- ସ୍ବାଧୀନଚେତା ଶିକ୍ଷକ
- ବାଞ୍ଛାନିଧି ଶତପଥି
- ଡଃ ରବୀନ୍ଦ୍ର କୁମାର ପ୍ରହରାଜ
ଆମ ଦେଶରେ ଆଧୁନିକ ଶିକ୍ଷା ପ୍ରସାରର ଇତିହାସ ପ୍ରତି ଦୃଷ୍ଟିପାତ କଲେ ସହରଠାରୁ ମଫସଲ ପର୍ଯ୍ୟନ୍ତ ଏକ ଏକ ଅଞ୍ଚଳରେ ପ୍ରମୁଖ ଓ ପ୍ରଧାନ ବିଦ୍ଯାପୀଠରେ ପରିଣତ ଅନୁଷ୍ଟାନଗୁଡିକ ଜଣେ ଜଣେ ଶିକ୍ଷାବ୍ରତୀ, ସମାଜ ସେବୀ ବ୍ଯକ୍ତି ବିଶେଷଙ୍କର ଶ୍ରମ ଓ ସ୍ୱେଦ ଦାନରେ ଗଜି ଉଠିଥିବା ଘଟଣା ଜୀବନ୍ତ ହୋଇଉଠେ । କଟକର ରାଣୀହାଟ ହାଇସ୍କୁଲ ଏଇଭଳି ଏକ ଶିକ୍ଷାନୁଷ୍ଟାନ । ଏହା ସହିତ ସ୍ୱର୍ଗତ ପ୍ରଧାନ ଶିକ୍ଷକ ବାଞ୍ଛାନିଧି ଶତପଥୀଙ୍କର ନାମ ଏକଦା ଏଭଳି ବିଜଡିତ ଥିଲା ଯେ ସର୍ବସାଧାରଣରେ ତାହା ତାଙ୍କରି ସ୍କୁଲ ବୋଲି କୁହାଯାଉଥିଲା । ସେ ନିଜେ ମଧ୍ଯ ମୋ ସ୍କୁଲ' ଖିବାରେ ଅପାର ଆତ୍ମତୃପ୍ତି ଲାଭ କରୁଥିଲେ । ଆତ୍ମମ୍ବରିତା ଅଥବା ଅହମିକା ସମ୍ବଳିତ ଭକ୍ତି ନ ଥିଲା,ଏହା ଥିଲା ପ୍ରଚଣ୍ଡ ମମତ୍ୱବୋଧ, ଯାହାର ଉଦ୍ଭବ ଘଟିଥିଲା ତ୍ଯାଗରୁ , ଆତ୍ମସ୍ବାର୍ଥ ବଳିଦାନରୁ ।
ବାଞ୍ଛାନିଧୀ ଶତପଥୀ ବାରିପଦାରେ ୧୯୦୫ ମସିହାରେ ଭୂମିଷ୍ଟ ହୋଇଥଲେ । ପାରିବାରିକ ସ୍ଥିତି ସ୍ୱଚ୍ଛଳ ନ ଥିବାରୁ ମ୍ଯାଟ୍ରିକ୍ଯୁଲେସନ୍ ପରୀକ୍ଷାରେ ବୃତ୍ତିପ୍ରାପ୍ତ ବାଞ୍ଛାନିଧିଙ୍କୁ ଟିଉସନ୍ ଆଶ୍ରାକରି କଟକ ସହରରେ ଉଚ୍ଚଶିକ୍ଷା ଲାଭର ଉଦ୍ଯମ କରିବାକୁ ହୋଇଥିଲା । ମେଧାବୀ ଛାତ୍ରଥିବାରୁ ସେ ତତ୍କାଳୀନ ଓଡିଶା ଶିକ୍ଷା-ଜଗତର ସର୍ବମାନ୍ଯ ବ୍ଯକ୍ତିବର୍ଗଙ୍କର ସୁଦୃଷ୍ଟି ଆକର୍ଷଣ କରିପାରିଥିଲେ । ଡଃ ପ୍ରାଣକୃଷ୍ନ ପରିଜା ଓ ଶ୍ଯାମଚନ୍ଦ୍ର ତ୍ରିପାଠୀଙ୍କର ସେ ହୋଇଥିଲେ ପ୍ରିୟପାତ୍ର । ରଭେନ୍ସା କଲେଜକୁ କେନ୍ଦ୍ରକରି ରାଣୀହାଟ ଅନ୍ଚଳ କ୍ରମଶଃ ଶିଷ୍ଟ-ବିଶିଷ୍ଟ ବ୍ଯକ୍ତିମାନଙ୍କର ବାସସ୍ଥଳି ରୂପେ ଗହଳ ହୋଇ ଉଠିଲା ବେଳକୁ ଶିକ୍ଷାନୁଷ୍ଠାନର ପ୍ରତିଷ୍ଠା ଅନୁଭୂତ ହିଉଥିଲା । ମୁମୂର୍ଷୁ ମଧ୍ଯଇଂରାଜୀବିଦ୍ଯାଳୟର ଦୟିତ୍ବ ବାଞ୍ଛାନିଧିଙ୍କୁ ଗ୍ରହଣ କରିବାକୁ ହୋଇଥିଲା । ଏହା ସେ ଆଉ ପଛକୁ ଫେରି ଚାହିଁନଥିଲେ । ଅନୁଷ୍ଠାନଟିର ପ୍ରଗତି ସାଧନାରେ ସେ କୟମନୋବାକ୍ଯ ସମର୍ପିତ ବ୍ଯକ୍ତିଟିରେ ପରିଣତ ହୋଇଯିବାରୁ ସାହାଯ୍ଯ-ସହଯୋଗର ଅଭାବ ଘଟିଲା ନାହିଁ । ଛାତ୍ର-ଛାତ୍ରିଙ୍କ ସଂଖ୍ଯା