ପୃଷ୍ଠା:Biplaba Suare Padartha Bigyan.pdf/୫୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
ଶେଷରେ ମହା ବିପ୍ଲବ

ନିଉଟନଙ୍କ କାମକୁ ଭିତ୍ତ କରି ଉନବିଂଶ ଶତାବ୍ଦୀରେ ପାରମ୍ପରିକ ପଦାର୍ଥ ବିଜ୍ଞାନ ବିଶେଷ ଆଗେଇ ପାରିଥିଲା । ତଥାପି ଧୀରେ ଧୀରେ ଏପରି କିଛି କିଛି ସମସ୍ୟା ଆସିବାରେ ଲାଗିଲା ଯାହାର ସମାଧାନ ପାରମ୍ପରିକ ପଦାର୍ଥ ବିଜ୍ଞାନର ଏହି ଉନ୍ନତ ଅବସ୍ଥାରେ ମଧ୍ୟ ମିଳିପାରିଲା ନାହିଁ । ଉନବିଂଶ ଶତାବ୍ଦୀର ଶେଷ ଦଶକରେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ କିଛି ଅପ୍ରତ୍ୟାଶିତ ଏବଂ ବିସ୍ମୟକର ଆବିଷ୍କାର ଘଟିଲା ଯାହା ପଦାର୍ଥ ବିଜ୍ଞାନକୁ ପୂରା ଏକ ନୂଆ ରୂପ ଓ ଆଭିମୁଖ୍ୟ ଦେବାରେ ଲାଗିଲା । ଏହି ବିପ୍ଳବ ବି°ଶ ଶତାବ୍ଦୀରେ ପଦାର୍ଥ ବିଜ୍ଞାନ କ୍ଷେତ୍ରରେ ଆହୁରି ଆଶ୍ଚର୍ଯ୍ୟଜନକ ବିକାଶ ପାଇଁ ବାଟ ଖୋଲିଦେଲା । ଏହି ବିକାଶର ମୁଖ୍ୟ ପାଦଗୁଡ଼ିକ ଶତାବ୍ଦୀର ପ୍ରଥମ ତିରିଶ ବର୍ଷରେ ହିଁ ଘଟିଥିଲା । ଏହି ସମୟରେ , ଆବିଷ୍କୃତ ହୋଇଥିବା ଦୁଇଟି ଯୁଗାନ୍ତକାରୀ ତତ୍ତ୍ବ ଥିଲା ଆପେକ୍ଷିକତା ତତ୍ତ୍ବ ଏବଂ କ୍ୱାଣ୍ଟମ ଯାନ୍ତ୍ରିକୀ । ଏହି ଦୁଇ ନୂଆ ପରିକଳ୍ପନାର ପ୍ରଭାବରେ ପଦାର୍ଥ ବିଜ୍ଞାନ ଆହୁରି ଏକ ନୂଆ ମୋଡ଼ ନେଲା ।

ଆପେକ୍ଷିକ ତତ୍ତ୍ବର ସୂଚନା ଉନବିଂଶ ଶତାବ୍ଦୀର ଆଲୋକ ବିଜ୍ଞାନରୁ ମିଳିଥିଲା । ସେ ସମୟରେ ଫ୍ରେନେ ଲଙ୍କର ଆଲୋକ ତରଙ୍ଗ ତତ୍ତ୍ବ ଏବଂ ଇଥର ମାଧ୍ୟମରେ ଗତିଶୀଳ ବସ୍ତୁ ଗବେଷଣାର ମୁଖ୍ୟ ବିଷୟ ଥିଲା । ୧୮୧୮ ମସିହାରେ ଫ୍ରେନେଲ ମତ ଦେଇଥିଲେ ଯେ କୌଣସି ସ୍ୱଚ୍ଛ ବସ୍ତୁ ଇଥର ଭିତର ଦେଇ ଗତି କଲାବେଳେ କିଛି ପରିମାଣରେ ଟାଣି ହୋଇଯିବ । ଏହି ପରିକଳ୍ପିତ ‘ଫ୍ରେନେଲ କର୍ଷଣ' ଯୋଗୁ ଗତିଶୀଳ ସ୍ୱଚ୍ଛ


୫୦