ପକ୍ଷାଘାତରେ ଆକ୍ରାନ୍ତ ହୋଇଥିଲା ବେଳେ ବନାରସର ବୈଦ୍ୟମାନେ ତାଙ୍କୁ କୁକୁଡ଼ା ମାଂସ ତ୍ୟାଗ କରି ପ୍ରତିଦିନ ଦୁଇଥର ବାଇଗଣ ପୋଡ଼ା ଖାଇବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ବିଟି ବାଇଗଣର ବିଭିନ୍ନ ଔଷଧୀୟ ଗୁଣ ପରିବର୍ତ୍ତିତ ପ୍ରକ୍ରିୟାରେ ଅକ୍ଷୁଣ୍ଣ ରହିବ କି ନାହିଁ ସେ ସଂପର୍କରେ କୌଣସି ଗବେଷଣା ହୋଇନାହିଁ । ବାଇଗଣ ମଣିଷର ଏକ ନିୟମିତ ଓ ଦୈନନ୍ଦିନ ଖାଦ୍ୟ ହୋଇଥିବାରୁ ବିଟି ବାଇଗଣର ମଣିଷ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ସଂପର୍କରେ ଅଧିକ ସ୍ବାଧୀନ ଗବେଷଣା ଆବଶ୍ୟକ ।
କାରଣ ଯେତେବେଳେ କୃଷି ଉତ୍ପାଦନ ବୃଦ୍ଧିପାଇଁ କୀଟନାଶକ ବିଷ ବ୍ୟବହାର କରିବାକୁ ଚାଷୀଙ୍କୁ କୁହାଗଲା, ସେତେବେଳେ ମଣିଷ ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ଏହାର କୁପ୍ରଭାବ ନାହିଁ ବୋଲି କୁହାଯାଉଥିଲା । ଏବେ ସାରା ମାନବଜାତି ଏହାର କୁଫଳ ଭୋଗୁଛି । ପୃଥିବୀର ବିଭିନ୍ନ ଅଞ୍ଚଳରେ କୃତ୍ରିମ ଭାବରେ ଜିନ୍ ପରିବର୍ତ୍ତିତ ଫସଲର ତିକ୍ତ ଅନୁଭୂତି ରହିଛି । ଜୀବକୋଷ ମଧ୍ୟରେ ପ୍ରସ୍ତୁତ ହେଉଥିବା ବିଷାକ୍ତ ପଦାର୍ଥ ବ୍ୟବହାର କରି କୀଟ ନାଶକରିବା ଉଦ୍ୟମରେ ବାଇଗଣର ସର୍ବନାଶ ନ ହେଉ । ପୃଥିବୀର ୮୫ ପ୍ରତିଶତ ବାଇଗଣ ଚାଇନା, ଭାରତ, ଇଣ୍ଡୋନେସିଆ ଭଳି ବିକାଶଶୀଳ ଦେଶରେ ହୋଇଥାଏ । ଏଥିରୁ ୫୬ ପ୍ରତିଶତ ଚାଇନା ଓ ୨୬ ପ୍ରତିଶତ ଭାରତରେ ଉତ୍ପାଦିତ ହୁଏ । ତେଣୁ ଏହି ଦୁଇ ଜନବହୁଳ ରାଜ୍ୟର ଖାଦ୍ୟ ଓ ନିରାପତ୍ତା ପ୍ରଶ୍ନ ବିଟି ବାଇଗଣ ସହ ଜଡ଼ିତ । ଭାରତୀୟ ପନିପରିବା ଗବେଷଣା ପ୍ରତିଷ୍ଠାନ ଏ ସଂପର୍କରେ ଆହୁରି ଗବେଷଣା କରନ୍ତୁ । ବିଟି ବାଇଗଣ ସମଗ୍ର ବାଇଗଣ ପ୍ରଜାତିପାଇଁ ପ୍ରାଙ୍କ ଷ୍ଟିନ୍ ବା ଭସ୍ମାସୁର ରୂପେ ଉଭା ନ ହେଉ। କାଣ୍ଡବିନ୍ଧା ମାରିବାକୁ ଯାଇ ବାଇଗଣ ସହିଦ ନ ହେଉ ।
୧୦ ମାର୍ଚ୍ଚ, ୨୦୧୦