ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଦେବଯାନୀ-କ ଓ ପକ୍ଷୀରାଜ-ଗ ତାରା ଦୁହିଁଙ୍କୁ ଯୋଡ଼ି (ଚତୁର୍ଭୁଜର ପୂର୍ବ ବାହୁ) ଦକ୍ଷିଣକୁ ବଢ଼ାଇଲେ ଆମେ ଶୂନ ଧ୍ରୁବ ବିନ୍ଦୁ ପାଖରେ ପହଞ୍ଚିବା । ଏହି ରେଖାକୁ ଉତ୍ତର ଦିଗକୁ ବଢ଼ାଇଲେ ତାହା ଧ୍ରୁବ ତାରା ପାଖରେ ପହଞ୍ଚିବ । ଏହି ତାରା ଦୁହିଁଙ୍କ ସହିତ ପକ୍ଷୀରାଜ କ ଓ ଖ, ଦେବଯାନୀ ଖ ଓ ଗ ଏବଂ ଯଯାତି ଖ ତାରା ପାଞ୍ଚୋଟିଙ୍କୁ ମିଶାଇ ତଳ ଚିତ୍ର ଭଳି ଆକାଶରେ ଗୋଟିଏ ବଡ଼ ସପ୍ତର୍ଷି ମଣ୍ତଳ ଗଢ଼ା ଯାଇ ପାରିବ । ଆକୃତିରେ ଏହା ସପ୍ତର୍ଷି ଭଳି ଦେଖାଯିବ ଏବଂ ଏହାର ପ୍ରଥମ ଦୁଇ ତାରା ମିଶି ଧ୍ରୁବ ତାରାକୁ ଚିହ୍ନାଇବେ ।