ଭାଙ୍ଗିଗଲା ।ତଥାପି ସେ ପ୍ଲାଷ୍ଟର ବନ୍ଧା ହାତରେ ପିଲାମାନଙ୍କ ସହିତ ମିଶି ଖେଳାଖେଳି କରିବାକୁ ଭଲ ପାଉଥିଲେ ।୧୯୨୬ରେ ଅମଲାପଡ଼ାର ତାଙ୍କର ଜଣେ ଛାତ୍ର ଉମାଚରଣ ମହାନ୍ତି କହନ୍ତି ଗୁରୁଦେବ ମୋ ଭଳି ପଥରଟିକୁ ପରଶମଣି କରି ଛାଡ଼ି ଦେଇଥିଲେ । ୧୯୩୦ରେ ଓଡ଼ିଶାର ତତ୍ କାଳୀନ ସୁନାମଧନ୍ଯ ଗଣିତ ଶିକ୍ଷକ ରହେମତ୍ ଅଳ୍ଳୀ ସମ୍ବଲପୁର ଜିଲ୍ଲାସ୍କୁଲରୁ ବଦଳି ହୋଇ ଅନ୍ଯତ୍ର ଗଲେ । ନାରଣବାବୁ ଅନୁଗୋଳ ହାଇସ୍କୁଲ୍ ରୁ ସମ୍ବଲପୁର ଜିଲ୍ଲା ସକୁଲକୁ ଗଲେ। ସେତେବେଳେକୁ ସେ ଘରଜଞ୍ଜାଳ ସାଙ୍ଗରେ ବାନ୍ଧିଥିଲେ । ସମ୍ବଲପୁର ଠାରେ ପ୍ରମୋଦ ସହ ତାଙ୍କର ଦୁଇପୁଅ ଏବଂ ଦୁଇଝିଅ ତାଙ୍କର ପରିବାର ମଣ୍ଡନ କରିଥିଲେ ।ସଂସାର ଜଞ୍ଜାଳ ସହ ସ୍କୁଲ କାର୍ଯ୍ଯ ଅତି ସୁରୁଖୁରୁରେ ଏବଂ ଦକ୍ଷତାର ସହ ସେ କରି ଯାଇଥିଲେ। ସେଇ ୧୯୩୦ରେ ସୱର୍ଗତ ଶ୍ରଦ୍ଧାକର ସୂପକାର ଜିଲ୍ଲା ସ୍କୁଲର ଜଣେ ଅତି ଉତ୍ତମ ମେଧାବୀ ଛାତ୍ର ଥିଲେ। ତାଙ୍କ ମତରେ, ଗୁରୁଦେବ ପରି ସମ୍ବଲପୁର ଜିଲ୍ଲା ସ୍କୁଲକୁ ଆସିବା ବେଳକୁ ତାଙ୍କୁ ପ୍ରାୟ ଏକତିରିଶ ବର୍ଷ ବୟସ ହୋଇଥିଲା। ଏତେ ଅଳ୍ପ ବୟସରେ ଅତି ପ୍ରବୀଣ ଭାବରେ ସେ ଯେପରି ଉଭୟ ବାଧ୍ଯତାମୂଳକ ଏବଂ ଇଛାଧୀନ ଗଣିତ ବିଷୟର ସମସ୍ଯାମାନଙ୍କର ସମାଧାନ କରି ସ୍ୱଳ୍ପ ସମୟ ମଧ୍ଯ୍ଯରେ ସବୁ ଛାତ୍ରଙ୍କୁ ଗଣିତ ଶିକ୍ଷାରେ ଉତ୍ତମଭାବେ ବାଟ କଢେଇ ନେଇଥିଲେ, ତାହା ତାଙ୍କର ଅସାଧାରଣ ଦକ୍ଷତାର ପରିଚୟ ଦିଏ । ସେ କାଳ ଏ କାଳ ଭିତରେ ବହୁ ତଫାତ୍ ।ସମଗ୍ର ସମ୍ବଲପୁର ସହରରେ ଗୋଟିଏ ମାତ୍ର ଉଚ୍ଚ ବିଦ୍ଯାଳୟ ।ଗାଙ୍ଗପୁର ପରି ଜାଗାରେ ମଧ୍ଯ ହାଇସ୍କୁଲ ସ୍ତରରେ ମାଟ୍ରିକ୍ କ୍ଲାସ୍ ନଥିବାରୁ ଛାତ୍ରମାନେ ସୁନ୍ଦରଗଡରୁ ଆସି ସମ୍ବଲପୁର ଜିଲ୍ଲା ସ୍କୁଲ୍ ର ଉଚ୍ଚ ଦୁଇଶ୍ରେଣୀରେ ନାମ ଲେଖାଇ ପଢୁଥିଲେ ।ତଥାପି ମଧ୍ଯ କୌଣସି ଶ୍ରେଣୀରେ ଦୁଇଟିରୁ ଅଧିକ ସେକ୍ ସନ୍ ନଥିଲା।ଶିକ୍ଷକମାନେ ପ୍ରାୟ ପ୍ରତ୍ଯେକ ଛାତ୍ର ସହିତ ବ୍ଯକ୍ତିଗତ ସଂପର୍କ ରଖି ସେମାନ ଙ୍କ ସହ ଘନିଷ୍ଠ ହୋଇପାରୁଥିଲେ। ସେତେବେକେ ଶିକ୍ଷକମାନଙ୍କର ଛାତ୍ରବତ୍ସଳତା ଯଥେଷ୍ଟ ଅଧିକ ଥିଲା। ଆକୁଣ୍ଠ ଚିତ୍ତରେ ସ୍କୁଲ୍ ରେ କି ଘରେ ,ଶିକ୍ଷକମାନେ ପିଲାମାନ ଙ୍କୁ ପାଠପଢ଼ାରେ ସାହାଯ୍ଯ କରୁଥିଲେ। ପାଠପଢ଼ା ଶେଷରେ ବହୁବର୍ଷ ପର୍ଯ୍ଯନ୍ତ ଛାତ୍ର ଏବଂ ପୂର୍ବତନ ଶିକ୍ଷକ ଙ୍କ ମଧ୍ଯରେ ସେହି ସ୍ନେହ ମମତାର ଡୋର ଅତୁଟ ରହୁଥିଲା। ଏ ସମସ୍ତ ଅବିସ୍ମରଣୀୟ ଗୁଣ ନାରାୟଣ ପତିଙ୍କଠାରେ ପୂରାମାତ୍ରାରେ ରହିଥିଲା । ଏବେ କାର ଛାତ୍ର ଶିକ୍ଷକ ମହଲ ସେ ସବୁ ସହଜରେ କଳ୍ପନା କରି ପାରିବେ ନାହିଁ।
ଗୋଟିଏ ଉଲ୍ଲେଖନୀୟ ଘଟଣାରେ ନାରାୟଣ ବାବୁ ସମ୍ବଲପୁର ଜିଲ୍ଲା ରେଭେନ୍ସା କଲିଜିଏଟ୍ ସ୍କୁଲ୍ କୁ ବଦଳି ହୋଇ ଅସିଥିଲେ । ୧୯୩୮ ମସିହା କଥା ।