ପୃଷ୍ଠା:Brahmanda Bhugola (Balarama Dasa).pdf/୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ
ବ୍ରହ୍ମାଣ୍ଡ ଭୂଗୋଳ

ପ୍ରଥମ ଅଧାୟରୁ ଚଉରାଶୀ ଅଧାୟ

ହେ ଦେବଦେବ ଜଗନ୍ନାଥ । ଭକ୍ତ ବତ୍ସଳ ଗୋପୀନାଥ | |

ତୁମ୍ଭେ ଯେ ସଂସାରର ସେତୁ । ସର୍ବ କର୍ମର ଅଟ ହେତୁ । । ତୁମ୍ଭ

କୃପାରେ ମୃଢ଼ ନର । ସୁଧୀଏ କରନ୍ତି ଆଦର ।।୩। ତେଣୁ ଶରଣ

ବଳରାମ । ଦିଅ, ହେ ପ୍ରଭୁ ଦିବ୍ୟ ଜ୍ଞାନ । ବ୍ରହ୍ମାଣ୍ଡ ଭୂଗୋଳ, ଆପଣ

ପାଥେ କହିଲା ଯେଉଁ ଜ୍ଞାନ । ତାହା ମୁଁ କରିବି ଲିଖନ । । ଏହି ମୋହର ମନସ୍କାମ । । ପୂରଣ କର ଚକ୍ରଧର । ପ୍ରଣାମ ଶତ ଶତ ବାର ।।୭।।।।।।।।। ଶ୍ରୀ ଅର୍ଜୁନ, ଉବାଚ-ଅର୍ଜୁନ ବେନି କରଯୋଡ଼ି । କହେ ଗୋବିନ୍ଦ ପାଦେ ପଡ଼ି । । ଭୋ ନାଥ ଆରତ ଭଞ୍ଜନ । କରୁଣା ସିନ୍ଧୁ ଜନାର୍ଦନ । ନମସ୍ତେ ପ୍ରଭୁ ଦିବ୍ୟ ରୂପୀ । ସକଳ ଦେହେ ଅଛ । ବ୍ୟାପୀ ।।।।।।।।।।।।। ମୁକ୍ତି ଲଭିବି କେମନ୍ତେ । ଏମନ୍ତ ଆଜ୍ଞା ହେଉ ମୋତେ | ଶ୍ରୀକୃଷ୍ଣ ଗୋବନ୍ଦ ଗୋପାଳ । କହ ହେ ବ୍ରହ୍ମାଣ୍ଡ ଭୂଗୋଳ । ଏ ଭାଗବତ ଧର୍ମ ଅର୍ଥ । ଦୟା କରିବେ ଗୋପୀନାଥ । ୫ । କହ କେଶବ ତୋଷମନେ । ନମଇଁ ତୁମ୍ବର ଚରଣେ ।।।।।।।।।।।।।।।।। ମାୟା ନ କରି ମୋତେ କହ । ଫିଟାଅ ମୋ ମନୁ ସଂଶୟ । । ଶ୍ରୀ ଭଗବାନୁବାଟ - ଭକତ ସ୍ମୃତି ଶୁଣି କଣ୍ଡେର୍ଣ୍ଣ । କହନ୍ତି ପ୍ରଭୁ ତୋଷମନେ । । ଶୁଣ ଭକତ ତୋଷ ଚିରେ । କହିବା ଭାଗବତ, ଅଥେ । ମନକୁ କର ତୁ ନିଶ୍ଚଳ । କହିବା ବ୍ରହ୍ମାଣ୍ଡ ଭୂଗୋଳ । ଶୁଣ ହେ ପାର୍ଥ ମନ ଦେଇ । କହିବା ଭାଗବତ ଫେଇ । ଯେ କାଳେ ନ ଥଲା ସଂସାର । ନ ଥଲେ ଚନ୍ଦ୍ର ଦିବାକର ।।।।।।।।।।।।।।।। ନଥଲା ଦିବସ ରଜନୀ । ନଥୁଲା ଭବନ ମେଦିନୀ ।।।।।।।।।।।।।।।।।। ଆଦ୍ୟରୁ ନଥୁଲା। ପବନ । ନଥୁଲେ। ଶୂନେନ୍ୟ ତାରାଗଣ । ନଥୁଲେ। ଦେବାସୁର ନର । ନଥୁଲା ସଂସାର ପ୍ରଚାର ।।।।।।।।।।।।।।।।। ନଥୁଲା। ଜଳ ସ୍ଥଳା ନୀଳ । ନଥୁଲା ଗଗନ ମଣ୍ଡଳ । । ନଥଲେ ତେଜ ଆଉ ନୀର ।।।।।।।।।।।।।।।।।।। ନଥୁଲେ ବ୍ରହ୍ମ । ବିଷ୍ଣୁ ଶିବ । ନଥଲା ବେଦର ସ୍ୱାଭାବ । । ସେକାଳେ ଶୂନ୍ୟ ମୋର