ପୃଷ୍ଠା:Biplaba Suare Padartha Bigyan.pdf/୧୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି


ସେହି ସୂର୍ଯ୍ୟର ଚାରିପଟେ ଘୁରୁଛନ୍ତି । ତାଙ୍କ ମତବାଦ ଚନ୍ଦ୍ର ଏବଂ ଗ୍ରହମାନଙ୍କ ଗତିବିଧିକୁ ଅପେକ୍ଷାକୃତ ସରଳ ଭାବରେ ବୁଝାଇ ପାରିଲା । ତଥାପି ସେ ଟଲେମୀଙ୍କ ଜଟିଳ ପରିବୃତ୍ତ (ଏପିସାଇକୁ) ପରିକଳ୍ପନା ଉପରେ ନିର୍ଭର କରୁଥିଲେ ।

ଜର୍ମାନୀର ଜ୍ୟୋତିର୍ବିଜ୍ଞାନୀ ୟେହାନସ୍ କେପଲର ( ୧୫୭୧ - ୧୬୩୦ ) କୋପରନିକସ୍‌ଙ୍କ ମତବାଦକୁ ଆହୁରି ଅଧିକ ସରଳ କିନ୍ତୁ ସଠିକ୍ କରିପାରିଲେ । ଗ୍ରହମାନଙ୍କର ଗତିର ସଠିକ୍ ବ୍ୟାଖ୍ୟା। କେପଲର ହିଁ ପ୍ରସ୍ତୁତ କରିଥିଲେ ।

[[ଫାଇଲ:|393px|page=11]]

କେପ୍‌ଲର କହିଲେ ଯେ ଗ୍ରହମାନଙ୍କର କକ୍ଷପଥଗୁଡିକ ପ୍ରକୃତରେ ବୃତ୍ତାକାର ନୁହେଁ, ଉପବୃତ୍ତାକାର ବା ଅଣ୍ଡାକାର ଏବଂ ସୂର୍ଯ୍ୟ ଏହି ଉପବୃତ୍ତର ଗୋଟିଏ କେନ୍ଦ୍ରରେ ରହିଛି । ଏହାକୁ ଏବେ ଆମେ କେପ୍ଲରଙ୍କ ପ୍ରଥମ ନିୟମ ଭାବରେ ଜାଣୁଛେ । କେପ୍ଲରଙ୍କ ଦ୍ବିତୀୟ ନିୟମ କକ୍ଷପଥରେ କୌଣସି ଗ୍ରହର ବେଗର ଅସମାନତାକୁ ବୁଝାଇଥିଲା । ସେ କହିଥିଲେ, ସୂର୍ଯ୍ୟକୁ ଗ୍ରହ ସହ ଯୋଡୁଥିବା ରେଖା ସମାନ ସମୟରେ ସମାନ କ୍ଷେତ୍ରଫଳର ଅଞ୍ଚଳକୁ ଅତିକ୍ରମ କରେ । ୧୬୨୯ ମସିହାରେ କେପଲର ତାଙ୍କର ଚୁତୀୟ ନିୟମ ବାଢ଼ିଲେ - ଯେକୌଣସି ଗ୍ରହର ପରିକ୍ରମଣ ସମୟର ବର୍ଗ, ସୂର୍ଯ୍ୟଠାରୁ ତା’ର ହାରାହାରି ଦୂରତାର ଘନଫଳ ଅନୁପାତରେ ରହେ ।

ଅନ୍ୟ ଅର୍ଥରେ କହିଲେ କୌଣସି ପ୍ରାକୃତିକ ଘଟଣାର କାରଣକୁ

ବିକାଶରୁ ବିପ୍ଳବ ୯