ପୃଷ୍ଠା:Bhasa o Jatiyata.pdf/୭୬

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଭାଷା ଓ ଜାତୀୟତା ଏହା ବ୍ୟତୀତ ଓଡ଼ିଆଭାଷା ସଂକୁଚିତ ହେବାର ଅନ୍ୟକାରଣ ହେଉଛି- ଶିକ୍ଷା, ଶାସନ, ବାଣିଜ୍ୟବ୍ୟବସାୟ, ନ୍ୟାୟାଳୟ ପ୍ରଭୃତି ସାଧାରଣଙ୍କପାଇଁ ଉଦ୍ଧିଷ୍ଟ ହେଲେହେଁ, ଏଥିରେ ସେହିମାନଙ୍କ ବୁଝିବା ଓ କହିବା ଭଳି ଭାଷା- ଓଡ଼ିଆଭାଷାର ପ୍ରଚଳନନାହିଁ । ଏହା୍ୱାରା ଓଡ଼ିଆଭାଷାର ବ୍ୟବହାରିକ ଓ ବ୍ୟବସାୟିକ ମୂଲ୍ୟ ହ୍ରାସ ପାଉଛି । ବାଣିଜ୍ୟ, ଆଇନ, ପ୍ରଶାସନିକ ଜଗତପାଇଁ ଭାଷାର ସ୍ୱତନ୍ତ୍ର ଶକ୍ତି ବୃଦ୍ଧିରେ ପ୍ରତିବନ୍ଧକ ସୃଷ୍ଟି ହେଉଛି । ଓଡ଼ିଆମାନେ ବୁଝିବା ଉଚିତ ଯେ, ଭାଷା ବ୍ୟବହାର କ୍ଷେତ୍ର ବିସ୍ତୃତ ହେଲେ ଭାଷାର ଭାବ ପ୍ରକାଶକାରୀ ଶକ୍ତି ବଢ଼ିଥାଏ । ବ୍ୟବହାରକ୍ଷେତ୍ର ସଂକୁଚିତ ହେଲେ ଭାଷା କ୍ରମଶଃ ଆଧୁନିକ ଉପଯୋଗିତା ହରାଇ ବସେ । ଗରୀବ ସାଧାରଣ ଲୋକଟିଏ ତାର ରୋଗ ଓ ଔଷଧ ବିଷୟରେ ନିଜ ଭାଷାରେ ଜାଣିବାର ଅଧିକାର ନାହିଁ । ଏପରିକି ଓଡିଶା ସରକାର୍ୱାରା ନିଯୁକ୍ତ ବହୁ ଡାକ୍ତର ରୁଷ୍, ଚୀନ, ଜାପାନ ଭାଷାରେ ଡାକ୍ତରୀ ପାଠପଢ଼ି ଆମକୁ ଚିକିତ୍ସା କରୁଛନ୍ତି, ଅଥଚ ଓଡ଼ିଆଭାଷାରେ ଏପର୍ଯ୍ୟନ୍ତ ଡାକ୍ତରୀପାଠ ପଢ଼ାଯାଇ ପାରିଲାନାହିଁ, ବରଂ ଓଡ଼ିଶାରେ ଡାକ୍ତରୀ ପଢ଼ିବାପାଇଁ ହେଉଥିବା ପ୍ରବେଶିକା ପରୀକ୍ଷାରେ ନାମ ପଂଜିକରଣପାଇଁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆଭାଷା ଶିକ୍ଷା ବାଧ୍ୟତାମୂଳକ ଥିବା ନିୟମକୁ ଉଠାଇ ିଆଗଲା, ଯାହାର ସୁଯୋଗ ନେଇ ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀ ଆମ ସୀମିତ ସଂଖ୍ୟକ ଡାକ୍ତରୀ ଶିକ୍ଷାସ୍ଥାନ କବଳିତ କରିନେଉଛନ୍ତି । କଚେରୀରେ ହାକିମ ତା’ଭାଷାରେ ନ୍ୟାୟ ଲେଖିବନାହିଁ । ଗରୀବ ଓଡ଼ିଆର ଭାଷା ବୋଲି କିଛିନାହିଁ; ସେ ଇଂରାଜୀ ଜାଣିବାକୁ ବାଧ୍ୟ । ଭାଷାକୁ ଧରି କ୍ରୀତାସତ୍ୱ ଆଉ କେତେିନ?