ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି
ପୁସ୍ତକରୁ ଗୋଟିକରେ ସେ ନିଜ ହାତରେ ଉପହାର ଲେଖି ମୋତେ ଦେଇଥିଲେ। ଏହାକୁ ମୁଁ ଏଯାବତ୍ ସଯତ୍ନରେ ରଖିଛି ମହାର୍ଘ ମନେ କରି, ଆପଣାର ବହୁ ଅଭାବ ଥିଲେ ହେଁ କେନ୍ଦ୍ର ସାହିତ୍ଯ ଏକାଡେମୀରୁ ପାଇଥିବା ସମସ୍ତ ଟଙ୍କା, ବଡମ୍ବୀ କଲେଜକୁ ଛାତ୍ରବୃତ୍ତି ଭାବେ ଦାନ କରିଥିଲେ। ସେହିପରି ଆପଣା ଗ୍ରନ୍ଥାବଳୀର ସ୍ୱତ୍ତ୍ୱାଧିକାର ସେ ଓଡିଶାର ପ୍ରମୁଖ ଆୟ ଦୁଃସ୍ଥ ସାହିତ୍ଯିକଙ୍କ ସେବାରେ ନିୟୋଜିତ ହେବ ଏହା ହିଁ ଥିଲା ତାଙ୍କର ନିର୍ଦ୍ଧାରଣ। ଏହିପରି ଉଦାରମନୀ ଥିଲେ ଶିକ୍ଷକ କବି ବୈକୁଣ୍ଠନାଥ।
ପୂର୍ବତନ ଗଡଜାତ ବଡମ୍ବା ଗଡରେ ୧୯୦୪ ମସିହାରେ ଏକ ସମ୍ଭ୍ରାନ୍ତ ଓ ସଂଗତିସମ୍ପନ୍ନ ପରିବାରରେ ସେ ଜନ୍ମଗ୍ରହଣ କରିଥିଲେ। ତାହାଙ୍କ ନାମ ନାରାୟଣ ସୁମନ୍ତ ପଟ୍ଟନାୟକ ସେ ଥଲେ ନିର୍ଭୀକ ଓ ସ୍ୱାଧୀନଚେତା। ରାଜାଙ୍କର ଆର୍ଥିକ ଅତ୍ଯାଚାର ବିରୋଧରେ ସେ ପ୍ରତିବାଦର ସ୍ୱର ଉତ୍ତୋଳନ କରିଥିଲେ। ସେଥିପାଇଁ ସେ ତାଙ୍କ ଜନ୍ମସ୍ଥାନ ବଡମ୍ବା ରାଜ୍ଯରୁ ଚାଲି ଯାଇଥିଲେ। ଏକ ପ୍ରକାର ଆତ୍ମନିର୍ବାସନ ବରଣ କରିନେଇଥିଲେ। ବୈକୁଣ୍ଠନାଥ ପିତାଙ୍କଠାରୁ ଏଇ ଗୁଣ ଯେପରି ଉତ୍ତରାଧିକାର ସୂତ୍ରରେ ଲାଭ କରିଥିଲେ।
ବିଡମ୍ବାରେ ପ୍ରାଥମିକ ଶିକ୍ଷା ସମାପ୍ତ କଲା ପରେ ସେ କଟକ କଲେଜିଏଟ୍ ସ୍କୁଲରେ କେତେବର୍ଷ ଅଧ୍ଯୟନ କରିଥିଲେ । ଏହାପରେ ସତ୍ଯବାଦୀ ବନବିଦ୍ଯାଳୟ ଓ ଢେଙ୍କାନାଳ ହାଇସ୍କୁଲରେ ପଢି ସେଠାରୁ ମାଟ୍ରିକ୍ଯୁଲେସନ୍ ଓ ପରେ ରେଭେନ୍ସାରୁ ଆଇ. ଏ . ଓ ୧୯୨୬ରେ ବି .ଏ .ପାସ୍ କରିଥିଲେ। ଏହି ଅବସ୍ଥାରେ ଶିକ୍ଷକଟିଏ ହେବାକୁ ସେ କିପରି ଅଭିଳାଷୀ ହେଲେ ଏହା ବର୍ଣ୍ଣନା କରି କୁଞ୍ଜବିହାରୀ ଦାଶ ଲେଖିଥିଲେ, ବି .ଏ . ପାସ୍ କଲାବେଳକୁ ତାଙ୍କ ଘରର ଆର୍ଥିକ ଅବସ୍ଥା ଶୋଚନିୟ। ଚାକିରି ନକଲେ ନଚଳେ, କିନ୍ତୁ ମିଳୁଛି କେଉଁଠି। ବୈକୁଣ୍ଠ ପାଟଣା ଟ୍ରେନିଙ୍ଗ କଲେଜରେ ନାମ ଲେଖାଇବାକୁ ଚେଷ୍ଟା କଲେ । ଅଭିଜ୍ଞ ଶିକ୍ଷକଙ୍କ ବ୍ଯତୀତ ସେତେବେଳେ ଟ୍ରେନିଂ କଲେଜରେ ପ୍ରବେଶର ସୁଯୋଗ ନଥିଲା । ଇଂରେଜ ସାହେବ ଅଧ୍ଯକ୍ଷ । ଦେଖା କରିବାରୁ ସେ ପଚାରିଲେ, ତୁମେ କଲେଜରେ ସିଟ୍ ପାଇବାକୁ କାହିଁକି ଆଶା କରୁଛ ?
ବୈକୁଣ୍ଠ - ମୁଁ ଶିକ୍ଷକ ହେବାକୁ ଚାହେଁ, ତା ' ଛଡା ମୋର ଗତ୍ଯନ୍ତର ନାହିଁ। ଆପଣ ମୋତେ ଗ୍ରହଣ କରନ୍ତୁ। ଅଧ୍ଯକ୍ଷ ପ୍ରୀତ ହୋଇ ତାଙ୍କୁ ଗ୍ରହଣ କଲେ ଓ ମାସିକ ୩୫ ଟଙ୍କାର ବୃତ୍ତି ବ୍ଯବସ୍ଥା କରିଦେଲେ । ଟ୍ରେନିଂ ପାସ୍ କଲା ପରେ ପ୍ରଥମେ ପୁରୁଲିଆ ସରକାରୀ