ପୃଷ୍ଠା:Sadashiba Ramalila (Baishya Sadashiba).pdf/୪

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ସୀତାଦେବୀଙ୍କର ବନ୍ଦନା

ଜୟ ଜୟ ଜାନ‌କୀ ଗୋ ଜନ‌କୁମାରୀ । ସର୍ବ ସୁଲକ୍ଷଣୀ ଶ୍ରୀରାମଙ୍କ ମନୋହାରୀ । କୃପାକର ଗୋ । ନିରନ୍ତରେ ଶରଣ ତୋହର ଗୋ । ୧। ଶ୍ରୀଅଙ୍ଗ ଶୋଭା ବର୍ଣ୍ଣନା କିକ‌ହିବି ମୁହିଁ । ଯେଉଁ ରୂପ ଦେଖି ରାମଚନ୍ଦ୍ର ହେଲେ ମୋହି । କାହାଛାର ଗୋ । ବନ୍ଦଇ ତୋହର କଳେବର ଗୋ ।୨। କ‌ହିବି ଶ୍ରୀନାରାୟଣ ତୁମ୍ଭରି ଚରିତ । କଣ୍ଠେ ବସି ପଦ ମୋତେ କ‌ହିଦିଅ ମାତ । କୃପାମୟୀ ଗୋ । ତୋହ ବିନା ଅନ୍ୟ ସାହା ନାହିଁ ଗୋ । ୩। ଜଗତ ଜନ‌ନୀ କରୁ ଜଗତ ପାଳନ । ଭକ୍ତି ମୁକ୍ତି ଦେଉ ତୋତେ ଯେ କରେ ସ୍ମରଣ । ତିନିପୁରେ ଗୋ । ପ୍ରଶଂସା କରନ୍ତି । ସୁରନରେ ଗୋ ।୪। ଗର୍ବ ବ‌ହି ତୋତେ ଯେହୁ ନ କରେ ଭକତି । ତୁ ତାହାର ନାଶକରୁ ଅଚଳ ସମ୍ପତ୍ତି । ଅମ‌ଙ୍ଗଳେ ଗୋ । ମଜ୍ଜି ରହିଥାନ୍ତି ନରନ୍ତରେ ଗୋ । ୫। ମାନବ ଦେହରେ ଗର୍ବ ବ‌ହି ଏ ସଂସାରେ । ପ୍ରଶଂସା ଲଭଇ କିବା ତୋ ବିନାକୃପାରେ । କୃପାମୟୀ ଗୋ । କର‌ଯୋଡ଼ି ସଦାଶିବ କ‌ହି ଗୋ ।୬।