ଗୋବର ଗୋଟେଇ
ସେହିପରି ହେଲା । ତାର ହୃଦୟ ଆନନ୍ଦରେ ଗଦ ଗଦ ହୋଇଗଲା । କିଛି କହି ପାରିଲା ନାହିଁ । ସ୍ନିଗ୍ଧ ଆନନ୍ଦ- ମାଧୁରୀ ତାର ବିଶ୍ୱ ମନୋହାରୀ ଆଖି ଯୁଗଳର କୋଣରୁ ଝରି ପଡ଼ିଲା । ସେ ଦୁଇ ବାହୁ ଲତାରେ ତାର ପ୍ରିୟତମକୁ ଟାଣି ଧରି ତାର ହୃଦୟରେ ମୁହଁଟିକୁ ଲୁଚାଇ ଦେଲା । ଦିନ ଦିନ ରାତି ରାତି ଚିନ୍ତାରେ-କଳ୍ପନାରେ ଆଶାରେ-କବିତାରେ-କଥାରେ-ଗାନରେ ସେ ଯାହାକୁ ଅନବରତ ଭାବୁଚି; ସେ ପ୍ରଶ୍ନ କରୁଚି ଏତେ ଭୀତ ହୋଇ କାହିଁକି ? ସେ ଭାବିଲା ଏ ଅଭାଗୀର କଣ ଏପରି ଭାଗ୍ୟ ଅଛି- କହିବ ବୋଲି ମାତ୍ର କହି ପାରିଲା ନାହିଁ ।
ଏତେ ଅଭିନୟରେ ତଥାପି ସରୋଜ ବିଶ୍ୱାସ କରିପାରିଲା ନାହିଁ; ସେ ପୁଣି ପଚାରିଲା- "ତୋର ହୃଦୟକଥା ମୋତେ ସ୍ପଷ୍ଟ କହ- ମୁଁ ଶୁଣିବାକୁ ଚାହେଁ- ବାସ୍ତବରେ ତୁ କଣ ମୋତେ ସେପରି ଇଚ୍ଛାରେ ଭଲପାଉ ? ଉଦ୍ଦ୍ୱାରା ତୋର ଜୀବନ ସୁଖମୟ ହେବ ?"
ମଣିର ମନ କଣ ହୋଇଗଲା । ସେ ଆଉ କିପରି ଭଲ ପାଇବ ? ତାର ପ୍ରେମ ଭିତରେ ସେ କଣ ସେହି ଜୀବନ୍ତ ମୂର୍ତ୍ତିର ଛାୟାକୁ ଅନୁଭବ କରିନାହିଁ ? କହିବାକୁ ଲାଜ ମାଡ଼ିଲେ ସୁଦ୍ଧା ମୁହଁଟିକୁ ଲୁଚାଇ କହିଲା- "ମୋର ସେପରି ଭାଗ୍ୟ ଥିଲେ ସିନା ? ଯଦି ପ୍ରାଣଟି ଅର୍ପଣ କରି ଦେଇଛି କାହାର ପାଦପଦ୍ମରେ, ଯଦି କାହାପାଇଁ ନିତି ପ୍ରତି ମୁହୂର୍ତ୍ତରେ ଲୋତକ ଢ଼ାଳିଚି - ଯଦି କାହାର ଏକମାତ୍ର ପ୍ରାଣମନ ବିମୋହନ ମୂର୍ତ୍ତି ଚିନ୍ତାକରିଚି, ତେବେ ମୋର ସେହି ଆଦରଧନଟିର-ଯାହାର ହସ୍ତ ସହିତ ପିତା ମୃତ୍ୟୁକାଳର ଠିକ୍ ପୂର୍ବ ମୁହୂର୍ତ୍ତରେ ମୋର ହାତଟିକୁ ମିଶାଇ ଦେଇ ଚିପି ଧରିଥିଲେ-"
ଆଉ କହି ପାରିଲା ନାହିଁ- ତୋଟି ବସିଗଲା । ବେଳୁ ବେଳ ସରୋଜକୁ ଟାଣି ଧଇଲା । ଏତେଦିନେ ସେ ତାର ଚିରପ୍ରୀତିମୟକୁ ହୃଦୟ