ପୃଷ୍ଠା:Prabodha Chandrika (1856).pdf/୧୨୬

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସମାଚାର ପତ୍ରିକା

ରାଜା ଦଲିପ ସିଂହଙ୍କ ମାତା ରାଣୀ ଚନ୍ଦ୍ରାବତୀ ଇଙ୍ଗଲଣ୍ତ ଗମନ କରିବାକୁ ଉଦ୍‌ଯୋଗ କରିଅଛନ୍ତି, ତାଙ୍କ ଅଭିପ୍ରାୟ ମହାରାଣୀଙ୍କ ସମୀପରେ କମ୍ପନୀଙ୍କ ବିଋଦ୍ଧରେ ଅଭିଯୋଗ କରିବେ । ନେପାଳ ରାଜା ବର୍ତ୍ତମାନ ଉକ୍ତ ରାଣୀଙ୍କୁ ମାସିକ ସ‌ହସ୍ର ମୁଦ୍ରା ବୃତ୍ତି ଦେଉଅଛନ୍ତି ତ‌ହିଁରେ ତାଙ୍କର ଦିନପାତ ହୁଏ ।

ଇଷ୍ଟ ଇଣ୍ତିଆ କମ୍ପାନିମାନେ ଭାରତବର୍ଷର ଅନେକ ସ୍ୱାଧୀନ ଆଶ୍ରିତ ରାଜାମାନଙ୍କ ରାଜ୍ୟ ନେଇଅଛନ୍ତି କେହି ଏ ପର୍ଯ୍ୟନ୍ତ ବିଲାତରେ ଆପୀଲ କରି ହୃତ ରାଜ୍ୟ ପୁନର୍ବାର ପ୍ରାପ୍ତ ହୋଇ ନାହିଁ, ଅତଏବ କମ୍ପନିମାନଙ୍କୁ ଏ ଦେଶର କର୍ତ୍ତା ଓ ରାଜା ଜ୍ଞାନ କରିବାକୁ ହେବ, ଯେଉଁମାନଙ୍କ ଆଜ୍ଞା ଉପରେ ହୁକୁମ ଚଳେ ନାହିଁ -- ଭିନ୍ନ ଆଉ କି -- ସଭା କୁଳୀନ -- ସଭା ଏବଂ ଡୈରେକ୍ଟ - ସଭା ଏକ; କେବଳ ନାମ ଭେଦ ମାତ୍ର, ଇଷ୍ଟ ଇଣ୍ତିୟା କମ୍ପନିମାନେ ଏ ଦେଶରେ ଯେଉଂ ୨ ରାଜାଙ୍କୁ ରାଜ୍ୟଭ୍ରଷ୍ଟ କରିଅଛନ୍ତି ସେଥିରେ ଅବଶ୍ୟ ବିଲାତୀୟ କର୍ତ୍ତାପକ୍ଷଙ୍କ ଇଙ୍ଗିତ ଥିଲା ଯେବେ ଇଙ୍ଗିତ ନ ଥିବ ତେବେ ସେମାନେ କାହିଁକି କମ୍ପନିକୃତ ଅନ୍ୟାୟ ସକଳ କାର୍ଯ୍ୟ ସ୍ଥିରତର ରଖିବେ ।

ଅଯୋଧ୍ୟାର ରାଜା ବାହାଦୁର ଇଙ୍ଗଲଣ୍ତ ଗମନ କରିବା ମାନସରେ କରିକତାକୁ ଆସିଅଛନ୍ତି ସେ ବିଲାତକୁ ଯାଇ କି କରିବେ । ଲାଭ ମଧରେ ଯତ୍‌କିଞ୍ଚିତ୍ ପୂର୍ବ ସଞ୍ଚିତ ଅଛି ତାହାସୁଦ୍ଧା କ୍ଷୟକରି ଋଣଜାଲରେ ଆବଦ୍ଧ ହେବେ । ମହାରାଜ୍ଞୀ ତାଙ୍କୁ ସମ୍ଭବାତୀତ ସମ୍ମାନ ଦେବେ ମାତ୍ର କାର୍ଯ୍ୟ ସମୟରେ କଥା କ‌ହି ପାରିବେ ନାହିଁ । ଲାର୍ଡ଼ ମହାଶୟମାନେ ଯାହା କରିବେ ତାହା ସ୍ଥିର ହେବ । ଇଙ୍ଗଲଣ୍ତ ମହାରାଣୀଙ୍କର କୌଣସି ବିଶେଷ କ୍ଷମତା ନାହିଁ, ହିନ୍ଦୁମାନେ ମୁଣ୍ମୟୀ ଓ ପାଷାଣମୟୀ ଦେବୀ ମୂର୍ତ୍ତିଙ୍କୁ ମାନ୍ୟ କରିଥାନ୍ତି ଅଥଚ ସେ ମୂର୍ତ୍ତିର କୌଣସି କ୍ଷମତା ନାହିଁ, ଆମ୍ଭମାନଙ୍କ ଶ୍ରୀମତୀ ତଦ୍ରୂପ କ୍ଷମତାରହିତା ରାଜ୍ଞୀମୂର୍ତ୍ତି ମାତ୍ର, ତାଙ୍କ ଅଧୀନ ଅନ୍ୟାନ୍ୟ ବୃତ୍ତିଭୋଗି ରାଜାମାନଙ୍କ ନ୍ୟାୟ ସେସୁଦ୍ଧା ବୃତ୍ତି ଲବ୍‌ଧଧନରେ ଦିନ‌ଯାପନ କରନ୍ତି ତାଙ୍କର ସମ୍ପୂର୍ଣ୍ଣ ଇଚ୍ଛା ଅଟେ ହିନ୍ଦୁ ପ୍ରଜାମାନେ ସୁଖରେ ଥିବେ, ମାତ୍ର ତାଙ୍କ ଇଚ୍ଛାରେ କୌଣସି ଇଷ୍ଟାନିଷ୍ଟ ଫଳୋଦୟ ହୁଏ ନାହିଁ ।