ବ୍ୟକ୍ତିତ୍ୱ ସମଗ୍ର ବିଦ୍ୟାଳୟକୁ ଏପରି ପ୍ରଭାବିତ ଓ ଆଚ୍ଛନ୍ନ କରିଥାଏ ଯେ ଅଜଣା ଆଗନ୍ତୁକ ମଧ୍ୟ ତାହା ଅନୁଭବ କରନ୍ତି । ସୂଚୀପତନ ଶବ୍ଦ ବି ବାରି ହୋଇ ଯାଏ ସେଠାରେ । ରଘୁନାଥଙ୍କର ଦକ୍ଷତା ଓ କର୍ମନିଷ୍ଠା ଅଭିଭାବକ ତଥା ପରିଦର୍ଶକ ସମସ୍ତଙ୍କୁ ତାଙ୍କଠାରେ ଅତୁଟ ଏବଂ ଦୃଢ଼ ବିଶ୍ୱାସପୋଷଣ କରାଇଥିଲa ।
ବାଲ୍ୟକାଳରୁ ରଘୁନାଥଙ୍କର ଚିରତ୍ରବତ୍ତା ବିକଶିତ ହୋଇଥିଲା । ଥରେ ରାଜା ଅନନ୍ତ ନାରାୟଣ ହରିଚନ୍ଦନ ମହାପାତ୍ର ଏକ ଫୌଜଦାରୀ ଘଟଣାର ବିଚାର କରୁଥାନ୍ତି । ରଘୁନାଥ ଘଟଣାସ୍ଥାନରେ ଉପସ୍ଥିତ ଥିଲେ ବୋଲି ରାଜା ଶୁଣି ତାଙ୍କୁ ଡ଼କାର କହିଲେ, "ତୁମେ ହେଉଛ ପଣ୍ଡିତଙ୍କ ପୁଅ, ସତ କହିବ ବୋଲି ମୋର ବିଶ୍ୱାସ । ରଘୁନାଥଙ୍କ ବକ୍ତବ୍ୟ ଅନୁସାରେ ଦୋଷୀ ଦଣ୍ଡ ପାଇଲା ଓ ବାଳକ ରଘୁନାଥ ସମସ୍ତଙ୍କ ପ୍ରଶଂସାର ପାତ୍ର ହୋଇଥିଲେ । ଏହି ଘଟଣାରୁ ତାଙ୍କର ସଷ୍ଟବାଦିତାର ନମୁନା ମିଳେ ।
ବାଙ୍କି ଡ଼ମପଡ଼ା ସ୍କୁଲରେ ପନ୍ଦର ବର୍ଷ ବୟସରେ ରଘୁନାଥ ବାଳଚର ସଂସ୍ଥାର ଲିଡ଼ର ଥିଲେ । ତାଙ୍କୁ ପ୍ରଧାନଶିକ୍ଷକ ବ୍ୟାଜ୍ ଓ ପୁରସ୍କାର ଦେବା ପାଇଁ ଡ଼ାକିଥିଲେ । ରଘୁନାଥ ପୁରସ୍କାର ଗ୍ରହଣ କରିବାକୁ ଗଲେ ନାହିଁ । ପ୍ରଧାନ ଶିକ୍ଷକ ପଚାରିବାରୁ ସ୍ପଷ୍ଟ ଉତ୍ତର ଦେଲେ, "ଆପଣ ମୋତେ ଦୁଷ୍ଟ ପିଲାଙ୍କ ସହ ପୁରସ୍କାର ଦେବାକୁ ଭାବିଛନ୍ତି । ପୁରସ୍କାର ପାଇବା ପାଇଁ ଏମାନେ ମୋର ସମସ୍କନ୍ଧ ନୁହନ୍ତି । ତେଣୁ ମୁଁ ଗଲିନାହିଁ ।" ଏପରି ସ୍ପଷ୍ଟ ଉତ୍ତରରେ ପ୍ରଧାନଶିକ୍ଷକ ନ ରାଗି ତାଙ୍କୁ ତାଙ୍କର ସ୍ପଷ୍ଟବାଦିତା ଯୋଗଁ ପ୍ରଶଂସା କରିଥିଲେ ।
ଖଣ୍ଡପଡ଼ାରେ ଶିକ୍ଷକ ଥିବାବେଳେ ନରସିଂହପୁରର ରାଜା ଅନନ୍ତ ନାରାୟଣ ହରିଚନ୍ଦନ ମହାପାତ୍ର ରାଜ୍ୟର ନଦୀକୂଳ ମାଳବନ୍ଧ ପ୍ରଜାଙ୍କ ଦ୍ୱାରା ବେଠିରେ କରାଇଥିଲେ । କାର୍ଯ୍ୟ ତତ୍ତ୍ୱାବଧାରକ କର୍ମଚାରୀ ଥିଲେ ଯେଭଳି ଅତ୍ୟାଚାରୀ, ସେହିଭଳି ଦୁର୍ନୀତିଗ୍ରସ୍ତ । କଚେରି ପଡ଼ିଆ ସଭାରେ ଏମାନଙ୍କ ବିରୋଧରେ ରଘୁନାଥ ପ୍ରତିବାଦର ସ୍ୱର ଉତ୍ତୋଳନ କରିବା ପାଇଁ ଜନସାଧାରଣଙ୍କୁ ଅହ୍ୱାନ ଦେଇଥିଲେ । ସ୍ୱାଧୀନତା ସପକ୍ଷରେ ଜନସଚେତନା ସୃଷ୍ଟି କରିବାରେ ତାଙ୍କର ଉଦ୍ୟମ କେବେ ଶିଥିଳ ନଥିଲା । ସେ ଅତି ସଚ୍ଚୋଟ ଶିକ୍ଷକ ଥିଲେ ।
ଥରେ ଖଣ୍ଡପଡ଼ା ହାଇସ୍କୁଲରେ ସେ ଥିବାବେଳେ ହଷ୍ଟେଲର ତତ୍ତ୍ୱାବଧାରକ ନିଯୁକ୍ତ ହେଲେ । ପୁଝାରୀ ତାଙ୍କ ସ୍ୱତନ୍ତ୍ର ବ୍ୟଞ୍ଜନ କରିଆଣନ୍ତେ ସେ ତାହାର କାରଣ ।
୨୩୫