ପୃଷ୍ଠା:Prabodha Chandrika (1856).pdf/୧୨୦

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ବାୟୁସେବନ

ନିକଟକୁ ଯିବା ନିମନ୍ତେ ବିବାଦ କରିବାକୁ ଲାଗିଲେ । ଆମ୍ଭମାନଙ୍କ ଦୁଃସ‌ହ କ୍ଳେଶ ଅବସାନ କର ବୋଲି ରକ୍ଷକମାନଙ୍କୁ ପ୍ରାର୍ଥନା କଲେ ଏବଂ ପରିଶେଷରେ ଏକ ଏକ ହୋଇ ତଳେ ପଡ଼ିଲେ । ଅବଶିଷ୍ଟ ଲୋକେ ଶବରାଶି ଉପରେ ଛିଡ଼ା ହୋଇ ନିଶ୍ୱାସ ନିମନ୍ତେ ଅନେକ ସ୍ଥାନ ପାଇଲେ ତଦ୍ଦ୍ୱାରା କେତେକ ବଞ୍ଚି ରହିଲେ । ଆର ଦିନ ପ୍ରାତଃକାଳରେ ଦ୍ୱାର ଫିଟାଇଲାଋ ଜଣାଗଲା, ଶଏ ଛୟାଳିଶ ଜଣଙ୍କ ମଧ୍ୟରେ ୨୩ ଜଣ ଜୀବିତ ଅଛନ୍ତି । ବାକୀ ସମସ୍ତେ -- ଅଛନ୍ତି ।

ଅତଏବ -- ବାସ କରିବାକୁ ହୁଏ ତାହା ଚାରି ପାଖରେ ଗବାକ୍ଷ -- ଗମନର ପଥ ରଖିବାର ସର୍ବତୋଭାବେ ବିଧେୟ -- ମୋହରୀ ଇତ୍ୟାଦି ମଧ୍ୟ‌ଋ କାର୍ବଣିକ ଆସିଡ଼ ଗାସ ଉତ୍ପନ୍ନ ହୁଏ, ଏହି ଦୁର୍ଗନ୍ଧ ବାୟୁ ନିଶ୍ୱାସ ଦ୍ୱାରା ଶରୀର ମଧ୍ୟରେ ପ୍ରବେଶ ହେଲେ ମନୁଷ୍ୟକୁ ଋଗ୍ନ ଶୀର୍ଣ୍ଣ ଆଉ ଶ୍ରୀଭ୍ରଷ୍ଟ କରେ ଏସକାଶେ ମୋହରୀ ଇତ୍ୟାଦି ନିକଟରେ ବାସ କରିବାର କୌଣସି ପ୍ରକାରେ ଉଚିତ ନୁହେ । ଶରୀର ମଧ୍ୟରେ ଶିରା ସଂଯୋଗରେ ସର୍ବଦା ରକ୍ତ ଗମନାଗମନ କ‌ଋଅଛି, ସେଇ ରକ୍ତ ଶରୀରସ୍ଥ ଅନ୍ୟାନ୍ୟ ନଷ୍ଟ ପଦାର୍ଥ ସ‌ହିତ ମିଶ୍ରିତ ହୋଇ ମନ୍ଦ ହୋଇଯାଏ । ତଚ୍ଛାଦ ପ୍ରଚୃର ପବନ ନିଶ୍ୱାସ କରିବାଋ ସେଇ ପବନ ଦେହ ମଧ୍ୟରେ ପ୍ରବେଶ କରି ସେଇ ରକ୍ତକୁ ପରିସ୍କାର କରେ । ଯେବେ ହିତକାରି ବାୟୁ ସଙ୍ଗେ କୌଣସି ଅହିତକାରି ବସ୍ତୁ ପ୍ରବେଶ କରେ ତେବେ ଅତିଶୀଘ୍ର ରୋଗର ହେବାର ସଂଶୟ କି ? ଯଦ୍ୟପି ଆମ୍ଭେମାନେ ସର୍ବଦା କୁତ୍ସିତ ସ୍ଥାନ ପରିତ୍ୟାଗ କରି, ଯେଉଁ ସ୍ଥାନରେ ନିତ୍ୟ ଶୁଦ୍ଧ ସରଳ ବାୟୁର ସଞ୍ଚାର ହେଉଅଛି, ଏହି ପ୍ରକାର ସ୍ଥାନରେ ବାସ କରିବା ତେବେ କୌଣସି ପୀଡ଼ା ଆମ୍ଭମାନଙ୍କୁ ଆକ୍ରମଣ କରି ପାରିବ ନାହିଁ ମାତ୍ର ସର୍ବଦା ଶରୀର ସୁସ୍ଥ ଓ ବଳିଷ୍ଠ ରହିବ । ସବୁ ବିଷୟରେ ପ୍ରୀତି ଲାଭ କରି ପାରିବା, ଶରୀର ସୁସ୍ଥ ରହିଲେ ଆଉ ଆମ୍ଭମାନଙ୍କର କୌଣସି ବିଷୟରେ ଅସଭାବ ରହିବ ନାହିଁ । ଆମ୍ଭେମାନେ ବାୟୁ ସେବା ଦ୍ୱାରା ଶରୀରକୁ ଯେତେ ସୁସ୍ଥ ଓ ବଳବାନ କରିବା ତେତେ ଆମ୍ଭମାନଙ୍କୁ ଉତ୍ତମ ଉତ୍ତମ ଫଳ‌ଲାଭ ହେବ ।