ଚିଲିକା କହିଲା, ‘ଆଗରୁ ତ ଭଲ ଲାଗୁଥିଲା । ଦିନ ଯାକର ମନଟନିକୁ ବିରକ୍ତିକର ଆଳସ୍ୟ ମାନସିକାବସ୍ଥାକୁ ଏ ସବୁ ଖବର ଦୂର କରୁଥିଲା । ହତ୍ୟା ଡକାୟତି ଧର୍ଷଣ ବୋମାମାଡ଼ ଆତ୍ମହତ୍ୟା ଏସବୁ ଶବ୍ଦ ହଠାତ୍ ନିଜ ଶିରା ପ୍ରଶିରାକୁ ଚଞ୍ଚଳ କରି ଦେଉଥିଲା । ରକ୍ତ ନଈର ସୁଅ କିଛି ସମୟ କ୍ଷିପ୍ର ହେଉଥିଲା ଏବଂ ମୁଁ ବ୍ୟସ୍ତ ବିଚଳିତ ହୋଇ ପଡୁଥିଲି । ହୁଏତ ତା ପରଦିନ ଶିଥିଳତା ଆସୁଥିଲା । କିନ୍ତୁ ସେଇ ଦିନଟା ଯାକ ଉେତ୍ତଜିତ କ୍ଷୀପ୍ର ଓ ବେଗବାନ ଥିଲି । ହତ୍ୟାକାରୀ ବା ଧର୍ଷଣକାରୀ ପ୍ରତି ହୁଏତ ରାଗ ଆସୁ ନ ଥିଲା । ହତ୍ୟା ହୋଇଥିବା ଦୂର୍ଭାଗ୍ୟ ମଣିଷ ପ୍ରତି ବା ଧର୍ଷିତା ହୋଇଥିବା ଝିଅପ୍ରତି ହୁଏତ ସହାନୁଭୂତି ଆସୁ ନଥିଲା । କିନ୍ତୁ ପଢ଼ିଲା ବେଳକୁ ନିଶ୍ଚିତ ଭାବେ ଅନୁଭବ କରୁଥିଲି ଯେ ମୁଁ ଶିହିରୀ ଯାଉଛି, ଛାତି ଭିତରେ ଗୋଟେ ଭଉଁରି ଖେଳି ଯାଉଛି, ମୁଣ୍ଡଟା ଓଜନିଆ ହୋଇଯାଉଛି । ସବୁଦିନ ମୁଁ ଖବରକାଗଜ ପଢ଼େନି କିନ୍ତୁ ଯେଉଁଦିନ ଯେତେବେଳେ ବୋର୍ ଲାଗୁଥିବ, ଯେବେ ଶୂନ୍ୟ ଖାଁ ଖାଁ ଲାଗୁଥିବ ସେତେବେଳେ ପଢୁଥିଲି ଏବଂ ମୋ ଭିତରେ ଅସହାୟତା ଦୂର କରାଉଥିଲି । ଏବେ କିନ୍ତୁ ଏସବୁ ଖବର ଆଉ ଚାଞ୍ଚଲ୍ୟ ଆଣୁନାଇଁ । ଏବେ ମୁଁ ନିର୍ବିକାର ରହିବାକୁ ଚେଷ୍ଟା କରୁଛି । ମାତ୍ର ମନଟା ବେଳେବେଳେ ବିଦ୍ରୋହୀ ଉଠୁଛି ଏବଂ ଏପରି ଲାଗେ ସତେ ଯେପରି ମୁଁ ଅସହାୟତା ଭିତରକୁ ଠେଲି ହୋଇଯାଉଛି ।’ କହିସାରି ଅସହାୟ ଦୃଷ୍ଟିରେ ଅବକାଶକୁ ଚାହିଁ ରହିଲା । ଅବକାଶ କହିଲା, ‘ଏମିତି ଅସହାୟ ଲାଗେ ଚିଲିକା । ଏହା ସ୍ୱାଭାବିକ । ମୁଁ ଏ ଘଟନା ଗୁଡ଼ାକ ମନେ ପକାଇବାକୁ ଚାହେଁନା । ତମେ ଅସହାୟତାକୁ ଦୂର କରିବାକୁ ଏ ସବୁ ପଢୁଥିଲି । ମୁଁ କିନ୍ତୁ ଏସବୁ ପଢ଼ିଲେ ଅସହାୟତା ଭିତରକୁ ଠେଲି ହୋଇଯାଉଛି, କେବେଠୁ । ମୋର ମନେ ପଡ଼େ ହଠାତ୍ ବେଲ୍ଚି, ବାଗ୍ପେଟ, ନେଲି, ଭାଗଲପୁର, ମନେପଡ଼େ କେତେ କୂଆଖାଇ ନଈପଠାରେ ଛବିରାଣୀ ମାନଙ୍କର ଉଷୁମ ଦେହର ଶେଯ ହୃଷ୍ଟପୁଷ୍ଟ ଶାଗୁଣାଂକ ପାଇଁ ବିଛା ହୋଇ ରହୁଥିବାର ଦୃଶ୍ୟ । ମୋର ଶୂନ୍ୟ ପିଂଜରା ଭିତରେ ଯେତେ ରଙ୍ଗବେରଙ୍ଗ ସାଉଁଳା ସାଉଁଳା ନିର୍ଦୋଷ ପକ୍ଷୀଙ୍କ ଡେଣା ଛାଟି ଯାଉଥିବାର ଦୃଶ୍ୟଭରି ଦେବାକୁ ଭାବିଲେ ସବୁବେଳେ ଶାଗୁଣାଦଳ ହିଁ ଛୁଟି ଆସନ୍ତି ।’ ଚିଲିକା କହିଲା, ‘ସତେକି ତା ଦୃଷ୍ଟି ଯେଉଁଠି ସରେ ଏ ପୃଥିବୀ ସରେ ସେହିଠାରେ । କବି ଦୃଷ୍ଟିରେ ।’ ‘ହଁ । ଏତେ ସବୁ କୃତ୍ରିମ ଶବ୍ଦକୁ କେତେ ଗୁରୁତ୍ୱ ଦିଆଯାଉଛି ଦେଖୁଛ ତ? ରକ୍ତ ସବୁ ଶୀତଳ ହେବା ଯାଏ ଶବ୍ଦ ମାନଙ୍କ ଅର୍ଥ ସବୁ ଲମ୍ବି ଯାଉଛି । ଲୋକେ କେତେ ଅସହାୟତା ଭିତରେ ଜୀବନକୁ କଷ୍ଟେ ମଷ୍ଟେ ଗଡ଼ାଇ ଉଠି ପଡ଼ି ଚାଲିଛନ୍ତି । ଜୀବନଟା ଛାପିହୋଇ ଯାଉଛି ଖବରକାଗଜ ପୃଷ୍ଠାରେ ଏବଂ ସେ ସବୁ ପଢ଼ି ଦିନକୁ ଦୁଇଥର ଝାଡ଼ା ଯାଉଥିବା ଭଦ୍ରଲୋକେ ଚମକି ପଡୁଛନ୍ତି । ଜାଣ? ଚମକି ପଡ଼ିଲେ ସ୍ୱପ୍ନ ଭାଙ୍ଗିଯାଏ ।’ ଚୁପ୍ ହେଲା ଓ ଦମ୍ ନେଲା ଅବକାଶ । ଚିଲିକାକୁ ଚାହିଁଲା । ଚିଲିକା ହାତରୁ ଖବରକାଗଜକୁ ଆଣି ଭାବିଲା ଏ ଖବରକୁ ପଢ଼ି କେତେଲୋକ ଉେତ୍ତଜିତ ହେଉଥିବେ, ମନେ ମନେ ଗୁଣୁଗୁଣୁ ଗୁରୁଗୁଣୁ ହେଉଥିବେ, ନପୁଂସକତାରେ ଘାରି ହେଉଥିବେ । ଲୋକଙ୍କର ମନୋଭାବକୁ କୌଣସି ପ୍ରକାରେ ବଦଳିବାକୁ ନ ଦେବାର ଇଚ୍ଛାକରି ଧୀରେ ଧୀରେ ଚିରି ପକାଇଲା ଖବରକୁ ଏବଂ ଝରକା ବାହାରେ ଫିଙ୍ଗି ଦେଲା । ଚିଲିକା ବି ବୁଝିଲା ତା ମାନେ । ଦୁହେଁ ଦେଖିଲେ କାଗଜ ଟୁକୁରା ସବୁ ଉଡ଼ି ଉଡ଼ି ଯାଇ ଡ୍ରେନ୍ ଭିତରେ ପଡ଼ିଲା । ଦୁହେଁ ପାହାଚ ଗଣିଗଣି ଓହ୍ଲାଇ ବାହାରି ଆସିଲେ ରାସ୍ତାକୁ । ତେଣୁ ହେ ଧୂଷର ପୃଥିବୀବାସୀ ତମେ ଯଦି ସ୍ୱପ୍ନ ଦେଖିବାକୁ ଇଚ୍ଛା କର ତେବେ ଖବର କାଗଜର ଶବ୍ଦ ବଦଳାଅ ଏବଂ ଆକାଶରେ ରଙ୍ଗିନ ପକ୍ଷୀ ଉଡୁଥିବାର ଦୃଶ୍ୟ ଛାପ । ଚମକି ପଡ଼ନା । ସ୍ୱପ୍ନକୁ ଭାଂଗନା । ଚିଲିକାର ଖବର ବି ଏମିତି କାଗଜ ପୃଷ୍ଠାରେ ଛାପି ହୋଇଥିଲା । କେତେ ଲୋକ ଉେତ୍ତଜିତ ହୋଇଥିବେ । ନପୁଂସକ ଉେତ୍ତଜନା । ଅଥଚ ସେ ପଟେ ସେଇ ଚାରିଜଣ ଚିଲିକାର ରାଗ, ଯନ୍ତ୍ରଣା, ଘୃଣା ଯେପରି ଉପଭୋଗ କରୁଥିଲେ । ସେ ରଡ଼ି ଛାଡୁଥିଲା । ସେମାନେ ତା ପାଟି ଦବାଇ ଛୁରୀ ଦ୍ୱାରା ମାରିଦେବାର ଧମକ ଦେଉଥିଲେ । ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ । କହୁଥିଲେ ସେ ବେଶ୍ୟାଟିଏ, ଦାରୀଟିଏ । ଶବ୍ଦ ସବୁ ଏପରି ଥିଲା ସତେ ଯେପରି ଧର୍ଷଣ କରି ସେମାନେ ତା ପ୍ରତି ଦୟା କରୁଛନ୍ତି । ସେମାନଙ୍କ ଚରିତ୍ର ସଂହାର ହେଉନି, ଆଇନ ଅମାନ୍ୟ ହେଉନି । ବରଂ ତାକୁ ଉଚିତ ଶିକ୍ଷା ଦେଉଛନ୍ତି । ସେ ଭବିଷ୍ୟତରେ ଯେପରି ସୁଧୁରି ଯାଏ, ଠିକ୍ ବାଟରେ ପଡ଼େ । ଏତେ କଥା ତ ଧୂଷର କାଗଜ ପୃଷ୍ଠାରେ ଛାପି ହୋଇନାହିଁ । ତା ଦେହର କ୍ଷତ, ଅସଂଖ୍ୟ ନଖଚିହ୍ନ ଦାନ୍ତଚିହ୍ନ ତ ଲୋକଙ୍କ ମଉଜ ପାଇଁ ନ ଥିଲା । ତା ଗାଲ ବେକ ପିଠି ଛାତି ସ୍ତନସବୁ ରକ୍ତରେ ଲାଲ । ଛାଟି ପିଟି ହେବା ବେଳକୁ ମୁଣ୍ଡରେ ଗୋଡ଼ରେ ପଥର ଠେସ ବାଜି ରକ୍ତରେ ଭିଜିବାର ଦୃଶ୍ୟ କଣ ଲୋକଙ୍କ ‘ହଟନ୍ୟୁଜ୍’ ପାଇଁ ଉଦ୍ଧିଷ୍ଟ ଥିଲା । ସେମାନେ ତା ବାଳକୁ ଖେଂଚି ଟଣା ଓଟରା କରିଥିଲେ । ସେ ଭୟଙ୍କର ଭାବେ ରଡ଼ି ଛାଡୁଥିଲା ସେମାନେ ଭାଷଣ ଦେଇ ଚାଲିଥିଲେ ତା ଚରିତ୍ର
ପୃଷ୍ଠା:Hada bagicha.pdf/୨୬
ଦେଖଣା