ପୃଷ୍ଠା:Asha Tara Dekhiba.pdf/୨୪

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତାରାମଣ୍ଡଳର ଅସଲ ରୂପ

ଆକାଶକୁ ଗୋଟିଏ ତାରା ଖଞା ଗୋଲକ ବା ମଣ୍ଡଳ ଭାବରେ କଳ୍ପନା କରି ମଣିଷ ଜ୍ୟୋତିର୍ବିଜ୍ଞାନ ମୂଳଦୁଆ ପକାଇ ଥିଲା। ସ୍ଥିର ଦିଶୁଥିବା ତାରାଙ୍କ ମେଳରେ ସୂର୍ଯ୍ୟ,ଚନ୍ଦ୍ର ଓ ଗ୍ରହମାନଙ୍କର ଗତିବିଧିକୁ ବୁଝିବା ସହଜ ହେଲା। ଏବେ ମଧ୍ୟ ଅନେକ ହିସାବ ପାଇଁ ଏହି କାଳ୍ପନିକ ଚିତ୍ର ବା ମଡ଼େଳ ଭଲ କାମ ଦେଉଛି। ସାଧାରଣ ତାରାଦେଖାଳୀଙ୍କ ପାଇଁ ଏହା ଏକ ସରଳ ଚିତ୍ର।

ଆମେ କହିଲେ ଯେ ମାପଚୁପ ଓ ମନେ ରଖିବାର ସୁବିଧା ପାଇଁ ଖଗୋଳ ମଣ୍ଡଳକୁ ୮୮ଟି ଅଞ୍ଚଳରେ ଭାଗ କରା ଯାରଛି। ପ୍ରତି ଅଞ୍ଚଳରେ ତାରାଙ୍କୁ ନେଇ ଗୋଟିଏ କରି ତାରା ମଣ୍ଡଳ ଚିହ୍ନଟ ହୋଇଛି। ଏମାନଙ୍କ ପାଇଁ ଗୋଟିଏ କରି କାଳ୍ପନିକ ଆକୃତି ଓ ନାମ ରହିଛି। ଏହା ତାରା ଦେଖିବା କାମକୁ ଆହୁରି ମଜାଳିଆ କରେ। କିନ୍ତୁ ଆକାଶ ବିଜ୍ଞାନ ଆଗେଇବା ଫଳରେ ତାରାମାନଙ୍କର ପ୍ରକୃତ ରୂପ ଓ ଅବସ୍ଥିତି ବିଷୟରେ ଦୁଇଟି କଥା ପ୍ରତି ଆମକୁ ବିଶେଷ ଧ୍ୟାନ ଦେବାକୁ ହେବ।

ତାରାଙ୍କ ଦଳ,ଦୂରତାର ଖେଳ

ଆକାଶକୁ ଦେଖିଲେ ସବୁତକ ତାରା ଗୋଟିଏ ସମତଳରେ ବା ଆମଠାରୁ ସମାନ ଦୂରତାରେ ରହିଥିବାର ଭଳି ମନେ ହୁଏ। କିନ୍ତୁ ଏହା ଠିକ ନୁହେଁ। ତାରାଗୁଡିକ ମହାକାଶରେ ଅଲଗା ଅଲଗା ଦୂରତାରେ ଖେଳାଇ ହୋଇ ରହିଛନ୍ତି। କିନ୍ତୁ ଏଗୁଡ଼ିକ ଏତେ ଦୂରରେ ଅଛନ୍ତି ଯେ ସେମାନେ ଏକାଠି ଥିଲା ଭଳି ଜଣାପଡ଼େ। ଅତି ଦୂରରେ ଥିବା ପାହାଡ଼ଗୁଡ଼ିଏ ବା ଗଛ ସବୁ ଯେଭଳି ଏକାଠି ଥିବା ଭଳି ଦେଖାଯାଏ।

ସୂର୍ଯ୍ୟକୁ ବାଦ ଦେଲେ ଆମର ନିକଟତମ ତାରା ଆଲଫା ସେଣ୍ଟରୀ(ପ୍ରକୃତରେ ଏହା A.B ଏବଂ ପ୍ରକ୍ସିମା ସେଣ୍ଟରୀ ନାଁର ତିନୋଟି ତାରାଙ୍କ ସମଷ୍ଟି) ଆମଠାରୁ ପ୍ରାୟ ୪୨ ଲକ୍ଷ କୋଟି କିଲୋମିଟର ବା ୪.୨ ଆଲୋକ ବର୍ଷ ଦୂରରେ ରହିଛି। ଏଥିରୁ ତାରାଙ୍କର ଦୂରତାର ଧାରଣା ମିଳୁଥିବ।

କୌଣସି ଗୋଟିଏ ତାରା ମଣ୍ଡଳର ତାରାମାନେ ଆମଠାରୁ ବେଶ୍ ଅଲଗା ଅଲଗା ଦୂରତାରେ ଥାଇ ପାରନ୍ତି। କିନ୍ତୁ ଏକା ଦିଗରେ ଥିବାରୁ