୫୮ / ଜାତି, ଜାଗୃତି ଓ ପ୍ରଗତି
ଆମ ରାଜ୍ୟ ଓଡ଼ିଶା । ଏଭଳି ଏକ ସ୍ଥିତିରେ ଆସି ପହଞ୍ଚିଛି ଯାହାକୁ ଘେରି ରହିଛି ଅସଂଖ୍ୟ ପ୍ରଶ୍ନ । ଏ ପ୍ରଶ୍ନର ସୃଷ୍ଟି ହୋଇଛି ଆମ ରାଜ୍ୟରେ ଦେଖାଦେଇଥିବା କେତେଗୁଡ଼ିଏ ସମସ୍ୟା ଯୋଗୁଁ । ଏହି ସମସ୍ୟାଗୁଡ଼ିକ କେବଳ ଖାଦ୍ୟ, ବସ୍ତ୍ର, ବାସଗୃହରେ ସୀମିତ ନୁହେଁ, ବରଂ ଭାଷାର ଭବିଷ୍ୟତକୁ ନେଇ, ସାହିତ୍ୟର ସମୃଦ୍ଧିକୁ ନେଇ, ଜାତିଗତ ହିଂସା
ଦ୍ୱେଷକୁ ନେଇ, ନିଜ ନ୍ୟାଯ୍ୟ ଦାବୀକୁ ସଂଘୀୟ କ୍ଷେତ୍ରରେ ଉପସ୍ଥାପନାକୁ ନେଇ କିମ୍ବା ନିଜର ଗୋଡ଼ଟଣା ପ୍ରକୃତି ଓ ପ୍ରବୃତ୍ତିକୁ ନେଇ । ତେବେ ଏସବୁ ଭିତରେ ଯେଉଁ ସୂକ୍ଷ୍ମ ଚେତନାଟି ସଂଯୋଗର ସେତୁ ରୂପେ କାମ କରୁଛି, ତାହା ହେଉଛି ଦାରିଦ୍ର୍ୟ । ଏ ଦାରିଦ୍ର୍ୟ ଆମ ମାନସିକତାକୁ ଏତେ ପରିମାଣରେ ଆକ୍ରାନ୍ତ କରିସାରିଛି ଯେ, ସ୍ୱଚ୍ଛଳ ବର୍ଗର
ଓଡ଼ିଶାବାସୀମାନେ ମଧ୍ୟ ନିଜକୁ ଦରିଦ୍ର ବୋଲି ସଗର୍ବେ ଘୋଷଣା କରିବାକୁ ପଛଘୁଞ୍ଚା ଦେଉ ନାହାନ୍ତି । ତେଣୁ ଏତେ ସବୁ ପ୍ରଶ୍ନର ଏକମାତ୍ର ସମାଧାନର ସୂତ୍ର ହେଲା ଦାରିଦ୍ର୍ୟକୁ ଚିହ୍ନିବା ଓ ଏହାର ନିରାକରଣପାଇଁ ସ୍ୱତଃପ୍ରବୃତ୍ତ ଭାବେ ଉଦ୍ୟମ କରିବା ।
ଦାରିଦ୍ର୍ୟ କ’ଣ? - ଦାରିଦ୍ର୍ୟ ହେଉଛି ଜୀବନ୍ତ ଅଭିଶାପ । ଏହାକୁ କେବଳ ମଣିଷ ସମାଜରେ ଉପଲବ୍ଧି କରିହୁଏ । ବିଶ୍ୱର କୋଣ ଅନୁକୋଣରେ ଏହାର ଛାୟା ଦୃଷ୍ଟିଗୋଚର ହେଉଥିଲେ ମଧ୍ୟ ସ୍ଥାନ ଭେଦରେ ଏହାର ସଂଜ୍ଞାରେ ଭିନ୍ନତା ପରିଲକ୍ଷିତ ହୁଏ । ଦାରିଦ୍ର୍ୟ କହିଲେ ସାଧାରଣତଃ ଆୟଭିତ୍ତିକ ଦାରିଦ୍ର୍ୟକୁ ବୁଝାଇଥାଏ । କିନ୍ତୁ ଏହି ମତ ତ୍ରୁଟିଯୁକ୍ତ । ଅର୍ଥ ରୋଜଗାର କରିବାର ଅଯୋଗ୍ୟତା ବା ଅକ୍ଷମତା ହେଉଛି ଦାରିଦ୍ର୍ୟ । ଜୀବନଧାରଣପାଇଁ ସର୍ବନିମ୍ନ ଆବଶ୍ୟକତା ପୂରଣ ନିମନ୍ତେ ଯେଉଁମାନେ ଅର୍ଥ ପାଇ ନ ଥାନ୍ତି, ସେମାନଙ୍କପାଇଁ ପ୍ରଗତି ଓ ବିକାଶର ନାରା ସ୍ୱପ୍ନ ମାତ୍ର । ଏହି ଶ୍ରେଣୀର ବ୍ୟକ୍ତିମାନଙ୍କପାଇଁ ପ୍ରାଥମିକ ଶିକ୍ଷା, ସ୍ୱାସ୍ଥ୍ୟ, ବାସଗୃହ, ଶୁଦ୍ଧ ପାନୀୟ ଜଳ, ବିଜୁଳି,