ପୃଷ୍ଠା:Biplaba Suare Padartha Bigyan.pdf/୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି



ବିଶ୍ୱ ପଦାର୍ଥ ବିଜ୍ଞାନ ବର୍ଷ


୨୦୦୫ ମସିହାଟି ବିଶ୍ୱ ପଦାର୍ଥ ବିଜ୍ଞାନ ବର୍ଷ ଏବଂ ଆନ୍ତର୍ଜାତିକ ପଦାର୍ଥ ବିଜ୍ଞାନ ବର୍ଷ ଭାବରେ ପାଳିତ ହେଉଛି । ଏହି ପାଳନ ମାଧ୍ୟମରେ ପଦାର୍ଥ ବିଜ୍ଞାନ ବିଷୟରେ ଜନ ସଚେତନତା ସୃଷ୍ଟି ପାଇଁ ଚେଷ୍ଟା ହେଉଛି ଏହାର ମୂଳ ଲକ୍ଷ୍ୟ ।

ପଦାର୍ଥ ବିଜ୍ଞାନ ଯେ ପ୍ରକୃତିକୁ ବୁଝିବା ପାଇଁ ଏକ ସାଧନ, ଆଜିର ପ୍ରଯୁକ୍ତି ବିଦ୍ୟାର ଆଧାର ଏବଂ ଭବିଷ୍ୟତର ବିକାଶ ପାଇଁ ଅତି ଦରକାର ତାହା ସ୍ୱୀକାର କରିବା ମଧ୍ୟ ଏହି ପାଳନର ଉଦ୍ଦେଶ୍ୟ ।

ଆହୁରି ମଧ୍ୟ ଆଜିକୁ ଠିକ୍ ଶହେ ବର୍ଷ ତଳେ ଆଲବର୍ଟ ଆଇନଷ୍ଟାଇନ ତିନିଟି ଅତି ଗୁରୁତ୍ୱପୂର୍ଣ୍ଣ ମୌଳିକ ତତ୍ତ୍ବ ଉପରେ ନିବନ୍ଧମାନ ପ୍ରକାଶ କରି ବିଜ୍ଞାନରେ, ବିଶେଷ କରି ପଦାର୍ଥ ବିଜ୍ଞାନରେ, ଏକ ବିପ୍ଲବ ଆଣିଥିଲେ । ତାଙ୍କର ସେହି ମହାନ ଅବଦାନର ସମ୍ମାନରେ ବିଶ୍ୱ ପ୍ରଦାର୍ଥ ବିଜ୍ଞାନ ବର୍ଷ ପାଳିତ ହେଉଛି ।

ବିଶ୍ୱ ପ୍ରଦାର୍ଥ ବିଜ୍ଞାନ ବର୍ଷ ପାଇଁ ଗୃହୀତ ହୋଇଥିବା ବାଲିଘଡ଼ି ଭଳି ଦିଶୁଥିବା ପ୍ରତୀକଟି ସମୟ ପ୍ରବାହର ସୂଚନା ଦିଏ । ପଦାର୍ଥ ବିଜ୍ଞାନର ତତ୍ତ୍ବ ସବୁ ପାଇଁ ସମୟର ଗୁରୁତ୍ୱକୁ ଏହା ମନେ ପକାଇ ଦିଏ । ଆଉ କାହା କାହା ଦୃଷ୍ଟିରେ ଏହି ପ୍ରତୀକ ଆପେକ୍ଷିକ ତ‌ତ୍ତ୍ୱର 'ଆଲୋକ ଶଙ୍କୁ’କୁ ସୂଚାଉଛି । ସୁଜନଶୀଳ ବିଜ୍ଞାନପ୍ରେମୀଙ୍କ ମନରୁ ଏଭଳି ଆହୁରି କେତେ କେତେ ନୂଆ ବ୍ୟାଖ୍ୟା ମଧ୍ୟ ବାହାରି ଚାଲିଛି ।