ପୃଷ୍ଠା:Arkakshetra konark.pdf/୯୮

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଉନ୍ନତାଂଶ ( Elevation ) :

ଉନ୍ନତାଂଶ ଅର୍ଥାତ୍‍ Elevation, ମୂଳତଃ ତିି ଭାଗରେ ବିଭକ୍ତ; (କ) ବାଡ଼ (ଖ) ଗଣ୍ଡି (ଗ) ମସ୍ତକ । ଏ ତିି ଭାଗର ବିଭି୍ନ ଉପବିଭାଗ ଥାଏ । ବିମାନ ଓ ମୁଖଶାଳାର ବାଡ, ଭୂମି ଉପରେ ସିଧା ୯୦ଂରେ ଉଠି ଥାଏ । ବାଡ଼ ଉପରକୁ ବିମାନର ଗଠନ ଓ ଜଗମୋହନର ଗଠନ ଭି୍ନ ରୂପ ଧରିଥାଏ । ବିମାନର ଗଣ୍ଡି କ୍ରମ ବକ୍ରରେଖାରେ ଧୀରେ ଧୀରେ ବହୁ ଉପରକୁ ଉଠିଥାଏ ଯାହାକୁ ଇଂରାଜୀରେ Corbelling କୁହାଯାଏ । ଜଗମୋହନର ଗଣ୍ଡି ପିରାମିଡ଼୍‍ ଭଳି ଖୁବ୍‍ ଶୀଘ୍ର ବିମାନ ତୁଳନାରେ ଅପେକ୍ଷାକୃତ ଅଳ୍ପ ଉଚ୍ଚ ଉଠିଥାଏ, ଏ ଉତ୍ଥାନ କିନ୍ତୁ ଥାକ ଥାକ ହୋଇ ଓଲଟା ଶିଡ଼ି ଆକାରରେ ଉଠିଥାଏ । ତେଣୁ ଏହାକୁ ଇଂରାଜୀରେ inverted ladder structure କୁହାଯାଇଥାଏ ।

[[ଫାଇଲ:|423px|page=98]]
ରେଖାଚିତ୍ର-୬ : ରେଖଦେଉଳର ଗଠନ (Corbelling) ନିର୍ଭରଯୋଗ୍ୟ ଉତ୍ତର ଥିଲା ।

ବିମାନର ଗଣ୍ଡି ମଧ୍ୟ କହିବାକୁ ଗଲେ ଓଲଟା ଶିଡ଼ି ଭଳି (ରେଖାଚିତ୍ର ନଂ.୬) କିନ୍ତୁ ପ୍ରତି ଥାକରେ ଭିତରକୁ ଏତେ ଅଳ୍ପ ବାହାରିଥାଏ ଯେ, ପାହାଚ ଭଳି ଦିଶେ ନାହିଁ । ଦୁଇଟିଯାକ ପ୍ରଣାଳୀର ଉଦ୍ଦେଶ୍ୟ ଏକ - ଭାରର କେନ୍ଦ୍ରୀକରଣ । ପ୍ରତିଟି ଥାକର ପରିଧି ଛୋଟ ହୋଇ ହୋଇଗଲେ ଭିତରକୁ ପଡ଼ିବାର ପ୍ରବଣତା ରହିବ । ତାହା ହେବାକୁ ଗଲେ ବୃତ୍ତ ଅଥବା ପରିଧି ଛୋଟ ହେବାର ଚେଷ୍ଟା କରିବ ଏବଂ ପାର୍ଶ୍ୱବର୍ତ୍ତୀ ପଥର ତାହା ରୋଧ କରିବ । ଉପରକୁ ପିଚିକି ଉଠିବାର ପ୍ରବଣତା ଦେଖାଦେଲେ ଉପର ଥାକ ବାଧା ଦେବ । ଏହାର ମୁଖ୍ୟ କାରଣ, ଓଡ଼ିଶାର ଦେଉଳମାନଙ୍କରେ ବ୍ୟବହୃତ ପଥର ଏତେ ପାଲିସ୍‍ କରି କଟା ହୁଏ ଯେ ପରସ୍ପର ଭିତରେ ସୂତାଏ ବି ଫାଙ୍କ ରୁହେ ନାହିଁ । ଏ ରୀତିରେ ଉପରୁ ଉପରକୁ ଉଠି ଯେତେବେଳେ ଗୋଟିଏ କ୍ଷୁଦ୍ର ସ୍ଥାନ ଗଢ଼ିଉଠେ ତାହା ଉପରେ ଗଢ଼ା ହୁଏ ମସ୍ତକ, ଯାହାକୁ Load Stone କୁହାଯାଇପାରେ । ଏ ଅଂଶର ବିପୁଳ ଓଜନ ପ୍ରସ୍ତର ବଳୟଗୁଡ଼ିକୁ ସ୍ଥାନଚ୍ୟୁତ ହେବାକୁ ଦିଏ ନାହିଁ । ଯେହେତୁ ପ୍ରୟୋଗ କୌଶଳଟି ସମ୍ପୂର୍ଣ୍ଣ ରୂପେ ସମତୁଳନ (balance) ନିର୍ଭର, କୌଣସି ଗୋଟିଏ ପଥର ଯେତିକି ଓଜନର ଏବଂ କେନ୍ଦ୍ରଠାରୁ ଯେତିକି ଦୂରତ୍ୱରେ ଥିବ ତାହାର ଠିକ୍‍ ଅପର ପାର୍ଶ୍ୱର ପଥର ସେତିକି ଓଜନର ଏବଂ କେନ୍ଦ୍ରଠାରୁ ସେତିକି ଦୂରତ୍ୱରେ ରହିବା ଜରୁରୀ । ଆଶ୍ଚର୍ଯ୍ୟ ଲାଗେ ଚିନ୍ତା କରିବାକୁ ଏପରି ସହଜ ଅଥଚ କାର୍ଯ୍ୟକାରୀ କରିବାକୁ ଏମିତି ଜଟିଳ ପ୍ରକି୍ରୟା ସେ ଯୁଗର ଶିଳ୍ପୀମାନେ କେତେ ନିଶ୍ଚୟତା ସହିତ କାର୍ଯ୍ୟ କରିଥିଲେ ।

ନବାଗତ ସାହେବମାନେ ଭାବୁଥିଲେ ଓଡ଼ିଆମାନଙ୍କୁ ସେତେବେଳେ ଆଧୁନିକ 'ଆର୍ଚ୍ଚ' ବିଜ୍ଞାନ ଜଣାନଥିବାରୁ ସେ Corbelling କୁ ବାଛି ନେଇଥିଲା । ଆକ୍ଷେପଟି ସତ୍ୟ ନୁହେଁ । ଓଡ଼ିଆ ସ୍ଥପତିକୁ ଆର୍ଚ୍ଚ କରିବା ଜଣାଥିଲା, ଯାହାର ଉଜ୍ଜ୍ୱଳ ଉଦାହରଣ, ରାଜରାଣୀ ମନ୍ଦିରର ତୋରଣ ଏବଂ ପୁରୀର ଅଠର ଳା । କିନ୍ତୁ ସେମାନେ ଆର୍ଚ୍ଚକୁ ବିଶ୍ୱାସ କରୁ ନଥିଲେ । ଆର୍ଚ୍ଚ ବିଜ୍ଞାନରେ Lines of forces, ଦେବାଲ ମୂଳରୁ ବହୁ ଦୂରରେ ଭୂମି ସହିତ ମିଳିତ ହୁଏ, ଫଳରେ ମୂଳକୁ ବହୁ ଓସାର ଓ ଦେବାଲକୁ ମାତ୍ରାତିରିକ୍ତ ଦୃଢ଼ କରିବାକୁ ପଡ଼ିଥାଏ । ପାଶ୍ଚାତ୍ୟର ସ୍ଥପତିମାନଙ୍କ ମଧ୍ୟରେ ଗୋଟିଏ କଥା ପ୍ରଚଳିତ ଅଛି, "An arch never sleeps". ଯେଉଁ ଯୁଗରେ reinforced cement concrete ଉଭ୍ଭାବିତ ହୋଇ ନଥିଲା, ସେ ଯୁଗରେ ଓଡ଼ିଆ ଶିଳ୍ପୀ ମନ୍ଦିରରେ ଯେଉଁ ନାନ୍ଦନୀକ ତଥା ଦାର୍ଶନିକ

ପରିକଳ୍ପ । କରିଛି ସେଥିପାଇଁ ରେଖ ଓ ପୀଢ଼ ଦେଉଳ

୯୮ . ଅର୍କକ୍ଷେତ୍ର କୋଣାର୍କ