ପୃଷ୍ଠା:Biplaba Suare Padartha Bigyan.pdf/୩୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ଉନବିଂଶ ଶତାବ୍ଦୀର ପ୍ରଥମ ଦଶକରେ ଜର୍ମାନ ବିଜ୍ଞାନୀ ଜୋସେଫ ଫୁନହଫର (୧୭୮୭-୧୮୨୬), ନିଉଟନଙ୍କ ପରୀକ୍ଷାକୁ ଦୋହରାଇଲେ । ସେ କିନ୍ତୁ ଗୋଟିଏ ରେଖାଛିଦ୍ର ଭିତର ଦେଇ ପ୍ରିଜମ୍ ଉପରକୁ ଆଲୁଅ ପକାଇଥିଲେ । ଏହି ପରୀକ୍ଷାରେ ସୂର୍ଯ୍ୟ ଆଲୁଅରୁ ପାଇଥିବା ବର୍ଣ୍ଣାଳୀରେ ସେ କିଛି କଳା ଗର ପାଇଥିଲେ । ଏଗୁଡ଼ିକୁ ଏବେ ଫ୍ରାନହଫର ରେଖା କୁହାଯାଏ

[[ଫାଇଲ:|392px|page=37]]

୧୮୬୦ ମସିହା ବେଳକୁ ଜର୍ମାନ ରସାୟନବିଦ୍ ରବର୍ଟ ୱିଲିଅମ୍ ବୁନ୍‌ସେନ୍ (୧୮୧୧-୧୮୯୯) ଏବଂ ବର୍ଣ୍ଣାଳୀବୀକ୍ଷଣ ଯନ୍ତ୍ର ବା ସେପ୍ଟକ୍‌ଟ୍ରୋସେସ୍କାପ ଆବିଷ୍କାର କରିଥିଲେ । ବର୍ଣ୍ଣାଳୀବୀକ୍ଷକରେ ପ୍ରିଜମ୍ ସହ କିଛି ଯବକାଚ ଥାଏ । ଯବକାଚ ସାହାଯ୍ୟରେ ବର୍ଣ୍ଣାଳୀକୁ ବଡ଼ ଓ ଜୋଫାକସ କରାଯାଇ ପାରେ । ଅଳ୍ପ ସମୟ ଭିତରେ ବର୍ଣ୍ଣାଳୀବୀକ୍ଷକ ବେଶ୍ ଉନ୍ନତ ହୋଇଗଲା ଏବଂ ତାହା ବର୍ଣ୍ଣାଳୀ ବିଜ୍ଞାନର ମୂଳଦୁଆ ପକାଇଲା । ବର୍ଣ୍ଣାଳୀବୀକ୍ଷକ ଯନ୍ତ୍ର ସାହାଯ୍ୟରେ ବର୍ଣ୍ଣାଳୀ ବିଷୟରେ ଅନେକ ନୂଆ କଥା ବୁଝାପଡ଼ିଲା ଏବଂ ପୂର୍ବ ଚାଳିଶ ବର୍ଷ ଧରି ଅବୁଝା ରହିଥିବା ବିଭିନ୍ନ ବର୍ଣ୍ଣାଳୀ ରେଖାର ରହସ୍ୟ ଏବେ ଖୋଲିଗଲା ।

ଫ୍ରାନହଫର, ବୁନସେନ ଓ ତାଙ୍କ ସହଯୋଗୀଙ୍କ ବର୍ଣ୍ଣାଳୀକୁ ରେଖା

ବିସ୍ତାରରୁ ଆଧୁନିକତା ୩୫