Jump to content

ପୃଷ୍ଠା:Prachina Odia Kabita.pdf/୨୮୫

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ ଶତାଦ୍ଦୀ
୨୭୫
 

ଡରୁଛି ଡରାଉଅଛି ମନ ୟେ ଜୀବକୁ
ଡାକି ବୀରସିଂଘ କହିଦେଲେ ନଛିନ୍ଦ୍ରକୁ ।।୧୩।

ଢମ ବିପ୍ର କହୁଥାନ୍ତି ବେଦ ଅନୁମତେ
ଢାଙ୍କୁଣି ଭିତରେ ବ୍ରହ୍ମ ରହିଛି ଗୁପତେ
ଢଳିଯିବ ଢାଙ୍କୁଣି ଯେ ରହିବ ତିରୋଳେ
ଢାଉ ରଙ୍ଗ ପ୍ରାୟେ ସିନା ବୀରସିଂଘ ବୋଲେ ।।୧୪।

ଅର୍ଧ ଉର୍ଧ ମଧ୍ୟେଂ ଗ୍ୟାନ କରନ୍ତି ବିଚାର
ଅର୍ଧ ଯେ ସୋସନି ଅଛି ମୃଧନି ଉପର
ଅର୍ଧମାତ୍ରା ପରେ ସେହୁ ରମୁଣ ଅଛଇ
ଅଣ ଅକ୍ଷର ରୂପେଣ ବୀରସିଂଘ କହି । ।୧୫|

ତିନି ସେ ତିହୁଡ଼ି ଥାନ ତ୍ରିକୁଟ ଉପରେ
ତିଳ ଗୁମ୍ଫା ଭିତରେ ସେ ଅମନ ମନ୍ଦିରେ ।
ତ‌ତୁ ଗ୍ୟାନ ନୋହଇ ସେ ଶରୀର ପ୍ରକାଶି
ତିଆଡ଼ି ଆଗରେ ୟେହା ବୀରସିଂଘ ଭାଷି ।।୧୬|

ଥୋକାୟେ ପଣ୍ଡିତ କରୁଥାନ୍ତି ଅନୁମାନ
ଥିର ହୋଇ ଜୀବ ଅଛି ଅମର ଭୁବନ
ଥାନମାନ ସବୁ ସିନା ଦେହର ବୃତ୍ତାନ୍ତ
ଥିର କରି ବୀରସିଂଘ କହିଦେଲେ ତତ୍ତ୍ବ | ।୧୭।

ଦାରୁ ଯେ ପାଷାଣ ଅଷ୍ଟ ଧାତୁ ମୃତି କରି
ଦେବତା ବୋଲିଣ ଜନେ ମନେଣ ଆଦରି
ଦେଖୁଂ ଦେଖୁଂ ଅଗ୍ୟାନରେ କରନ୍ତି ପ୍ରଣାମ
ଦୁଢେ ବୀରସିଂଘ ବୋଲେ ନୋହଇ ୟେ ବ୍ରହ୍ମ ।।୧୮।

ଧୁନି ଯାହା ବୋଲନ୍ତି ସେ ଅନହତ ବାଣୀ
ଧୀରେ ଧରିଣ ପବନ ବାହାନ୍ତି ଉଜାଣି
ଧ୍ୟାୟେ ଧାରଣା ନିୟମ ଅଷ୍ଟାଙ୍ଗ ୟେ ଯୋଗ
ଧିକ ହୋଉ ୟେହୁ ଗ୍ୟାନ କହେ ବୀରସିଂଘ । |।୧୯।