ଓଡ଼ିଶାର ଗଡ଼ଜାତ ରାଜ୍ୟଗୁଡ଼ିକ ଓଡ଼ିଶା ପ୍ରଦେଶରେ ମିଶିବାପାଇଁ ୧୯୩୮ ମସିହାଠାରୁ ଉଦ୍ୟମ ଆରମ୍ଭ ହୋଇଥିଲା । ପ୍ରଜାମଣ୍ଡଳର ନେତୃବର୍ଗ ଏଥିପାଇଁ ବହୁ ଚେଷ୍ଟା କରିଥିଲେ । ୧୯୪୬ ମସିହାରେ ହରେକୃଷ୍ଣ ମହତାବ ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ମଧ୍ୟ ଏଥିପାଇଁ ଚେଷ୍ଟା କରିିଥିଲେ । କିଛି ଫଳ ହୋଇ ନ ଥିଲା । କିନ୍ତୁ ଏଥିପାଇଁ ଆପେ ଆପେ ବାଟ ଖୋଲିଗଲା ନୀଳଗିରି ଆନ୍ଦୋଳନ ପରେ ।
ସ୍ୱାଧୀନତା ପୂର୍ବରୁ ନୀଳଗିରି, ଢେ଼ଙ୍କାନାଳ ତଥା ଅନ୍ୟ କେତେକ ଗଡ଼ଜାତ ରାଜାମାନଙ୍କୁ ସେମାନଙ୍କର କୁ-ଶାସନପାଇଁ ପ୍ରାଶାସନିକ କ୍ଷମତାରୁ ବଂଚିତ କରାଯାଇଥିଲା । ପ୍ରତ୍ୟେକ ରାଜାଙ୍କର କୁ-ଶାସନଜନିତ ବିବରଣୀ ତତ୍କାଳୀନ ବ୍ରିଟିଶ ସରକାରଙ୍କ ମିଲିଟାରୀ ଗୋଇନ୍ଦା ପୁଲିସ ବ୍ରିଟିଶ୍ କ୍ରାଉନର ଭାରତ ପ୍ରତିନିଧିଙ୍କ ପାଖରେ ପହଞ୍ଚାଇଥିଲା । ସେହି ତଥ୍ୟକୁ ଭିତ୍ତିକରି କୁ-ଶାସନରେ ରତଥିବା ରାଜା ମହାରାଜାମାନଙ୍କର ପ୍ରାଶାସନିକ କ୍ଷମତାକୁ ରଦ୍ଦ କରି ଦିଆଯାଇଥିଲା । ସେହି ରାଜ୍ୟଗୁଡ଼ିକ ବ୍ରିଟିଶ ସରକାରର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିଚାଳିତ ହେଉଥିଲେ । ସ୍ୱାଧୀନତା ପରେ ନୀଳଗିରି ରାଜ୍ୟରେ ପ୍ରାଶାସନିକ ସଂକଟ ଦେଖାଦେବା ସହ ରାଜ୍ୟରେ ବହୁ ବିଶୃଙ୍ଖଳା, ଲୁଟତରାଜ, ପୋଡ଼ାଜଳା ଆଦି ଦେଖାଦେଲା । ନୀଳଗିରି ଏକ ଆଦିବାସୀବହୁଳ ଗଡ଼ଜାତ ରାଜ୍ୟ । ରାଜାଙ୍କ ନିର୍ମମ ଅତ୍ୟାଚାରରେ ଲୋକେ ତ୍ରାହିତ୍ରାହି ଡାକ ଛାଡ଼ୁଥିଲେ । ଦେଶ ପରାଧୀନ ଥିବାବେଳେ ପ୍ରଜାମଣ୍ଡଳର ନେତୃବର୍ଗ ରାଜାଙ୍କ ସହ ସମ୍ମୁଖ ଯୁଦ୍ଧରେ ସଦାବେଳେ ଦଣ୍ଡାୟମାନ ହେଉଥିଲେ । ସ୍ୱାଧୀନତା ପରେ ପ୍ରଜାମଣ୍ଡଳ କର୍ମୀମାନଙ୍କ ଉପରେ ପ୍ରତିଶୋଧ ନେବାପାଇଁ ରାଜା କେତେକ ଆଦିବାସୀ ଅପରାଧୀଙ୍କୁ ପ୍ରବର୍ତ୍ତାଇ ପ୍ରଜାମଣ୍ଡଳର ସଭ୍ୟମାନଙ୍କ ଘରେ ନିଆଁ ଲଗାଇଦେଲେ ।
ରାଜାଙ୍କ ପ୍ରୋତ୍ସାହନରେ ଏହି ଦୁର୍ଦ୍ଦାନ୍ତ ଅପରାଧୀମାନେ ଗାଁ ଗାଁ ବୁଲି ମନଇଚ୍ଛା ଚାରିଆଡ଼େ ନିଆଁ ଲଗାଇଲେ । ନୀଳଗିରି ରାଜ୍ୟରେ ପୂରା ଅରାଜକତା ଦେଖାଦେଲା । ଓଡ଼ିଶାର ପ୍ରଧାନମନ୍ତ୍ରୀ ଏହାର ପୂର୍ଣ୍ଣ ବିବରଣୀ ଭାରତ ସରକାରଙ୍କ ପାଖକୁ ପଠାଇଲେ । ଆଇନଶୃଙ୍ଖଳା ରକ୍ଷା ନିମନ୍ତେ କି ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ସେଥିପାଇଁ ମଧ୍ୟ ଅପେକ୍ଷା କରି ରହିଲେ । କେନ୍ଦ୍ରରେ ଉପପ୍ରଧାନମନ୍ତ୍ରୀ ତଥା ଘରୋଇ ବିଭାଗ ମନ୍ତ୍ରୀ
ଓଡ଼ିଶା ରାଜନୀତିର ଇତିହାସ . ୬୯