ଜୟଦେବ [୪ର୍ଥ ସର୍ଗଃ ।
କୁସୁମବିଶିଖଶରତଳ୍ପମନଳ୍ପବିଳାସକଳାକମନୀୟଂ । ବ୍ରତମିବ ତବ ପରିରତ୍ୱସୁଖାୟ କରୋତି କୁସୁମଶୟନୀୟଂ । ୪ । ବହତି ଚ ବଳିତବିଲୋଚନଜଳଧରମାନନକମଳମୁଦାରଂ । ବିଧୁମିବ ବିକଟବିଧୁଂ ତୁଦଦନ୍ତଦଳନଗଳିତାମୃତଧାରଂ । ୫ । ବିଲିଖତି ରହସି କୁରଙ୍ଗମଦେନ ଭବନ୍ତମସମଶରଭୂତଂ । ପ୍ରଣମତି ମକରମଧୋ ବିନିଧୟ କରେ ଚ ଶରଂ ନବଚୂତଂ । ୬ । ପ୍ରତିମଦମିଦମପି ନିଗଦତି ମାଧବ ତବ ଚରଣେ ପତିତାହଂ । ହୟି ବିମୁଖେ ମୟି ସପଦି ସୁଧାନିଧିରପି ତନୁତେ ତନୁଦାହଂ । ୭ ।। ଧ୍ୟାନଲୟେନ ପୁରଃ ପରିକଳ୍ପ୍ୟ ଭବନ୍ତମତୀବ ଦୂରାପଂ । ବିଳପତି ହସତି ବିଷୀଦତି ରୋଦିତି ବଞ୍ଚତି ମୁଞ୍ଚତି ତାପଂ |୮| ଶ୍ରୀ ଜୟଦେବଭଣିତମି ଦମଧିକଂ ଯଦି ମନସାନଟମୟଂ ।
ହରିବିରହାକୁଳବଲ୍ଲବୟୁବତିସଖୀ ବଚନଂ ପଠନୀୟଂ । ୯ ।
ଜୀବନ ମୋର ହେଉଛି ଦହି । ୧୦ । ମନଶିଜଶର ପଡ଼େ ଅନବରତ ସଖୀର ମରମସ୍ଥାନେ ହୃଦୟଗତ । ୧୧ । ତେଣୂ ସେ ଜଳରୁ ଆଣି ପଙ୍କଜଦଳ । ଦିଅଇ ସଖୀର ଉରେ କୁଚମଣ୍ଡଳ । । ତହୁଁ ସେ ହୃଦରେ ତୋତେ ଅଛଇ ଧରି । କାମଶର-ନିବାରଣେ କବଚ କରି । ୧୩ । ଛାଡ଼ିଣ ବିଳାପ କଲା ସଖୀ ମୋହର । ବ୍ରତ ଆଚରଣ ଦଲା ଦୃଢ଼ ମନର ।୧୪। ତବ ଆଲିଙ୍ଗନ ସୁଖ ବାଞ୍ଛିତ ମନ । ଶୋଇଛି କୁସୁମଶଯ୍ୟା କରି ବିଧାନ । ୧୫। ବହଇ ଲୋତକ ସଖୀ ମୁଖକମଳ । ଲୋଚନୁ ଜଳ ବରଷେ ଏ ଜଳଧାର । ୨୬ । ରାହୁଗ୍ରାସଦନ୍ତଘାତେ ଚନ୍ଦ୍ରୁ ଯେସନ । ଝରଇ ଅମୃତଧାରା ଜାଣି ତେସନ । ୧୭। ଏକାନ୍ତେ କସ୍ତୁରୀ ଘେନି ବସିଣ ସଖୀ । ଲିହଇ ମଦନରୂପ ଅତି ସୁରେଖି । ୧୮। ମକର ଗୋଟିଏ ଯାନ କରିଣ ଲିହି । କରେଣ ଚୂତବକୁଳ ଶରେକ ଦେଇ । ୧୯ । ଅନଙ୍ଗମୁରତି ତୋତେ ଅଭିନ୍ନ କରି । ଚରଣେ ପଡି ବୋଲଇ ଶରଣ ହରି । ୨୦ । ପୁଣ ପୁଣ ପଦେ ପଡ଼ି ବୋଲାଇ ରାମା । ତୋର ବିନୁ ମୋର ତନୁ ଦହେ ଚନ୍ଦ୍ରମା । ୨୧ । ଧ୍ୟାନରେ