ପୃଷ୍ଠା:Malunira Fula O Anyanya Galpa.pdf/୬୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ଦିନେ ଭଗବାନ ଜଣେ ସନ୍ନ୍ୟାସୀର ଛଦ୍ମବେଶରେ ତାଙ୍କ ପାଖକୁ ଆସି କହିଲେ, ""ମହାଭାଗ, ମୁଁ ଶୁଣିଛି ଯେ, ଆପଣ ଅସାଧାରଣ ଶକ୍ତି ହାସଲ କରିଛନ୍ତି !

ସାଧୁଜଣକ ଛଦ୍ମବେଶରେ ଥିବା ଭଗବାନଙ୍କୁ ଆଦର ଅଭ୍ୟର୍ଥନା କଲେ ଏବଂ ବସିବାକୁ ଆସନ ଦେଲେ ।

ଠିକ୍ ଏହି ସମୟରେ ଗୋଟିଏ ହାତୀ ସେହି ବାଟରେ ଚାଲିଗଲା । ଭଗବାନ, ଯେ କି ସନ୍ନ୍ୟାସୀ ବେଶରେ ଥିଲେ, ସେ ସାଧୁଙ୍କୁ କହିଲେ, ""ମହାରାଜ, ଆପଣ ଯଦି ଇଚ୍ଛା କରନ୍ତି, ଏ ହାତୀଟିକୁ ମାରିଦେଇ ପାରିବେ ?

ସାଧୁ କହିଲେ, ""ହଁ, ଏହା ସମ୍ଭବ ।

ଏହା କହି ସେ ମୁଠାଏ ଧୂଳି ନେଲେ । କିଛି ମନ୍ତ୍ର ଉଚ୍ଚାରଣ କଲେ ଏବଂ ସେ ଧୂଳିକୁ ହାତୀ ଉପରକୁ ପକାଇ ଦେଲେ । ନିରୀହ ପ୍ରାଣୀଟି କିଛି ସମୟ ଯନ୍ତ୍ରଣାରେ ଛଟପଟ ହୋଇ ତା'ପରେ ପଡ଼ି ମରିଗଲା ।