ଠିକ୍ ଭାବରେ ଯିବ ତ ! ସବୁ ତାର ଯନ୍ତ୍ରପାତି ଠିକ୍ କାର୍ଯ୍ୟ କରିବ ତ !!
ଆକାଶକୁ ଛୁଟିଲା
ଠିକ୍ ସମୟ ହୋଇଗଲା । ଭାରତୀୟ ସମୟ ଗୋଟାଏ ବାଜିଗଲା । ପାଞ୍ଚ - ଚାରି - ତିନି - ଦୁଇ - ଏକ ! ହଠାତ୍ ଅଗ୍ନିସ୍ରୋତର ଉଜ୍ଜଳତା ଦେଖାଗଲା । ବଜ୍ରର ଗର୍ଜନ ଶୁଣାଗଲା । ଆଲୋକ ଓ ଧୂମର ଧାର କ୍ଷିପ୍ରଗତିରେ ରକେଟ୍ରୁ ନିର୍ଗତ ହେବାରେ ଲାଗିଲା । ତାପରେ ରକେଟ୍ ଆକାଶକୁ ଲମ୍ଫ ପ୍ରଦାନ କଲା । କ୍ରମେ ଗତିର ପ୍ରଖରତା ବଢ଼ିଲା । କେତୋଟି ମିନିଟ୍ରେ ଏହା ମହାଶୂନ୍ୟରେ ପହଞ୍ଚିଗଲା ।
ପ୍ରାୟ ୨୦ କି.ମି ଉଚ୍ଚରେ ରକେଟ୍ର ପ୍ରଥମ ଭାଗ ଖସି ପଡ଼ିଲା । ଦ୍ୱିତୀୟ ଭାଗ ସକ୍ରିୟ ହୋଇ ଉଠିଲା । ସେ କୃତ୍ରିମ ଉପଗ୍ରହକୁ କେତେ ସେକେଣ୍ଡରେ ମହାକାଶକୁ ଟାଣିନେଲା । ରକେଟ୍ ପଛରେ ଛୁଟୁଥିଲା ସୁନ୍ଦର ସଫେଦ୍ ଧୂମର ପ୍ରବଳ ସ୍ରୋତ । ଏସିଆର ଦକ୍ଷିଣ-ପୂର୍ବ ଦିଗକୁ ଏହି ରକେଟ୍ ଛୁଟିବାରେ ଲାଗିଲା।
ମହାଶୂନ୍ୟରେ ଉପଗ୍ରହ
ପ୍ରତି ଦୁଇ ମିନିଟ୍ରେ ଥରେ କ୍ଷେପଣ ଦାୟିତ୍ୱରେ ଥିବା ବିଜ୍ଞାନୀମାନେ ପ୍ରକୃତ ଅବସ୍ଥା ସମ୍ପର୍କରେ ସୂଚନା ଦେଉଥାନ୍ତି । ଶେଷରେ ସେମାନେ ଜଣାଇଲେ ଯେ କୃତ୍ରିମ ଉପଗ୍ରହକୁ ଘେନି ରକେଟ୍ ମହାଶୂନ୍ୟରେ ପହଞ୍ଛିଛି । ଏହା ପରେ ରକେଟ୍ ବିଚ୍ଛିନ୍ନ ହେବ । କୃତ୍ରିମ ଉପଗ୍ରହ ଦେହରୁ ଉତ୍ତାପ ରକ୍ଷାକାରୀ ଧାତବ ଘୋଡ଼ଣୀ ଅଲଗା ହୋଇଯିବ । ଏବେ ଉପଗ୍ରହଟି ମହାଶୂନ୍ୟର କଠୋର କର୍କଶ ପରିବେଶରେ ନିଜକୁ ସମ୍ମୁଖୀନ କରାଇବ ।
ସବୁ କାର୍ଯ୍ୟ ଯଥାକ୍ରମେ ହେଲା ଏବଂ ଉପଗ୍ରହ ଉତ୍କ୍ଷେପଣର ୩୦ ମିନିଟ୍ ମଧ୍ୟରେ ତାର କକ୍ଷପଥରେ ଅବସ୍ଥାପିତ ହେଲା । ସମସ୍ତଙ୍କ ମନରେ ଆନନ୍ଦର ଆଲୋକ ଖେଳିଗଲା । ଉତ୍କ୍ଷେପଣ ଦାୟିତ୍ୱରେ ଥିବା ବିଜ୍ଞାନୀମାନେ