ଖଇରାରେ ଆଉ ଏକ ଘଟଣା। ଗୋବିନ୍ଦବାବୁ କୁହ୍ନ୍ତି- ହାଟ ମଝିରେ ମୁର୍ଦାରଟାଏ ପଡ଼ିଥାଏ। ଶିଆଳ, କୁକୁର ଖାଇ ତାକୁ ଖଣ୍ତିଆ ଖାବରା କରି ଦେଇଥାନ୍ତି। ଭାରି ବୀରସ ସେ ଦୃଶ୍ୟ। ପଚାଗନ୍ଧରେ ନାକ ଫାଟ ପଡ଼ୁଥାଏ। ମଦନବୌ ଖବର ପାଇଲେ। ଗୋବିନ୍ଦ ବାବୁ ଓ ଆଉ କେତେକ ପିଲାଙ୍କୁ ଧରି ସେଠି ପ ହ୍ଞ୍ଚିଗଲେ ସାଙ୍ଗେ ସାଙ୍ଗେ। ନିଜେ ସେ ଆଗେ ମୁର୍ଦ୍ଦାରର ଖଣ୍ତିଆ ଜାଗାରେ ଛିଣ୍ତା କନାତକ ପକେଇଦେଇ ତାକୁ ପାଲରେ ଘୋଡ଼ାଇ ଦେଲେ। ତା'ପରେ ସମସ୍ତେ ସେଠାକୁ ଗଲେ ଓ ମୁର୍ଦ୍ଦାର ଉଠିଗଲା।
ଆଗରପଡ଼ାରେ ତାଙ୍କର ସାଙ୍ଗଠନିକ କାର୍ଯ୍ୟ ସଂପର୍କରେ ଅନ୍ୟ ଏକ ଦୃଷ୍ଟାନ୍ତ ଦେଇ ଗୋପୀନାଥ ବାବୁ କହ୍ନ୍ତି- ସ୍କୁଲ କାର୍ଯ୍ୟରେ କୌଣସି ପ୍ରକାର ବ୍ୟତିକ୍ରମ ଙ୍ଘଟାଇ ସେ ନବପ୍ରତିଷ୍ଠିତ ଡ଼ାକ୍ତରଖାନାର କାର୍ଯ୍ୟ ଦେଖିବା, ଦାକ୍ତର କମ୍ପାଉଣ୍ତରଙ୍କ ସୁବିଧା ଅସୁବିଧା ବୁଝିବା ଆଗରପଡ଼ା ହାଇସ୍କୁଲ ନିର୍ମାଣ କାର୍ଯ୍ୟରେ ମନପ୍ରାଣ ଦେଇ ଛାତ୍ର, ଶିକ୍ଷକ ଏବଂ ଖୋଦ୍ ମହତାବ୍ଙ୍କ ସହିତ ମିଶି ମାଟିହଣା, କାନ୍ଥଦିଆଦି କାମରେ ଲାଗିଯିବା, ଗାଁ ଗଣ୍ତାରୁ କାଠ, ପଟା, ଖୁଣ୍ଟ, ବାଉଁଶ, ନଡ଼ା ସବୁ ଆଣି ସ୍କୁଲ ଘର ଠିଆ କରାଇବାରେ ସେ ଥିଲେ ଏକାନ୍ତ ଅଗ୍ରଣୀ। ଏବର ହାଇସ୍କୁଲ୍ିକୃଷ୍ଣଚରଣ ବିଦ୍ୟାମନ୍ଦିର ମଦନବାବୁଙ୍କ ଅତୁଳନୀୟ ଶ୍ରମଦାନର ନିଦର୍ଶନ ସ୍ୱରୂପ ଦଣ୍ତାୟମାନ ବୋଲି ବୁଝିବାକୁ ହିଁ ହେବ।
ମଦନବାବୁଙ୍କ ଚରିତ୍ରର ଗୋଟିଏ ବିଶିଷ୍ଠ ଦିଗ ଥିଲା ସ୍ୱାଭିମାନ। ତାଙ୍କ ଉପରେ କେହି ପ୍ଭୂତ କରିବାକୁ ବସିଲେ ସେ ତାହା କେବେହେଲେ ବରଦାସ୍ତ କରୁନଥିଲେ। ଡ଼ଃ ମହତାବ୍ଙ୍କ ଇଙ୍ଗିତରେ ସେ ଅନେକ କାର୍ଯ୍ୟ କରୁଥିଲେ ହେଁ ବେଳେ ବେଳେ ସେ ତାଙ୍କର ଖୁବ୍ ବିରୋଧ କରୁଥିଲେ। ଏକଥା ନିଜେ ଗୋପୀନାଥ ବାବୁ ଓ ଗୋବିନ୍ଦବାବୁ କୁହ୍ନ୍ତି।ଯଦି ମହତାବ୍ଙ୍କ ନିର୍ଦ୍ଦେଶିତ କାର୍ଯ୍ୟଟି ହୋଇପାରି ନଥାଏ ଏବଂ ସେ ମଦନବାବୁଙ୍କୁ ପଚାରିବସନ୍ତି "ମଦନବାବୁ ଏ କାର୍ଯ୍ୟ କାହିଁକି ହେଲାନି"? ମଦନବାବୁ ହଠାତ୍ ଉତ୍ତରରେ କହ୍ନ୍ତି "ଆପଣ କିଏ ଏ କଥା ପଚାରିବାକୁ"? ତା'ର ଉତ୍ତର, ମୁଁ ସ୍କୁଲ୍ ସେକ୍ରେଟାରିଙ୍କୁ ଦେଇପାରେ, ଆପଣଙ୍କୁ ନୁହେଁ।" ମହତାବ୍ା ଚୁପ। ପାଟି ପିଟାନ୍ତେ ବା କିପରି?
ଡ଼ଃ ମହତାବ୍ ସ୍ୱୟଂ ଏକଥା କହ୍ନ୍ତି ଯେ ମଦନବାବୁ ସେତେବେଳେ ଆଗରପଡ଼ାରେ ଏକପ୍ରକାର 'ଗଣମୂଖ୍ୟ' ଥିଲେ। ତାଙ୍କର ନିରପେକ୍ଷ ନୁଅନିଷ୍ଠତା ବଳରେ ସେ ପରିବାର ତଥା ଗ୍ରାମ୍ୟ ବିବାଦ ଗୁଡ଼ିକର ଆଶୁ ସମାଧାନ ଘଟାଉଥିଲେ। ଏଇସବୁ ବହୁବିଧ