ପୃଷ୍ଠା:Kaunri Kamachandira dese.pdf/45

ଉଇକିପାଠାଗାର ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

କୁତବ୍‌କୁ ୧୦ ଟଙ୍କା ଦେଇ ବିଦାୟ ନେଲି । ମୁଁ ଷ୍ଟେସନ ଭିତରେ ଯାଇ ପ୍ଲାଟଫର୍ମରେ ଅପେକ୍ଷା କଲି । ଜଣେ ତେଲଙ୍ଗା ଭଦ୍ରଲୋକ ପହଞ୍ଚିଲେ । ସେ ଓଡ଼ିଶାର ସୀମାନ୍ତ ଅଞ୍ଚଳ ଇଚ୍ଛାପୁର ପାଖରେ ରହନ୍ତି । ଏବେ ପିଲାମାନେ ବ୍ରହ୍ମପୁରଠାରେ ରହି ପଢ଼ାପଢ଼ି କରୁଛନ୍ତି । ତାଙ୍କ ବାପା ଜଣେ ରେଲୱେ କର୍ମଚାରୀ ଭାବରେ ୩୦ ବର୍ଷ କାଳ ଏଠାରେ କଟାଇଥିଲେ । ଏଠାରେ ମଧ୍ୟ ତାଙ୍କର କ୍ୟାନସରରେ ଅକାଳ ମୃତ୍ୟୁ ହୋଇଥିଲା । ଷ୍ଟେସନର କର୍ମଚାରୀଗଣ ମିଳିମିଶି ବ୍ରହ୍ମପୁତ୍ର କୂଳର ଏକ ଶ୍ମଶାନରେ ଦାହ କରିଥିଲେ । ବାପାଙ୍କ ମୃତ୍ୟୁପରେ ତାଙ୍କୁ ସେଇ ଚାକିରିଟି ମିଳିଛି ।

କୋଚିନ୍ ଏକ୍ସପ୍ରେସ୍ ଠିକ ସମୟରେ ଆସିଲା । ଟିକେଟ କଲେକ୍ଟରଙ୍କୁ ମୋର ନାଁ ଓ ସିଟ୍ ନମ୍ବର କହିଲାମାତ୍ରେ ଟିକିଏ ଚମକି ପଡ଼ିଲେ । କୌଣସି ମନ୍ତ୍ରୀ ବା ବଡ଼ ଅଫିସରଙ୍କ ଲୋକ ବୋଲି ମୋତେ ଭାବିନେଲେ । ନିଜେ ଆସି ମୋତେ ମୋର ସିଟରେ ବସାଇ ଦେଲେ । ତାପରେ ଆସି ମୋର ଜଳଖିଆ ଓ ମଧ୍ୟାହ୍ନ ଭୋଜନ କଥା ବୁଝିଥିଲେ । ମୁଁ ମାଛମାଂସ ଖାଏ ନାହିଁ ବୋଲି କହିବାରୁ ସେ ମୋ ପାଇଁ ସାଦା ଖାଦ୍ୟର ବ୍ୟବସ୍ଥା କରିଦେଲେ ।

ଠିକ୍ ୫ଟା ୧୫ ମିନିଟରେ ଟ୍ରେନ୍ ଛାଡ଼ିଲା । କାମାକ୍ଷା ପରେ ରଙ୍ଗିୟା ଓ ତାପରେ ପାଠଶାଳା ବୋଲି ଏକ ଷ୍ଟେସନ ପଡ଼ିଲା । ବ୍ରହ୍ମପୁତ୍ର ନଦୀ ଜଳପୂର୍ଣ୍ଣ । ପାହାଡ଼ କୋଳରେଏ ବଙ୍କାଟଙ୍କା ହୋଇ ସେ ବହି ଯାଇଛି । ବହୁ ନାଆ ଭାସୁଛି । ଗାଁ ଗଣ୍ଡା ମଝିରେ ମଝିରେ ପଡ଼େ । ନଡ଼ିଆ, କଦଳୀ, ଗୁଆ, ବାଉଁଶ ଆଦି ଗଛଲତାରେ ସେ ସବୁ ଭରପୂର । ଚଉଦିଗ ପରିବେଶ ଖୁବ୍ ସୁନ୍ଦର, ଖୁବ୍ ସବୁଜ ।

ବାରପେଟା ରୋଡ଼ ଷ୍ଟେସନ ପଡ଼ିଲା । ଏକ ବଡ଼ ବ୍ୟବସାୟ କେନ୍ଦ୍ର । ବଡ଼ବଡ଼ ଗୁଆର ଗୋଦାମମାନ ଦେଖିବାକୁ ମିଳେ । ବୋଙ୍ଗାଇଗାଓଁ ଷ୍ଟେସନରେ ବହୁ ସମୟ ଟ୍ରେନଟି ରହିଲା । ସେଠାରେ ପାଚିଲା ସପୂରୀର ଚୋପାକୁ ଛଡ଼ାଇ ଅଧାକୁ ଦୁଇ ଟଙ୍କାରେ

୪୫