ପୃଷ୍ଠା:Biplaba Suare Padartha Bigyan.pdf/୪୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରସାୟନବିତ୍, ଲୋଥାର ମେୟର (୧୮୩୦-୧୮୯୫) ସେସମୟରେ ଜଣାଥିବା ମୌଳିକ ବସ୍ତୁ ସବୁକୁ ତାଙ୍କର ପରମାଣୁ ଓଜନ ଅନୁସାରେ ସଜାଇଥିଲେ । ଏଭଳି ସଜାଇବା ପରେ ସେମାନେ ମୌଳିକମାନଙ୍କ ଭିତରେ ବିଭିନ୍ନ ଗୁଣଧର୍ମର ସମାନତା ଦେଖିବାକୁ ପାଇଲେ ଏବଂ ପରେ ଏଥିରୁ ଅତି ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ସାରଣୀ ବାହାରି ପାରିଲା । ବିଦ୍ଯୁତ ଉପରେ କାମ କରୁଥିବା ବିଜ୍ଞାନୀମାନେ ବି ପରମାଣୁର ଅବସ୍ଥିତି ଉପରେ ସୂଚନା ଦେଇଥିଲେ । ଏଭଳି ବିଭିନ୍ନ ସୂତ୍ରରୁ ପରମାଣୁ ବିଷୟରେ ଅନେକ ପରୋକ୍ଷ ପ୍ରମାଣ ମିଳୁଥିଲା, ତଥାପି ତା’ର ପ୍ରକୃତ ରୂପ କାହାରିକୁ ଜଣାନଥିଲା ।

୩୮ ବିପ୍ଳବ ସୁଅରେ ପଦାର୍ଥ ବିଜ୍ଞାନ