ପୃଷ୍ଠା:Krutrima upagrahara jayajatra.pdf/୨୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ରହି ପରିକ୍ରମା କଲେ । ଚନ୍ଦ୍ରଯାତ୍ରୀମାନେ ଚନ୍ଦ୍ରପୃଷ୍ଠରେ ସମସ୍ତ ପରୀକ୍ଷା ନିରୀକ୍ଷା କରିଥିଲେ ଏବଂ ଗୋଟିଏ ଦୁଇ ଚକିଆ ଗାଡ଼ି ବ୍ୟବହାର କରିଥିଲେ । ପ୍ରଥମ ଥର ପାଇଁ ଚନ୍ଦ୍ରଦେଶର ସମସ୍ତ ଦୃଶ୍ୟ ରଙ୍ଗୀନ୍‌ ଟେଲିଭିଜନ୍‌ରେ ବିଶ୍ୱବାସୀମାନେ ଦେଖି ଚମତ୍କୃତ ହୋଇଥିଲେ ।

୧୯୭୧ ମସିହା ଜୁଲାଇ ୨୬ ତାରିଖରେ ମହାକାଶ କେନ୍ଦ୍ର କେପ୍‌କେନେଡ଼ି ଠାରୁ ପ୍ରକାଣ୍ଡ ମହାକାଶଯାନ ଅପୋଲୋ ୧୫ ଯାତ୍ରାରମ୍ଭ କଲା । ଡେଭିଡ଼୍‌ ଆର ସ୍କଟ୍‌, ଆଲଫ୍ରେଡ଼୍‌ ଏମ୍‌. ଓଡ଼ିନ୍‌ ଓ ଜେମ୍‌ସ ବି. ଇର୍‌ଉଇନ୍‌ ଥିଲେ ଏଥିରେ ମହାକାଶଯାତ୍ରୀ । ଓଡ଼ିନ୍‌ ମୂଳଯାନରେ ଚନ୍ଦ୍ରକୁ ପରିକ୍ରମା କଲେ । ସ୍କଟ ଓ ଇର୍‌ଉଇନ୍‌ ଚନ୍ଦ୍ରଯାନରେ ଯାଇ ଜହ୍ନ ରାଇଜରେ ଓହ୍ଲାଇଲେ । ଏକ କମ୍ପ୍ୟୁଟର୍‌ ଓ ଗୋଟିଏ କ୍ୟାମେରା ସେଥିରେ ଖଞ୍ଜା ଯାଇଥିଲା । ସେମାନେ ସେଗୁଡ଼ିକର ବ୍ୟବହାର କରିଥିଲେ ।


ଚନ୍ଦ୍ର ଉପରେ ମଟରଗାଡ଼ି

୧୯୭୧ ମସିହା ଜୁଲାଇ ୩୧ ତାରିଖରେ ସେମାନେ ଗାତ ଖୋଳିବା, ମାଟି ପରୀକ୍ଷା କରିବା, ଯନ୍ତ୍ରପାତି ଖଞ୍ଜିବା, ପାଣିପାଗ ନିରୀକ୍ଷଣ କରିବା, ଫଟୋ ଉଠାଇବା, ମାଟିପଥର ସଂଗ୍ରହ କରିବା ପ୍ରଭୃତି କାମରେ ଲାଗିଗଲେ । କିଛି ସମୟ ଚନ୍ଦ୍ରଯାନରେ ଶୋଇପଡ଼ିଲେ । ତା ପରଦିନ ଏକ ମଟର ଗାଡ଼ି ଚଳାଇ ବିଭିନ୍ନ ସ୍ଥାନକୁ ଗଲେ । ସେମାନେ ସେଠାରେ ବିଭିନ୍ନ ବୈଜ୍ଞାନିକ ପରୀକ୍ଷାନିରୀକ୍ଷା କଲେ । ‍ସେଠାରୁ ଅପୂର୍ବ ପ୍ରାକୃତିକ ଦୃଶ୍ୟମାନ ଦେଖି ସେମାନେ ମୁଗ୍ଧ ହୋଇପଡ଼ିଲେ । ସେହି ବର୍ଷ ଅଗଷ୍ଟ ୮ ତାରିଖରେ ସେମାନେ ପୃଥିବୀକୁ ଫେରି ଆସିଥିଲେ ।

ଆପୋଲୋ ୧୭ ମହାକାଶ ଯାନ ୧୯୭୧ ମସିହା ଡିସେମ୍ବର ମାସରେ ୧୩ ଦିନ ପାଇଁ ଚନ୍ଦ୍ର ଅଭିମୁଖେ ଯାତ୍ରା କରିଥିଲା । ଏଥିରେ ହାରିସନ୍‌ ସ୍ମିଟ୍‌, ଇଉଜିନି କେର୍ନାନ୍‌ ଓ ରୋନାଲଡ଼୍‌ ଇଭାନ୍‌ସ ମହାକାଶ ଯାତ୍ରୀ ହୋଇଥିଲେ। ପ୍ରଥମ ଦୁଇଜଣ ଚନ୍ଦ୍ରଯାନରେ ଯାଇ ଜହ୍ନ ରାଇଜରେ ଓହ୍ଲାଇଥିଲେ । ସେଠାରେ ସେମନେ ନାନା ପ୍ରକାର ଜଟିଳ ଯନ୍ତ୍ରପାତି ସାହାଯ୍ୟରେ ପରୀକ୍ଷନିରୀକ୍ଷା କରିଥିଲେ । ଚନ୍ଦ୍ର ଦେଶରେ ସେମାନେ ମୋଟ ୭୫ ଘଣ୍ଟା ରହିଥିଲେ । ସେଠାରେ ଚାଲିବାରେ ଓ ମଟର ଚଳାଇବାରେ