ପୃଷ୍ଠା:Prachina Odia Kabita.pdf/୨୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬
ପ୍ରାଚୀନ ଓଡ଼ିଆ କବିତା
 

ଗିରିବରମାନେ ନିଗମ ପରଥାନ
ତ‌ହିଂ ବସି ସାଧିଲେ ପାଇବାକ ଜ୍ଞାନ
ଲୋଇ ପଚାରଇ ଶୁଣିମା ଗୋସାଇଂ ।୧୪୦।
ବିନୁ ଆଧାରେକ ପରମହଂସ ରହଇ ।

ଆଦିନାଥ ଉବାଚ -


ସଦଗୁରୁ ବୋଲନ୍ତି ଶୁଣ ପୁତା ଲୋଇ
ରବି ଅସ୍ତକାଳେ ପୁତାରେ ନ‌ଗ୍ର ଖେଳି ତ‌ହିଂ ଯାଇ ।
ପରମ ହଂସ ଉଡ଼ିଲା ଗିରିଦ୍ୱାର ମୁଦିଲା
ଶୂନ୍ୟ ଭିଷା ଘୂମାଇଁ କେଉଂଠାରେ ଲାଗିଲା ।
ଅଛଇ ମାଈ ଶୂନ୍ୟେ ସମ୍ଭାଇ
ତୋତେ ଭିକ୍ଷା ଦେବରେ ବିକଳିତ ହୋଇ ।
ଶୁଣ ପୁତା ଲୋଇରେ ଆଗ ଭିକ୍ଷା ଦେବା
ପଛ କଇଂ ପୁତା କଣୟ କୋଷ ନ ଦେଖ ।
ଚଞ୍ଚଳ ମତ ନୟନେ ଲୁକାଇ ।୧୫୦।
ଭିକ୍ଷା ବିହୁନେ ଭକ୍ଷିବୁଟି ବାଇ ।
ସୂର୍ଯ ଘରେ ଚନ୍ଦ୍ର ପୁତାରେ ମିଳିଲାକ ମେଳେ
ଚିତ୍ତ ଯୋଗ ପାଇଲା କାୟା ସପତ ସତଳେ
ଆହାର ଛିଦ୍ର କରି ଦୟା ଯେବେ ପାଇବୁ
କାୟାକୁ ବଇରୀ ଭିକ୍ଷା କୁଇରେ ଖାଇବୁ ।

ଲୋଇ ଉବାଚ -


ଲୋଇ ପଚାରଇ ଗୁରୁ ହେ ଭିକ୍ଷା ଖାଇବି କେଣେ ଏହା
ଅଣହେଳେ ଅଗ୍ନିରେ ପକାଇବୁ ପୁତା ତାହା ।
ଜଳ ଦେବୁ ବ୍ରହ୍ମ ହୁତାଶନେ
ଛାଇ ଜାଳିଲୁ ଯେବେ ମୋହୋଜଳେ ବୁଡ଼ି
ତେବେ ସେ ଦିଅଂ ଦେଉଳେ ଦୁହେଂ ଯିବେ ଉଡ଼ି । ।୧୬୦।
ଲୋଇ ପଚାରଇ ଗୁରୁ ହେ ହୋଇଲକି ବାଇଂ