ପୃଷ୍ଠା:Netrutya O Netrutwa.pdf/୧୨୩

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ବୈଧ ହୋଇସାରିଛି

ସୈନ୍ୟମାନଙ୍କର ରୋମ ଅଭିଯାନ, ୧୯୩୩ ମସିହାରେ ଜର୍ମାନୀରେ ନାତ୍‌ସି ସରକାରର ପୂର୍ଣ୍ଣ ପ୍ରତିଷ୍ଠା ଏବଂ ସେହି ବର୍ଷ ଅଷ୍ଟ୍ରିଆରେ ଡକ୍‌ଟର ଡ଼ୋଲାଫ୍‌ସ୍‌ଙ୍କର ଏକଛତ୍ର ଡ଼ିକ୍ଟେଟରୀ ଶାସନ ପ୍ରଭୃତି ଦେଖା ଦେଇଥିଲା ।

ଏକତନ୍ତ୍ର ଓ ସାମ୍ୟବାଦ -

ୟୁରୋପର ଏହିସବୁ ନୂଆ ସାଧାରଣତନ୍ତ୍ର (Republic) ଶାସନ‌ଗୁଡ଼ିକୁ ମୋଟା ମୋଟି ଦୁଇଟି ଦାର୍ଶନିକ ମତ ଉପରେ ରଖାଯାଇଥାଏ; ଫାସିଜିମ୍ (ବା ଏକତନ୍ତ୍ର-ବାଦ ?) ଏବଂ ସୋସାଲିଜମ୍ ବା ସାମ୍ୟବାଦ । କିନ୍ତୁ ଦୁଇଟି ଦର୍ଶନ ଭିତରେ ଫରକ ଏତିକି ଯେ ମୁସୋଲିନିଙ୍କ ଦ୍ୱାରା ଫାସିଜିମ୍‌ର ପ୍ରତିଷ୍ଠା ହେବା ଆଗରୁ ଏ ନୀତିର ଦର୍ଶନ ବୋଲି କିଛି ନ ଥିଲା । ଇତାଲୀର ସୁବିଖ୍ୟାତ ଔପନ୍ୟାସିକ ଓ ଯୋଦ୍ଧା ଡ୍ୟାନେନ‌ଜିଓ (Gabriele'd Annunjio) ୧୯୧୯ ମସିହାରେ ସ୍ୱଦେଶ ପ୍ରେମରେ ବିଗଳିତ ହୋଇ ଇଟାଲୀ ପାଇଁ ଫ୍ୟୁମ୍ (Free State of Fiume) ଦଖଲ କଲା ପରେ ତାଙ୍କର କଳ୍ପନା ପ୍ରଚଣ ଜାତୀୟତାବାଦ ଉପରେ ଜେଣ୍ଟିଲ୍ ପ୍ରଭୃତି ଦାର୍ଶନିକଗଣ ହେଗେଲ୍‌ଙ୍କର ଜାତୀୟତା ଯୁକ୍ତିକୁ ସ‌ହାୟ କରି ଫ୍ୟାସିଜିମ୍‌କୁ ଘେନି ଗୋଟିଏ ନୂଆ ଦର୍ଶନ ଠିଆ କରାଇଅଛନ୍ତି । ଅଥଚ ସାମ୍ୟବାଦର ଦର୍ଶନ ପୃଥିବୀର କୌଣସି ଥାନରେ ସାମ୍ୟବାଦ ଶାସନର ସୂଚନା ଦେବା ଆଗରୁ କେଣ୍ଟ୍, ହେଗେଲ୍‌ଙ୍କଠାରୁ ମର୍କସ୍ ଏଞ୍ଜେଲ୍‌ସ୍ ଓ ଲେନିନ୍‌ଙ୍କ ପର୍ଯ୍ୟନ୍ତ ଶହ ଶହ ଦାର୍ଶନିକଙ୍କ ଦ୍ୱାରା ଗଢ଼ା ହୋଇ ଆସିଚି ଏବଂ ଏହାର ଜନ୍ମ କେବଳ ପ‌ହିଲେ ଗୋଟିଏ ଦାର୍ଶନିକ ତ‌ଥ୍ୟ ଭିତରେ, କିନ୍ତୁ ପରେ ନାନା ଚିନ୍ତା ଓ ପରୀକ୍ଷା ମଧ୍ୟରେ ପକାଇ ଏହି ତ‌ଥ୍ୟ ବା ଚିନ୍ତାକୁ କାମ ସଙ୍ଗରେ ମିଶାଇ ଦିଆ ଯାଇଅଛି ।