ମଲା ଦିନୁଁ ପାଠପଢ଼ା ଛାଡ଼ି ଦେଇ ଅଛି । ତାର ଦଢ଼ାରେ ଆଉ ସୁଖ ନାହିଁ । ସେ ଆଜି ବାଳିକା ନୁହେଁ- ୧୫ ବର୍ଷର ଯୁବତୀ କନ୍ୟା ।
କେହି ଭାବି ନ ଥିଲା ଯେ, ଏତେ ଅଳ୍ପ ସମୟ ମଧ୍ୟରେ ଶ୍ୟାମବାବୁ ମରିଯିବେ । ଏତେବଡ଼ ସୁସ୍ଥସବଳ ଶରୀର, ଦୁଇଟା ମାସରେ ମାଟି ହୋଇଯିବ କିଏ ଜାଣେ ? ପେନସନ ପାଇଁ ଆପତ୍ତି କରି କରି ଥକିଲେ, ସରକାର ଏତେ ଶୀଘ୍ର ତାଙ୍କ ପରି ମାଜିଷ୍ଟ୍ରେଟକୁ କାମରୁ ବାହାର କରିବାକୁ ଅନିଚ୍ଛା ପ୍ରକାଶ କରି ତାଙ୍କୁ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ କରି ସାରିବାର କେତେମାସ ପୂର୍ବରୁ ଗୟାକୁ ପରିବର୍ତ୍ତନ କଲା । ଗୟାରେ ପାଞ୍ଚ ଛଅ ମାସ ରହିବା ପରେ ତାଙ୍କର ସ୍ୱାସ୍ଥ୍ୟ ଭାଙ୍ଗି ପଡ଼ିଲା । ତେଣୁ ସେ ପେନସନ୍ ନ ମାଗି ଏକକାଳୀନ କିଛିଟଙ୍କା ପାଇଁ ସରକାରରେ ଅଳିକଲେ । ଏଥର ମହାମାନ୍ୟ ସରକାରଙ୍କର ଦୃଷ୍ଟି ପଡ଼ିଲା । ତାଙ୍କୁ ସନ୍ତୁଷ୍ଟ ହୋଇ ସରକାର ବର୍ଷକୁ ଦେଉଥିବା ପୂରା ବେତନ ୧୮୦୦୦ ହିସାବରେ ୧୦ ବର୍ଷକୁ ୧୮୦୦୦୦ ଦେଇ କର୍ମରୁ ବିଦାୟ ଦେଲେ । ତାଙ୍କ ଭଳି ମାଜିଷ୍ଟ୍ରେଟ ସେତେବେଳେ କେହି ନ ଥିଲା କହିଲେ ଚଳେ । ତାଙ୍କ କର୍ମର ପୁରସ୍କାର ଏହା କିଛି ବେଶୀ ହୋଇ ନ ଥିଲା ।
ଘରକୁ ଆସି ଶ୍ୟାମ ବାବୁଙ୍କର ଅଳିସାର ହେଲା । ସରୋଜ ଏଥିରେ ହଜାର ହଜାର ଟଙ୍କା ବ୍ୟୟ କଲା, ମାତ୍ର କାହିଁରେ କିଛି ଫଳ ଫଳିଲା ନାହିଁ । ମଣି ପିତାଙ୍କର ମଇଳା ସଫା କରିବାକୁ ଦିନରାତି ସେବା କରିବାକୁ ତିଳେମାତ୍ର ଘୃଣା କଲା ନାହିଁ । ଦାସିଆ କଥା ତ ଛାଡ଼, ସେ ସମସ୍ତଙ୍କୁ ଖଟପଲଙ୍କରେ ବସାଇ ତାର ସାଆନ୍ତ ପାଖରେ ଅନୁକ୍ଷଣ ଜଗି ରହିଲା । ହାୟ, ଏତେ ସେବା ଶୁଶ୍ରୂଷା ରୋଗ ମାନିଲା ନାହିଁ । ଶ୍ୟାମ ବାବୁ ଆସ୍ତେ ଆସ୍ତେ ନିର୍ବଳ ହୋଇଗଲେ । ଦିନେ ସରୋଜକୁ ଡାକି କହିଲେ,