ପୃଷ୍ଠା:Biplaba Suare Padartha Bigyan.pdf/୬୩

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ମୌଳିକତାକୁ ନୂଆ ଦୃଷ୍ଟିରେ ଦେଖିଲେ । ସମୟ କ୍ରମେ ଇଲେକ୍‌ଟ୍ରନର ପ୍ରକୃତ ରୂପ ଜଣାଗଲା ଏବଂ ତାହା ଅବପରମାଣୁ ଗବେଷଣାର ମୂଳଦୁଆ ପକାଇଲା । ମଣିଷ ଏବେ ପରମାଣୁର ଅନ୍ୟ ଅଂଶ ଗୁଡ଼ିକୁ ଖୋଜିବାରେ ଲାଗିଲା । ଧୀରେ ଧୀରେ ପ୍ରୋଟନ ଓ ନିଉଟ୍ରନ ଆବିଷ୍ଣୁତ ହେଲେ ଏବଂ ପରମାଣୁର ଗଠନକୁ ମଣିଷ ମୋଟାମୋଟି ଭାବରେ ବୁଝିପାରିଲା । ଏବେ ନାଭିକୀୟ ଗବେଷଣାରେ ଅନେକ ବିଜ୍ଞାନୀ ଲାଗିପଡ଼ିଲେ ।

ଏହି କ୍ଷେତ୍ରରେ ୧୯୩୨ ମସିହାରେ ଚାରୋଟି ଗୁରୁତ୍ବପୂର୍ଣ୍ଣ ଘଟଣା ଘଟିଥିଲା । ଏଗୁଡ଼ିକ ଥିଲା – ତ୍ୱରିତ କଣିକା ଦ୍ବାରା ସଂଘଟିତ ପ୍ରଥମ ନାଭିକୀୟ ବିଭାଜନ, ଉଦଜାନର ସମସ୍ଥାନିକ ଡିଉଟେରିଅମର ଆବିଷ୍କାର, ପ୍ରଥମ ପ୍ରତିକଣିକା ପଜିଟ୍ରନ୍ ଏବଂ ନିଉଟ୍ରନର ଅସ୍ତିତ୍ବର ପ୍ରମାଣ । ୧୯୩୪ ମସିହାରେ କୃତ୍ରିମ ତେଜସ୍କ୍ରିୟତା ଆବିଷ୍ଣୁତ ହେଲା । ୧୯୩୦ ଦଶକରେ ପଦାର୍ଥ ବିଜ୍ଞାନୀମାନେ ନିଉଟ୍ରନକୁ ପ୍ରୟୋଗାତ୍ମକ ଅସ୍ତ୍ର ଭାବରେ ବ୍ୟବହାର କରି ପରମାଣୁ ଭିତରର ରହସ୍ୟ ବିଷୟରେ ଏବଂ ନାଭିର ଗଠନ ବିଷୟରେ ମଧ୍ୟ ଜାଣିଲେ । ବିଭିନ୍ନ ନାଭିକୀୟ ପ୍ରକ୍ରିୟାର ବ୍ୟାଖ୍ୟା କରିବା ପାଇଁ ବିଟା ବିଘଟନ ଏବଂ ନାଭିକୀୟ ବଳ ଉପରେ ନୂଆ ତତ୍ତ୍ବ ବାହାରିଲା । ପରମାଣୁ, ନାଭି ଏବଂ ତା’ର ଚୁମ୍ବକୀୟ ଗୁଣଧର୍ମକୁ ଆଧାର କରି ଅଧିକ ଗବେଷଣା ଚାଲୁରହିଲା ।

୧୯୩୦ ଦଶକର ସବୁଠୁ ବଡ଼ ଆବିଷ୍କାର ଥିଲା ଗବେଷଣାଗାରରେ ୟୁରାନିଅମ ନାଭିର ବିଭାଜନ ସମ୍ଭବ କରିବା । ଏହାକୁ କାମରେ ଲଗାଇ ୧୯୪୦ ଦଶକରେ ଦ୍ବିତୀୟ ବିଶ୍ବଯୁଦ୍ଧର ପ୍ରଭାବରୁ ନାଭିକୀୟ ଯୁଗର ଆରମ୍ଭ ହେଲା । ପରମାଣୁ ନାଭିର ନିୟନ୍ସିତ ବିଭାଜନ ଘଟାଇ ଶୃଙ୍ଖଳ ପ୍ରକ୍ରିୟା ଚଳାଇ ରଖିପାରୁଥିବା ନାଭିକୀୟ ରିଆକ୍ଟର ଗଢ଼ାଯାଇ ପାରିଲା । ଅନିୟନ୍ସିତ ଧ୍ବଂସକାରୀ ଶୃଙ୍ଖଳ ପ୍ରକ୍ରିୟା ଘଟାଉଥିବା ପରମାଣୁ ବୋମା ମଧ୍ୟ ତିଆରି ହେଲା ଓ ବ୍ୟବହାର କରାଗଲା ।

ଶେଷରେ ମହା ବିପ୍ଳବ ୬୧