ପୃଷ୍ଠା:Biplaba Suare Padartha Bigyan.pdf/୬୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
[[ଫାଇଲ:|396px|page=60]]

ଶକ୍ତି କମି ଚାଲିବା କଥା । କିନ୍ତୁ ଏପରି ହେଲେ ଇଲେକଟ୍ରନର କକ୍ଷ ଛୋଟ ହୋଇ ଚାଲିବ ଓ ତା'ର ପରିକ୍ରମଣ ସମୟ ମଧ୍ୟ କମି ଚାଲିବ । ଶେଷରେ ସର୍ପିଳାକାର ପଥରେ ଯାଇ ତାହା ଧନାତ୍ମକ ଆବେଶଯୁକ୍ତ ନାଭି ଭିତରେ ପଡ଼ିବ ।

ବୋର ପରିକଳ୍ପନା କଲେ ଯେ ଇଲେକଟ୍ରନ କିଛି ନିର୍ଦ୍ଦିଷ୍ଟ କକ୍ଷ ବା ନିର୍ଦ୍ଦିଷ୍ଟ ଶକ୍ତି ସ୍ତରରେ ହିଁ ନାଭିକୁ ପରିକ୍ରମା କରିପାରିବ । ଯେତେବେଳ ଯାଏଁ ଇଲେକଟ୍ରନ ତା’ର ନିର୍ଦ୍ଦିଷ୍ଟ କକ୍ଷରେ ବୁଲୁଥିବ, ସେତେବେଳ ଯାଏଁ ବୈଦ୍ଯୁତିକ-ଚୁମ୍ବକୀୟ ଶକ୍ତି ବାହାରିବ ନାହିଁ ବା ଶୋଷି ହେବ ନାହିଁ । କିନ୍ତୁ ଇଲେକଟ୍ରନ ଯଦି ବାହାର କକ୍ଷରୁ ନାଭି ପାଖର ଛୋଟ ପରିଧିବାଲା କକ୍ଷକୁ ଡେଇଁବ । ତେବେ ଶକ୍ତି ବାହାରିବ । ଯଦି ଛୋଟ ପରିଧିର କକ୍ଷରୁ ବାହାର ଆଡ଼ର ବଡ଼ ପରିଧିର କକ୍ଷକୁ (ନାଭିଠାରୁ ବେଶୀ ଦୂରକୁ ଡେଇଁବ ତେବେ ଏହାର ଠିକ ଓଲଟା ହେବ ଅର୍ଥାତ ଶକ୍ତି ଶୋଷି ହୋଇଯିବ ।

ବେର ତାଙ୍କ କ୍ୱାଣ୍ଟମ ତତ୍ତ୍ବ ସାହାଯ୍ୟରେ ଉଦଜାନର ବର୍ଣ୍ଣାଳୀକୁ ବୁଝାଇ ପାରିଥିଲେ । ପ୍ରଥମ ବିଶ୍ବଯୁଦ୍ଧ ସମୟରେ ଆରନୋଲ୍‌ଡ୍ ସମରଫିଲ୍ଡ (୧୮୬୮- ୧୯୫୧), ବୋରଙ୍କ ପରିକଳ୍ପନାକୁ ଆହୁରି ସରଳ କଲେ । ବଡ଼ ପରିଧିର ଇଲେକଟ୍ରନ କକ୍ଷ ତଥା ଇଲେକଟ୍ରନର

୫୮ ବିପ୍ଳବ ସୁଅରେ ପଦାର୍ଥ ବିଜ୍ଞାନ