ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ଲେଖକ ଏଭଳି ପ୍ରବାଦ ପୁରୁଷ, କୃତୀ ଶିକ୍ଷକଙ୍କର ପୂରା ଚାରିବର୍ଷ ଛାତ୍ର ହେବାର ଏବଂ ଆଉ ଚାରିବର୍ଷ ସେଇ କଲିଜିଏଟ୍ ସ୍କୁଲ୍ ରେ ତାଙ୍କର ସ ହକାରୀ ଶିକ୍ଷକ ହେବାର ସଔଭାଗ୍ଯ ଲାଭ କରିଥିଲେ । ଚାଳିଶ ଦଶନ୍ଧିରେ ଛାତ୍ର , ପଚାଶ ଦଆନ୍ଧିରେ ଶିକ୍ଷକ ।
କୁହାଯାଏ ଶିକ୍ଷକର ଜୀବନ ବୈଚିତ୍ରହୀନ ।ସେଇ ଏକା ଗୁଳାରେ ଦିନ ପରେଦିନ,ମାସ ପରେ ମାସ, ବର୍ଷ ପରେ ବର୍ଷ ପାଟୀଗଣିତ,ବୀଜଗଣିତ ଜ୍ଯାମିଟି ତ୍ରିକୋଣମିତି ଇତ୍ଯାଦିର ସୂତ୍ରବିଶ୍ଲେଷଣ, ଇତିହାସର , ଘଟଣାବଳୀ, ଭୂଗୋଳର ଆଞ୍ଚଳିକ ବୈଷମ୍ଯ ଇତ୍ଯାଦି ବଖାଣିବାରେ କଟିଯାଏ ।ଥଟ୍ଟାରେ ଆଗନାଳର ଅବଧାନଙ୍କୁ ଲୋକମୁଖର 'ପିଚଣ୍ଡାଓଲୁ' ଆଖ୍ଯା ଦିଆଯାଇଥାଏ । କିନ୍ତୁ ଶିକ୍ଷକର ଜୀବନ ବୈଚିତ୍ର୍ଯହୀନନୁହେଁ ।ପାଠ୍ଯବିଷୟ ଗଣିତ ହେଉ, ସାହିତ୍ଯ ହେଉ କି ଇତିହାସ ବା ଭୂଗେଳ ହେଉ, ଏ ସବୁ ନିଦ୍ଦିଷ୍ଟ ପାଠ୍ଯକ୍ରମ ମାଧ୍ଯମରେ ସ୍ତରୀକୃତ ଶିକ୍ଷାର ମାନ ଦଣ୍ଡ ନିରୂପଣରେ ସ ହାୟକ ହୋଇଥାଏ ମାତ୍ର ।୧୯୪୩ରେ ଲେଖକ କଲିଜିଏଟ୍ ରେ ଭର୍ତ୍ତି ହୋଇଥିଲେ । ସେଇ ବର୍ଷ ଜିତେନ୍ଦ୍ର ମହାନ୍ତି ମ୍ଯାଟ୍ରିକ୍ ରେ ସମଗ୍ର ବିହାର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ପ୍ରଥମ ସ୍ଥାନ ପାଇଥଲେ ।ସେ ଆଜି ଆମେରିକାର ଏକ ଅତି ଉନ୍ନତ ବିଶ୍ୱବିଦ୍ଯାଳୟରେ ବିଖ୍ଯାତ ଦର୍ଶନ ପ୍ରଫେସର ।ନରେଶ ଚନ୍ଦ୍ର ନାୟକ ଜଣେ ଆନ୍ତର୍ଜାତିକ ଖ୍ଯାତି ସମ୍ପନ୍ନ ଇଞ୍ଜିନିୟର୍ ଏବଂ ତ୍ରିବିକ୍ରମ ପତି ପୃଥିବି ବିଖ୍ଯତ ଗଣିତଜ୍ଞ ଏମାନେ ନାରାୟଣ ପତିଙ୍କ ଛାତ୍ର ।ଏଇଟା ଦେଖିବା ଜାଣିବା କଥା ।ୟାର ବ ହୁ ଆଗ ଓ ପଛ ରହିଛି , ଯାହାକି ବ ହୁ ଅଜଣା, ତାହାଛଡ଼ା ନାରାୟଣ ବାବୁଙ୍କ ଅସଂଖ୍ଯ ଛାତ୍ର କେତେକ ପ୍ରଖ୍ଯାତ ପ୍ରଶାସକ, ମନ୍ତ୍ରୀ, ନ୍ଯାୟମୂର୍ତ୍ତି, ଆନ୍ତର୍ଜାତିକ ଖ୍ଯାତିସମ୍ପନ୍ନ ଶିଳ୍ପ୍ପ୍ ପତି ,କେତେ ଡାକ୍ରର ଇଞ୍ଜିନିୟର ,ପ୍ରଫେସର,ଶିକ୍ଷକ, ବ୍ଯବସାୟୀ ପ୍ରଭୃତି ଆମ ରାଜ୍ଯ ଓ ରାଜ୍ଯ ବାହାରେ ସୁପ୍ରତିଷ୍ଟିତ ।ସେମଙ୍କ ମଧ୍ଯରୁ କେହି ହୁଏତ ଆଜି ପୀଥାଗୋରାସ୍ ଙ୍କ ଉପ୍ ପାଦ୍ଯକି ବ୍ରହ୍ଞୁପ୍ତଙ୍କର ଗାଣତିକ ସତ୍ଯ ହୁଏତ ପ୍ରମଣ କରିବାକୁ ସକ୍ଷମ ହେବେ ନାହିଁ । କିନ୍ତୁ ସେହିମାନଙ୍କୁ ଯେଉଁ ନାରାୟଣ ପତି ଏ ସବୁ ସୋପାନ ଚଢିବ ପାଇଁ ସଳଖେଇ ଥିଲେ ,ବିଶ୍ୱସ୍ରରର ମଣିଷ ଟିଏ ମାନ ହେବାକୁ ସାହାଯ୍ଯ କରିଥିଲେ,ସେ ଶିକ୍ଷକ ନିଶ୍ଚିତ ଭାବେ ବିସ୍ମୂତି ହେବେ ନାହିଁ । ସମୟ ସୁଅରେ ଦିନ ,ମାସ ,ବର୍ଷ ଗଡ଼ି ଚାଲିଥିଲା ।କାର୍ଯ୍ୟର ସମୟସୀମା ସରିଲା ।ଅବସର ସମୟ ଆସିଲା ।ନାନା ଦାଯତ୍ୱ ନାରାୟଣ ବାବୁ ଅବସର ପରେବି ଗ୍ରହଣ କରିଥିଲେ ।ସମୟ ସୀମାରେ ସେ ସବୁ ଛାଡ଼ିବାକୁ ତାଙ୍କୁ ପଡ଼ିଥିଲା,କିନ୍ତୁ କାମ ତାଙ୍କୁ ଛାଡ଼ିଲା ନାହିଁ ।ଶେଷରେ କଲିଜିଏଟ୍ ସ୍କୁଲ୍ ର ତାଙ୍କର ପ୍ରିୟ ଛାତ୍ର ତ ତ୍ କାଳୀନ ପୋଲିସ୍ ଆଇ , ଜି ଶ୍ରୀକାନ୍ତ