ଶିଷ୍ୟ । କାହିଁରେ ସେମାନେ ଜଳ ମଧ୍ୟରେ ବେଗରେ ଗମନ କରନ୍ତି ?
ଗୁରୁ । ଲେଞ୍ଜରେ, ସେମାନେ ଲେଞ୍ଜର ଚାଳନରେ ଆପଣାକୁ ଅଗ୍ରଭାଗରେ ଚଳନ୍ତି ।
ଶିଷ୍ୟ । ତେବେ କି ସେମାନଙ୍କର ପକ୍ଷିରେ ପ୍ରୟୋଜନ ?
ଗୁରୁ । ହାଁ, ପ୍ରୟୋଜନ ଅଛି, ଯେଣୁ ସେମାନେ ପକ୍ଷିରେ ସମାନ ହୋଇ ଅଧୋମୁଖରେ ଚଳିବାକୁ ପୁଣି ଏଣେତେଣେ ଫେରିବାକୁ ପାରନ୍ତି, ଜଳ ମଧ୍ୟରେ ସ୍ଥିର ହୋଇ ରହିବାକୁ ପାରନ୍ତି ।
ଶିଷ୍ୟ । କାହିଁରେ ସେମାନେ ଜଳ ମଧ୍ୟରେ ଉପରକୁ ତଳକୁ ଗମନାଗମନ କରନ୍ତି ?
ଗୁରୁ । ସେମାନଙ୍କର ଉଦର ମଧ୍ୟରେ ଯେ ଫୁଟି ଅଛି ତାହାକୁ ଇଚ୍ଛାନୁସାରେ ବିସ୍ତାରିତ ଓ ସାଙ୍କୁଡି ଯାଇ ଉପରକୁ ତଳକୁ ଗଢାୟାତ କରଇ ।
ଶିଷ୍ୟ । ସେହି ଫୁଟିରେ ସେମାନେ କିପ୍ରକାରେ ଉପରକୁ ତଳକୁ ଗତିବିଗତି କରିବାକୁ ପାରନ୍ତି ?
ଗୁରୁ । ଯେ ସମୟରେ ସେମାନେ ଉଦର ଫୁଟି ବିସ୍ତାର କରନ୍ତି ସେକାଳରେ ଜଳଠାରୁ ଲଘୁ ହୋଇ ଉପରକୁ ଗମନ କରନ୍ତି ପୁଣି ଯେ କାଳରେ ତାହା ସଙ୍କୁଚିତ କରନ୍ତି ସେ କାଳରେ ଭାରୀ ହୋଇ ତଳକୁ ଯାନ୍ତି ।
ଶିଷ୍ୟ । ମସ୍ଚ୍ୟଗଣ କି ଭକ୍ଷଣ କରି ପ୍ରାଣଧାରଣ କରନ୍ତି ?
ଗୁରୁ । କୀଟ, ମକ୍ଷିକା, ଜଳଜାତ ନବୀନ ଭୃଣାଦି ଭୋଜନ କରି ପ୍ରାଣଧାରଣ କରନ୍ତି ପୁଣି ବଡ ମସ୍ଚ୍ୟଗଣ କ୍ଷୁଦ୍ର ମସ୍ଚ୍ୟ ଧରି ଭୋଜନ କରନ୍ତି ଏହିନିମନ୍ତେ କ୍ଷୁଦ୍ର ମସ୍ଚ୍ୟ ଅସଂଖ୍ୟ ଜନ୍ମନ୍ତି ।
ଶିଷ୍ୟ । କୌଣସି ମସ୍ଚ୍ୟର କି ଡିମ୍ବ ଅଧିକ ନୁହଇ ?
ଗୁରୁ । ହାଁ ଦେଖ, ଏକାବେଳେ ମସ୍ଚ୍ୟର ଉଦରରେ ଅଡାଇ