ପୃଷ୍ଠା:Prachina Odia Kabita.pdf/୩୪୧

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ବୈଧ ହୋଇସାରିଛି
୧୬ଶ-୧୭ଶ-ଶତାଦ୍ଦୀ
୩୨୯
 

କଜ୍ଜ୍ୱଳ କାନ୍ତି ୟେ ଯେ ଜଳଧର
ଦିନେ ଯେ ଦିବସେ କଲା ଅନ୍ଧାର
କର ଧରି ଯେ ନେଲୁ ସଦନକୁ । Г୦ ।
ୟେବେ ସେ ଅଗ୍ନି ହୋଇଲା ମନକୁ;
ଆରେ କଳାବତି,
ତୁହି ସେ ୟେଥକୁ ଜଳ ସନ୍ତତି ।
ଦିନେ ଅନାଇ କ୍ରୀଡା ସଦନକୁ
ଭାବେ ନିନ୍ଦା ଯେ କଲୁ ମଦନକୁ
ଅବଶ କରି ଯେ ଢାଳିଲୁ ଆଖି
ଲୁଛି ହୋଇଯିବି ଚନ୍ଦ୍ରମାମୁଖି,
ତୋହପରା କରି,
ପାଇବି ସାଗରେ ଜୀବନ ହାରି ।
ଗହଳ ପ୍ରଦୀପ କିରଣେ ଦିନେ । ୯୦ ।
ବସାଇଲି ଯେ ପାଶେ ବିବସନେ
କନକ ସିନ୍ଦୂର କନ୍ଦର୍ପ ରାୟେ
ମଦନ-ସଦନ ପ୍ରତିଭା ପ୍ରାୟେ,
ଆରେ ହିରଣାକ୍ଷି,
ଆଜ କି ମୋହ ନୟନେ ରହିଛି ।
ଦେହକାନ୍ତି ରୁପା ଉର ଦିଶିଲା
କ୍ଷଣେ ସମସ୍ତ ଚେତନା ନାଶିଲା
ସେନେହେ ନେଇ ଦେଲି କରତଳ
ଶିରୀଷ କୁସୁମ ମାହା କୋମଳ,
ଯାକିଲୁ ଯେ ଜାନୁ, । ୧୦୦।
ଯାଉ ପ୍ରାଣ ତାହା ଚିନ୍ତି ସୁତନୁ ।
ଆଗରୁ ଧୂପରେ ଧୂପିତ କେଶ ।
ଫିଟି ପଡ଼ିଥାଇ ନିତମ୍ବଦେଶ
ମୋ କର ପବିତ୍ର କରିବା ପାଇଁ