ଦିର- କ୍ରମବିବର୍ତ୍ତ ଧାରାରେ ପୀଢ଼ଦେଉଳର ଶେଷ ପର୍ଯ୍ୟାୟ

ଗନ୍ଧାର୍ଦ୍ଧି ଯୋଡ଼ି ମନ୍ଦିର - ୭୫୦ ଠାରୁ ୮୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ । ଏଥିରୁ ଗୋଟିଏ ବିଷ୍ଣୁ ଓ ଅନ୍ୟଟି ଶିବ ମନ୍ଦିର । ଯୋଡ଼ିଏ ଢାଲୁ ଛାତ ଓ ସବା ଉପରେ ଗୋଟିଏ ଛୋଟ ଛାତ ଦେଖିବାକୁ ମିଳୁଛି । ଏହା ଫୁଲବାଣୀ ଜିଲ୍ଲାରେ ଅବସ୍ଥିତ । ଏହା ପରେ ଗଢ଼ା ହେଲା । ଏବେ ଯେପରି ଦେଖାଯାଉଛି ସେଇପରି ପୀଢ଼ ଦେଉଳ, କିନ୍ତୁ ପୀଢ଼ର ସଂଖ୍ୟାରେ ବିଭି୍ନତା ଦେଖାଗଲା । ପାରାଘର କେଉଁଥିରେ ରହିଲା, କେଉଁଥିରେ ରହିଲା ନାହିଁ ।

ମୁକ୍ତେଶ୍ୱର - ୯୦୦ ଖ୍ରୀ.ଅ. । ଏଥିରେ ୧୧ଟି ପୀଢ଼ ଉଠି ଯାଇଛି ମୁଣ୍ଡ ଉପର କ୍ଷୁଦ୍ର ଗୋଲାକାର ସମତଳକୁ । ସେଠାରେ ଅଁଳା, ଖପୁରି ଇତ୍ୟାଦି ନାହିଁ କିନ୍ତୁ ଛୋଟ କଳସଟିଏ ଅଛି । ମନେହୁଏ, ଏ ସମୟରୁ ମୁଖଶାଳା ବର୍ଗାକୃତି ହେବାକୁ ଲାଗିଲା । ମୁକ୍ତେଶ୍ୱରର ଭାସ୍କର୍ଯ୍ୟ ପାଇଁ ଖ୍ୟାତି ପୃଥିବୀ ବ୍ୟାପୀ, କିନ୍ତୁ ପୀଢ଼ ଅଂଶ ସମପରିମାଣ ପ୍ରଶଂସାର ଯୋଗ୍ୟ ନୁହେଁ ।

ରାଜରାଣୀ - ୧୦୦୦ ଖ୍ରୀ.ଅ. । ଏହା ମଧ୍ୟ ମୁକ୍ତେଶ୍ୱର ଭଳି କିନ୍ତୁ ୧୩ଟି ପୀଢ଼ ଅଛି ଏବଂ ମସ୍ତକରେ ଅଂଳା ଅଥବା ଖପୁରି ନାହିଁ । (ଫଟୋ : ୧୪-ଗ)

ବ୍ରହ୍ମେଶ୍ୱର - ୧୦୦୦ ଠାରୁ ୧୦୫୦ ଖ୍ରୀ.ଅ. । ଏଥିରେ ମଧ୍ୟ ୧୧ଟି ପୀଢ଼ କିନ୍ତୁ ପ୍ରଥମ ଦୁଇ ଥାକ ଖପୁରି ଯୋଡ଼ା ହେଲା ।

ମାଧବ ମନ୍ଦିର - ଏକାଦଶ ଶତାବ୍ଦୀ । ଏଥିରେ ୬ ଥାକ ପୀଢ଼ ପରେ ପ୍ରଥମ, ଗୋଟିଏ ପାରାଘର ଯୋଡ଼ା ହେଲା ଏବଂ ତାହା ଉପରକୁ

ଆହୁରି ୫ ଥାକ ପୀଢ଼ । ଏହା ଉପରେ ଦୁଇଥାକ ଖପୁରି ଅତି ସୁନ୍ଦର । କଳସଟି ଛୋଟ ।

୯୪ . ଅର୍କକ୍ଷେତ୍ର କୋଣାର୍କ