ସେହି ବଳିତା କନାରେ ଗୁଡ଼ା ହୋଇଥିବା ନୋଟ ଖଣ୍ଡିକୁ ମଣି ହାତରେ ଦେଇ ପ୍ରଧାନ ପାଖକୁ ପଠାଇ ଦେଲେ । ମଣିକୁ କହିଲେ- "ମା, ଏକୁ ନବୁ କି- ଦନେଇ ବାପାକୁ ଦେଇ କହିବୁ ଏଇଥିରୁ ୨ ବର୍ଷର ଖଜଣା ଆମର କାଟିରଖି ବାକିତକ ଟଙ୍କା ଦେବେ ।
ମଣି ଚାଲିଗଲା । ପିଆଦା ତାର ଚାରିପଇସାଟି ଧରି ଅଲଗା ଜାଗାକୁ ଗଲା । ମଣିକୁ ମା' ଯେମିତି କହିଥିଲେ ସେ ସେହିପରି କହି ନୋଟଟି ପ୍ରାଧାନଙ୍କୁ ଦେଲା । ନୋଟଟି ଦେଖି ପ୍ରଧାନଙ୍କର ପିହ୍ଳେଇ କମ୍ପିଗଲା । ପାଖରେ ଥିବା କେତୋଟା ଆପୁଲି ବଦଖୋର ଲୋକ ମୁଡ଼ୁକିହସାଦେଇ କହିଲେ- "ଦେଖ ! ଧାର୍ମିକ ମାଲ- ସେ କେବେ ଲୁଚିବ ନାହିଁ । ଦଣ୍ଡକେ ଧରାପଡ଼ି ଗଲା ।"
ପ୍ରଧାନେ ପଚାରିଲେ- "କିଲୋ ଗୋବରଗୋଟେଇ ଏ କଣ ?" ଆଉ କିଛି କହିଲେ ନାହିଁ । ଦଶବର୍ଷର ଛୁଆଟିକୁ ବଳତ୍କାରରେ ଘେନି ସେ ଆଉ ଦୁଇଜଣ ଲୋକ ବିକ୍ରମ ଗଡ଼ ଥାନାକୁ ସଳଖି ଗଲେ । ଏବଂ ବାଟରେ କଥାବାର୍ତ୍ତା ହେଲେ- "ବୁଝିଲ ଦୀନ ! ପ୍ରଭୁଙ୍କୁ ଯେ ଡାକିବ ପୁଣି ଯାର ସତ୍ପଦାର୍ଥ ହୋଇଥିବ ସେ ଲୁଚିବନାହିଁ ମ ? ମୋର ୨୭ ପ୍ରାଣୀ କୁଟୁମ୍ବର ନିଶ୍ୱାସ-ଯିବ-କୁଆଡ଼େ । ହେଇ ଦେଖ- ଆରେ କାଲି ଛୋଟରା ଏହି ଖଣ୍ଡକ ଦେଇ ଚାଲିଗଲେ- ରାତିରେ ଚୋରି- ସକାଳୁ ପଡ଼ିଲା ଧରା । ଆଉ କଣ ଏଙ୍କୁ ଦୟାଧର୍ମ କରିବ କହିଲ ? ସେପରି ବଦ୍ଗୁଣ ଅଛି ବୋଲି ଏଙ୍କ ଦଶା ଏପରି କି ? ମଣି କିଛି ବୁଝିପାରିଲା ନାହିଁ ପ୍ରଧାନଙ୍କ କଥାରୁ ସେ ଜାଣିପାରିଲା ତାକୁ ଚୋରବୋଲି କୁଆଡ଼େ ନଉଚନ୍ତି- ବାଳିକା କାନ୍ଦି ପକାଇଲା । ମାତ୍ର ତାର ଚାରା କଣ ପାଟି-ଫିଟେଇବାକୁ ? ସେ ତିନିହେଁ ଯେଉଁବାଟେ ଯିବାକୁ ଯାହା କରିବାକୁ