ପୃଷ୍ଠା:Rukmini Bibha (Kartik Das; Prachi, Ed., 1930).pdf/୪୨

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧନ ହୋଇସାରିଛି

ରୁକ୍ମିଣୀ ବିଭା
ପ୍ରଥମ ଛାନ୍ଦ
ରାଗ-ବିଭାସ ଗୁଜ୍ଜରୀ
ଶ୍ରୀନୀଳସୁନ୍ଦର ଗିରି ତଥି ପରେ ବିଜେ ହରି
ଶରଣଜନଙ୍କ ପକ୍ଷପାତ ହେ ।
ଅନୁକ୍ଷଣେ ଦୟା କରେ ଅପରାଧ ପରିହରେ
ଯେସନେ ବାଳକ ନିଜ ମାତ ହେ । ୧ ।
ନବଘନ ଶ୍ୟାମ ରୂପ ପରମ ଆନନ୍ଦ କୂପ
ଅନନ୍ତ କୋଟି ବ୍ରହ୍ମାଣ୍ଡ ନାଥ ହେ ।
ମଉଳି ମଣି ମୁକୁଟ ସପତ ଶାଖା ପ୍ରକଟ
କମ୍ବୁ ସୁଦର୍ଶନ ଶୋହେ ହାଥ ହେ । ୨ ।
ଶ୍ରବଣେ ମଣିକୁଣ୍ଡଳ ବଦନ କାଳିନ୍ଦୀ ଜଳ
ନୟନ ବିକଚ ପଦ୍ମ ଜିଣି ହେ ।
ଦିଶ ଗୁଜ୍ଜରୀ (ଗ) । ୧-୧-ତଥି ପରେ ବିଜେ କରି (ଖ) । ୨-୨-ଅଖିଳ କୋଟି (କ)।୩-୧-ଜାଣି(କ)।



୧।ଶ୍ରୀନୀଳସୁନ୍ଦର-ଗିରି-ପୁରୁଷୋତ୍ତମ । ପରିହରେ-ପରିତ୍ୟାଗ କରେ, ଧରେ ନାହିଁ ।
୨।ନବଘନ-ନୂଆ ମେଘ । ପରମ-ଅତିଶୟ । କୂପ-କୂଅ । ମଉଳି-ମୁଣ୍ଡ । ପ୍ରକଟ-ପ୍ରକାଶ । କମ୍ବୁ-ଶଙ୍ଖ ।