ପୃଷ୍ଠା:Odishar smaraniya sikshak brund - Jagannath Mohanty.pdf/୩୬୩

ଉଇକିପାଠାଗାର‌ରୁ
Jump to navigation Jump to search
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ରଚନା କଲେ 'ପାଠ ମଞ୍ଜରୀ' 'ପାଠପ୍ରସୂନ' ଓ 'ମୋ ବ ହି' । ଏହା ପ୍ରାଥମିକ ବିଦ୍ଯାଳୟର ପାଠ୍ଯପୁସ୍ତକ ରୂପେ ଗୃହୀତ ହୋଇଥିଲା । ପ୍ରଥମ ଶ୍ରେଈର ପିଲାଙ୍କ ପାଇଁ ସେ ରଚନା କରିଥିଲେ ପାଠମଞ୍ଜରୀ' ଏହାର ସରଳ ଭାଷ ଥିଲା କୋମଳ ମତି ପିଲାଙ୍କ ପାଇଁ ଖୁବ ଉପ୍ୟୋଗୀ । ଉଦାହରଣ ସ୍ବରୂପ : "ଯାହ ଚାରିଆଡ଼େ ଦେଖାଇ ମୁହିଁ ସବୁ କରିଛନ୍ତି ଜଗତ ସାଇଁ ରଙ୍ଗଣୀ ମନ୍ଦାର ଗୋଲାପ ଫୁଲ ଫୁଟୁଛନ୍ତି ମାନି ତାଙ୍କର ବୋଲ।" ଛୋଟ ପିଲାଙ୍କୁ ଗମ୍ଭୀର ପରିବେଶ ସେଭଳି ପ୍ରୀତିକର ମନେହୁଏ ନାହିଁ । ତେଣୁ ସେ ସେମାନଙ୍କୁ ଗମ୍ଭୀର ପରିବେଶ ମଧ୍ଯକୁ ଓଟରି ନ ନେଇ ସେମାନଙ୍କ ମନୋରଞ୍ଜନ ପାଇଁ ଯତ୍ନଶୀଲ ହୋଇଥିଲେ । ତେଣୁ ସେ ଲେଖିଥିଲେ । "ଚାରି ଚ୍ଚକିଆ ଗାଡ଼ିଟି ମୋର ଚାଲେ ପବଜ ପରି ଆସରେ ପିଲେ ଚଳିବ ଯେବେ ମ ଉଜ ହେବ ଭାରି। ଦନେଇ ଭାଇ ଆଗରୁ ଯେବେ ଉଟାରି ଦିଏ ଥରେ , ପବନ ପରି ଯାଏ ସେ ଗଡ଼ି, ନ ରହି କେଉଁଠାରେ ।" ପିଲାଟିଏ ଖେଳିବାକୁ ଖୁବ ଭଲ ପାଏ । ପାଠପରି ଖେଳର ମଧ୍ଯ ଆବଶ୍ଯକତା ରହିଛି। ତେଣୁ ସେ ପିଲାଙ୍କ ପାଇଁ ଖେଳଗୀତ ରଚନା କରିଥିଲେ । ଖେଳଗୀତ ମାଧ୍ଯମରେ ସେ ପିଲାଙ୍କୁ ବିଭିନ୍ନ ଖେଳ ସ ହିତ ପରିଚିତ କରାଇବା ସ ହ ଖେଳପ୍ରତି ସେମାନଙ୍କର ଆଗ୍ରହ ବୃଦ୍ଧି ପାଇଁ ସେ ଯତ୍ନଶୀଳ ହୋଇଥିଲେ । ଶିକ୍ଷକ ଭାବରେ ପ୍ରଚଳନ କରା ଉଥିଲା। ପିଲାମାନଙ୍କୁ ଭୀମ,ଅର୍ଜୁନ, କର୍ଣ୍ଣ ଓ ଦ୍ରୋଣ ଆଦି ବିଭିନ୍ନ ଦଳରେ ଭାଗକରି ଖେଳାଯା ଉଥିଲା । ଖେଳ ଆରମ୍ଭରେ ଓ ଖେଳପରେ ଉପସ୍ଥାନ ନିଆ ହେଉଥିଲା, ତାଙ୍କ ମତ ଥିଲା ସାଧୁତାର ଦୃଢ଼ ଭିତ୍ତି ଉପରେ ଜୀବନର ସୌଧ ଗଢ଼ା ହେବା ଉଚିତ । ପାଠ ହେଉ କି ଖେଳ, ସବୁଠାରେ ସତ ପନ୍ଥା ଅନୁସୃତ ହେବା ବିଧେୟ ତେଣୁ ସେ କୁହ ନ୍ତି।