ପୃଷ୍ଠା:Biplaba Suare Padartha Bigyan.pdf/୬୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ବିଶ୍ବର ରହସ୍ଯ

ଅତି ଛୋଟିଆ ପରମାଣୁର ରହସ୍ୟକୁ ବୁଝିବା ଚେଷ୍ଟାରେ ମଣିଷ ତା ଭିତରେ ଥିବା କଣିକାମାନଙ୍କୁ ଚିହ୍ନିଲା ଏବଂ ଅତି ବିଶାଳ ଦୁନିଆରେ ମଧ୍ୟ ସେମାନଙ୍କର ସନ୍ଧାନ ପାଇଲା । ଫାଦର ଥିଓଡର ୱୁଲ୍‌ଫ୍‌ଙ୍କ ଚେଷ୍ଟାରୁ ୧୯୧୦ ବେଳକୁ ମହାଶୂନ୍ୟରେ ଖେଳୁଥିବା ବିକିରଣ ବା ମହାଜାଗତିକ ରଶ୍ମି ବିଷୟରେ ପ୍ରାଥମିକ ସୂଚନା ମିଳିଲା । ୧୯୧୪ରେ ପ୍ରଥମ ବିଶ୍ବଯୁଦ୍ଧର ଠିକ୍ ପୂର୍ବରୁ ସମସ୍ତେ ନିଶ୍ଚିତ ହେଲେ ଯେ ମହାଶୂନ୍ୟରୁ ଏହି ଅତି ତୀବ୍ର ରଶ୍ମି ପୃଥିବୀର ବାୟୁମଣ୍ଡଳକୁ ଆସୁଛି । ସେଥିରେ ଅନେକ ପ୍ରକାରର କଣିକା ରହିଥିବା କଥା ପରେ ଜଣାଗଲା । ଏବଂ କଣିକା ମ୍ୟୁଅନ୍‌‌ର ଆବିଷ୍କାର ଏହି ଖୋଜକୁ ଆହୁରି ବଢ଼ାଇ ଦେଲା । କ୍ରମେ କ୍ରମେ ଅନ୍ୟ କଣିକାମାନ ଆବିଷ୍କୃତ ହେଲେ ଏବଂ ପରମାଣୁର ଗଠନରେ ସେମାନଙ୍କର ଭୂମିକା ଉପରେ ବିଚାର ଚାଲିଲା । ଏଗୁଡ଼ିକର ଶ୍ରେଣୀବିଭାଗ ଓ ଗୁଣଧର୍ମର ବ୍ୟଖ୍ୟା ପଦାର୍ଥ ବିଜ୍ଞାନର ଏକ ନୂଆ ଶାଖା ଖୋଲିଦେଲା ।

ସ୍କୂଳ ରୂପରେ ବିଶ୍ୱକୁ ବୁଝିବାର ଚେଷ୍ଟା ମଧ୍ୟ ଏହି ସମୟରେ ଜାରି ରହିଥିଲା । କାର୍ଲ ଶ୍ବାର୍ଜବାଇଲ୍‌ତ୍ (୧୮୭୪-୧୯୧୬) ବିଶ୍ବର ରୂପରେଖ ଠଉରାଇବାରେ ଏକ ଅଗ୍ରଣୀ ଭୂମିକା ନେଲେ । ତାରାମାନଙ୍କର ଉଜଳତା ମାପିବା ସହିତ ସେ ଅସ୍ଥିର ତାରାଙ୍କ ବିଷୟରେ ଅଧିକ ତଥ୍ୟ ଏକାଠି କଲେ । ତାଙ୍କ ଦ୍ବାରା ଉତ୍ସାହିତ ହର୍ଜସ୍ପ୍ରଙ୍ଗ ତାରାମାନଙ୍କର ଶ୍ରେଣୀ ବିଭାଗ କଲେ ଏବଂ ତାରାମାନଙ୍କର ଜୀବନ ପ୍ରକ୍ରିୟା ବିଷୟରେ ଏଥିରୁ ଧାରଣା ମିଳିଲା ।

ଏହି ବିଷୟରେ ସୁବ୍ରମନ୍ୟମ୍ ଚନ୍ଦ୍ରଶେଖର (୧୯୧୦-୧୯୯୫) ଉଲ୍ଲେଖନୀୟ କାମ କରି କୃଷ୍ଣଗର୍ତ୍ତର ସୂଚନା ଦେଲେ । ତାରାରେ ନାଭିକୀୟ ପ୍ରକ୍ରିୟା ହିଁ ଶକ୍ତିର ଉତ୍ସ ବୋଲି ପଦାର୍ଥ ବିଜ୍ଞାନୀମାନେ

୬୨ ବିପ୍ଳବ ସୁଅରେ ପଦାର୍ଥ ବିଜ୍ଞାନ