ୟେମନ୍ତ ବୋଲଣ କନ୍ୟା ସବୁଠାରେ ଖୋଜି ।
ନ ଦେଖିଣ କୁମର ମନକୁ ନ ଭଜି ହେ | ୨୪ ।
ଦଇବେଣ ଚାରୁବ୍ରହ୍ମ ବିଚିତ୍ର ଅଟଇ ।
ସୁନ୍ଦର ପଣେଣ୨୦ କାମଦେବକୁ ଖଟଇ ହେ । ୨୫ ।
ୟେମନ୍ତ କୁମର ମନ ହରିବ ଯେ ନାରୀ ।
ବିଧାତା ଗଢ଼ିଛି ତାହା୨୧ ଅତି ଯତ୍ନ କରି ହେ । ୨୬ ।
କନ୍ୟାମାନ ଯେତେଠାରୁ ଖୋଜିଣ ଆଣନ୍ତି ।
ଚାରୁବ୍ରହ୍ମ ଚିତ୍ତକୁ ସେ କେହି ନ ଯୋଗାନ୍ତି ହେ । ୨୭ ।
ରାଜନ ମନରେ ତହୁଁ କୋପ ପ୍ରଜଳିତ୨୨ ।
ରାଜ୍ୟରୁ ବାହାର ହୋଇ ଯାଉ° ମୋର ସୁତ ହେ । ୨୮ ।
ମୋ ତହୁ° ଗରିଷ୍ଠ ଯେହୁ° ମାହାରାଜାମାନେ ।
କୁଳୀନ ସମ୍ପତ୍ତି ଶୋଭା ଅତି ବିଦ୍ୟମାନେ ହେ । ୨୯ ।
ଏମନ୍ତ ନୃପତି ଝିଅ ନରୁଚିଲା ଯହି° ।
ତାହାର ଇଚ୍ଛା ୟେ ବିଭା ହଉ° ଯହି° ତହି° ହେ । ୩୦ ।
ୟେମନ୍ତ ବଚନ ଯହୁଂ କୁମର ଶୁଣିଲା ।
ମନରେ ଅନେକ ଚିନ୍ତା ନଥିବି୨୩ ବୋଇଲା ହେ । ୩୧ ।
ମୋ ମନ ନ ଜାଣି ପିତା ବୋଇଂଲେ ୟେମନ୍ତ ।
ଆନ ରାଜ୍ୟ ଯିବି ବୋଲି ବିଚାରଇ ଚିତ୍ତ୨୪ ହେ । ୩୨ ।
୨୦ । ପଣେଂଣଂ (ପୋଥିପାଠ) ୨୧। ଏଠାରେ 'ତାହା' ବଦଳରେ 'ତାକୁ' ହେବା ଅଧିକ ସଙ୍ଗତ । ୨୨ । ପ୍ରଜ୍ୱଳିତ ଶୁଦ୍ଧପାଠ । ୨୩ । ଏ ପଦଟିର ଅର୍ଥ ଆଦୌ ସୁସ୍ପଷ୍ଟ ନୁହେଁ । ୬୪ । ଚିତେଂହେ (ପୋଥିପାଠ)