ପୃଷ୍ଠା:Biplaba Suare Padartha Bigyan.pdf/୩୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସେହି ରଶ୍ମିର ନାଁ ସେ କାଥୋଡ ରଶ୍ମି ରଖିଥିଲେ । କିନ୍ତୁ ଏହି କାଥୋଡ ରଶ୍ମିର ପ୍ରକୃତ ଗୁଣଧର୍ମ କ’ଣ ତାହା କେକାଥୋଡକ୍ ଜାଣି ପାରୁନଥିଲେ । ଅଧିକାଂଶ ପଦାର୍ଥ ବିଜ୍ଞାନୀ ଭାବୁଥିଲେ ଯେ କାଥୋଡ ରଶ୍ମି ଆଲୁଅ ଭଳି ଗୋଟିଏ। ତରଙ୍ଗ । ହେନେରିକ ହର୍ଜଙ୍କ ମତ ମଧ୍ୟ ଏଇଆ ଥିଲା । ହର୍ଜ କାଥୋଡ ରଶ୍ମି ଉପରେ କିଛି ନୂଆ ପ୍ରୟୋଗ କଲେ ଏବଂ ଦେଖାଇଲେ ଯେ କାଥୋଡ ରଶ୍ମି ଧାତୁର ପତଳା ଚାଦର ଦେଇ ଯାଇପାରେ । ହର୍ଜଙ୍କ ଜୀବନର ଶେଷ କାମ ଥିଲା। କାଥୋଡ ରଶ୍ମି ବିଷୟରେ କରିଥିବା କାମ ।

[[ଫାଇଲ:|393px|page=36]]

ହର୍ଜଙ୍କ ମୃତ୍ୟୁ ପରେ ତାଙ୍କର ଯୁବ ସହଯୋଗୀ ଫିଲିପ ଲେନାର୍ଡ (Qs) 9-Q (S9). GS8IIQ ରଶ୍ମିର ଗୁଣଧର୍ମକୁ ବୁଝିବାର ଚେଷ୍ଟା ଜାରି ରଖିଲେ । ଆହୁରି ଅନେକ ବିଜ୍ଞାନୀ ମଧ୍ୟ ସେହି ଚେଷ୍ଟାରେ ଲାଗି ପଡ଼ିଥିଲେ । ଶେଷରେ ୧୮୯୭ ମସିହାରେ ଜେ. ଜେ. ଥମସନ୍ କାଥୋଡ ରଶ୍ମିର ପ୍ରକୃତ ଗୁଣଧର୍ମ ଜାଣିବାରେ ସଫଳ ହେଲେ ।

ଆଲୁଅର ବର୍ଣାଳୀ

ପ୍ରିଜମ୍ ସାହାଯ୍ୟରେ ଆଲୋକର ରଙ୍ଗଗୁଡ଼ିକୁ ଅଲଗା କରିହେବ ବୋଲି ୧୬୬୬ ମସିହାରେ ନିଉଟନ ଦେଖାଇଥିଲେ । ନିଉଟନ ଦେଖିଲେ ଯେ ପ୍ରିଜମରୁ ବାହାରୁଥିବା ଆଲୁଅ ଗୋଟିଏ ରଙ୍ଗୀନ ପଟିର ରୂପ ନେଉଛି ଏବଂ ସେହି ପଟିରେ ଲାଲ, ନାରଙ୍ଗୀ, ହଳଦିଆ, ସବୁଜ, ନୀଳ,


୩୪ ବିପ୍ଳବ ସୁଅରେ ପଦାର୍ଥ ବିଜ୍ଞାନ


ବିସ୍ତାରରୁ ଆଧୁନିକତା ୩୩