ପୃଷ୍ଠା:Biplaba Suare Padartha Bigyan.pdf/୬୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ତ୍ରିବିମୀୟ ଗତି ବିଷୟରେ ବୁଝାଇବା ପାଇଁ ସେ ବୋର୍‌ଙ୍କ ଚିନ୍ତାଧାରାକୁ କାମରେ ଲଗାଇଥିଲେ । କ୍ୱାଣ୍ଟମ ଯାନ୍ତ୍ରିକୀର ପ୍ରାଥମିକ ବିକାଶରେ ବୋରଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ୧୯୧୬ ମସିହାରେ ସେ ସଙ୍ଗତି ନିୟମ ବା କରେ ସ୍ପୋଣ୍ଡନ୍‌ସ୍ ପ୍ରିନ୍ସିପଲ୍ ପ୍ରକାଶିତ କରିଥିଲେ । ଏହି ନିୟମ ଅନୁସାରେ କ୍ୱାଣ୍ଟମ ଯାନ୍ତ୍ରିକୀର ଗୋଟିଏ ସୀମା ଅଛି ଯେଉଁଠି କ୍ୱାଣ୍ଟମ ଯାନ୍ତ୍ରିକୀ ଓ ପାରମ୍ପରିକ ଯାନ୍ତ୍ରିକୀ ଏକାକାର ହୋଇ ଯାଆନ୍ତି ।

[[ଫାଇଲ:|395px|page=61]]

୧୯୨୭ ମସିହାରେ ୱେର୍ଣ୍ଣର କାର୍ଲ ହାଇଜେନବର୍ଗ (୧୯୦୧-୧୯୭୬), କ୍ୱାଣ୍ଟମ ଯାନ୍ତ୍ରିକୀର ଆଉ ଗୋଟିଏ ସମସ୍ୟା ଉପରେ ଗବେଷଣା କଲେ । ତାଙ୍କ ମତରେ ଇଲେକଟ୍ରନ ଭଳି ମୌଳିକ କଣିକାର ସ୍ଥିତି ଏବଂ ସଂବେଗ ସଠିକ ଭାବରେ ମାପିପାରିବା ସମ୍ଭବ ନୁହେଁ । ଏହି ତତ୍ତ୍ବ ପ୍ରଥମ ଥର ପାଇଁ ପଦାର୍ଥ ବିଜ୍ଞାନରୁ କାରଣ ଏବଂ ପ୍ରଭାବକୁ ଅଲଗା କରି ତାହାକୁ ସାଂଖିକୀୟ ସମ୍ଭାବ୍ୟତା ଉପରେ ସ୍ଥାପନା ଜଲା । ଏହା ଫଳରେ ଆଇନଷ୍ଟାଇନ ଏବଂ ଆଉ କିଛି ବିଜ୍ଞାନୀ ସମସ୍ୟାରେ ପଡ଼ିଗଲେ, କିନ୍ତୁ ପରେ ଏହି ତତ୍ତ୍ବକୁ ଗ୍ରହଣ କରି ନିଆଗଲା ।

କ୍ୱାଣ୍ଟମ ଯାନ୍ତ୍ରିକୀର ବିକାଶ କିନ୍ତୁ ଏତିକିରେ ସରିଗଲା ନାହିଁ । ପଲ

ଶେଷରେ ମହା ବିପ୍ଳବ ୫୯