ପୃଷ୍ଠା:Sadashiba Ramalila (Baishya Sadashiba).pdf/୭

ଉଇକିପାଠାଗାର‌ରୁ
ଏହି ପୃଷ୍ଠାଟି ସଂଶୋଧିତ ହୋଇନାହିଁ

ଶ୍ରୀରାମଲୀଳା ମୁନିଙ୍କ ବାଣୀ ଶୁଣି କହନ୍ତି ରଘୁମଣି । ମୋହର ବଚନ ତୁମ୍ଭେ ଶୁଣ ମହାମୁନି ।୧। ଯଦ୍ୟପି ସେ ଭେଟ ଆସି ହେବ ମୋ ଆଗର । ପ୍ରାଣ ଘେନି ଯିବ ସେ କି ତାର ନିଜ ପୁର ।୨୮ ଅସୁରୀ ଛାରକୁ ଯେବେ ମାରି ନ ପାରିବି । ଅସୁର ମାରିଣ କେହ୍ନେ ତା ଯାଗ ରଖିବି ।୩ ଏତେ କହି ଶ୍ରୀରାମ ଟଙ୍କାର ଧ୍ବନି କଲେ । ବନସ୍ତ କମ୍ପିଲା ଶୁଣି ସଦାଶିବ ବୋଲେ ।୪ ୧୦ ଟଙ୍କାର ଧ୍ଵନି ଶୁଣିଣ ତାଡ଼କାରାକ୍ଷସୀ । ଘୋର ନାଦ କରିଣ ଯେ ମିଳିଲାକ ଆସି ।୧। ଘୋର ରଡ଼ି ଶବଦରେ କମ୍ପେ ତିନିପୁର । ତାହାଣୁଣି ବିଶ୍ଵାମିତ୍ର ହୋଇଲେ କାତର ।୨। ବେନିକରେ ଧରି ବେନିଶାଳ ତରୁବର । ବିକଟାଳ ବଦନ ଦିଶଇ ଭୟଙ୍କର ।୩ ଜିହ୍ନା ଲହ ଲହ ତାର ମୁକୁଳିତ କେଶ । ରଡ଼ି ଶୁଣି ଚକିତ ହୋଇଲେ ଦଶଦିଶ ।୪୮ ଶ୍ରୀରାମଙ୍କ ସଙ୍ଗରେ ଅନେକ କଲା ଯୁଦ୍ଧ । ଶାଳଗଛ ପିଟଇ ହୋଇଣ ଘୋର କ୍ରୋଧ ।୫ ବେନି ରାହୁ ବୁଲାଇଣ ଟହଟହ ହସି । ରାମଚନ୍ଦ୍ର ମୁଖ ଚାହିଁ ମୁନିବର ଭାଷି ॥ ରାକ୍ଷସୀକି ମାର ରାମ ବିଳମ୍ବ ନକର । ସଂସାରେ ସାମର୍ଥ୍ୟପଣ ଦିଶୁ ହେ ତୁମ୍ଭର ।୭ ରାମଚନ୍ଦ୍ର କହନ୍ତି ଯୋଡ଼ିଣ ବେନିକର । ସ୍ତରୀବଧ ଦୋଷକୁ ମୋ ଭୟ ମୁନିବର ॥ ନୋହିଲେ କି ଏତେବେଳେ ଥାନ୍ତା ରାକ୍ଷାସୁଣୀ । ବିଶ୍ଵାମିତ୍ର କହେ ନାଶ କର ରଘୁମଣି ।୯। ସଦାଶିବ କହଇ ଯୋଡ଼ି ବେନିକର । ଏହାଶୁଣି ଲକ୍ଷ୍ମଣ ଯେ କରନ୍ତି ଉତ୍ତର ।୧୦। ଲକ୍ଷ୍ମଣ କହନ୍ତି ପ୍ରଭୁ ଶୁଣ ରଘୁବୀର । ମହାଭାର ଯାଉ ବେଗେ ରାକ୍ଷସୀକି ମାର ।୧। କାର୍ଯ୍ୟକାଳେ ଗୋରୁ ଯେ ବ୍ରାହ୍ମଣ ନାଶ କରି । ମାର ରାକ୍ଷସୀକି ସ୍ତରୀ ବଧ ନ ବିଚାରି ।୨। ପର ଉପକାରେ ମୁନି ଯାଗ ରଖୁବାରେ । ଆସିଥାଇଁ ବେନିଭାଇ ମୁନିଙ୍କ ସଙ୍ଗରେ ।୩ ପାପପୁଣ୍ୟ ଦୁହିଁକି ନକର ମନେ ଭୟ । ମୁନିଯାଗ ରଖିବାରେ ଆମ୍ଭର ନିଶ୍ଚୟ ।୪। ଏ ବଚନ ପୁଣି ମନେ ଶ୍ରୀରାମ ହରଷ । କହର ଅଧମ ହୀନ ସଦାଶିବ ବୈଶ୍ୟ ।୫ ତୃଣୀରୁ କାଢ଼ିଲେ ରାମ ତୀକ୍ଷ୍ଣ ମୁନା ଶର । ଗୁଣରେ ବସାଇ ଯେ ପେଷିଲେ ଧାତିକାର ।୧। ଅସୁରୀ କଣ୍ଠରେ ଶର ଯାଇଣ ବାଜିଲା । ପ୍ରାଣ ଛାଡ଼ି ଦଇତୁଣୀ ଭୂମିରେ ପଡ଼ିଲା ।୨। ବିଶ୍ଵାମିତ୍ର ପ୍ରଶଂସା ଯେ କଲେକ ବହୁତ । ଦେବଗଣ କୁସୁମ ବରଷି ହରଷିତ ।୩ ସେଠାରୁ ଚଳିଲେ ବିଶ୍ୱାମିତ୍ରଙ୍କ ଆଶ୍ରମେ । ପ୍ରବେଶ ହୋଇଲେ ମୁନିବର ମନୋରମେ ।୪ କହେ ହୀନ ସଦାଶିବ ରହି ଦିନ ତିନି । ଯାଗ ଆରମ୍ଭ ଯେ କଲେ ବିଶ୍ଵାମିତ୍ର ମୁନି ।୫। ଆଦ୍ୟକାଣ୍ଡ ୧୧ ଯବ ତିଳ ସମିଧ ସକଳ ଭିଆଇଲେ । ସମସ୍ତ ମୁନିମାନଙ୍କୁ ନିମନ୍ତେ ଆଣିଲେ ।୧। ଅଗ୍ନିରେ ସମିଧ ଦେଇ ହୋମ ଯହୁଁ କଲେ । ଦେଖୁ ଅସୁର ବଳ ଧାଇଁଣ ପଡ଼ିଲେ ।୨। ସୁବାହୁ ମାରିବ ବେନି ହୋଇ ଆଗୁସାର । ଯାଗଶାଳ ବେଢ଼ିଲେ କରିଣ ଶତେପୁର ।୩ ଗଢିଘୋର ନାଦ କରି କମ୍ପାଇଲେ ମହୀ । ଦେଖ୍ ଧନୁଶର ଧରି ଉଭା ରଘୁସାଇଁ ।୪ ବିଶ୍ଵାମିତ୍ର ମୁନିପାଦେ କରି ନମସ୍କାର । ଅସୁରଙ୍କ ପରେ ବାଣ କଲେଜ ପ୍ରହାର ।୫। ସେ ଶର ସହି ସୁବାହୁ ଘୋର ଯୁଦ୍ଧ କଲା । ଜଳ ବରଷଣ ପ୍ରାୟ ବାଣ ବରଷିଲା ।୬ ଦେଖ୍ ଚମତ୍କାର ହେଲେ ରଘୁକୁଳ ସାଇଁ । ଅଗ୍ନିଶର କାଢ଼ିଣ ସେ ଧନୁରେ ବସାଇ ।୭ ସୁବାହୁର ଉପରକୁ ପେଷିଲେ ଯେ ଶର । ଦେଖିଣ ପଳାଇଗଲା ସୁବାହୁ ଅସୁର ।୮। କେତେଦୂର ଅଗ୍ନିଶର ପଡ଼ିଣ ଉପର । ଭସ୍ମୀଭୂତ ହୋଇଗଲା ସୁବାହୁ ଅସୁର ।୯। ମାରିଚ ଯୁଝିଲା ଆସି ଘୋର ନାଦ କରି । ମାତା ନାଶ ଶୁଣି ମନେ ଗୁରୁ କ୍ରୋଧ କରି ।୧୦। ଦେଖି ଦାଶରଥ୍ ହସି ଧନୁଶର ଧରି । ଅସୁର ଉପରେ ତୀକ୍ଷ୍ମ ଶର ଯେ ପ୍ରହାରି ।୧୧। ଦେଖି ମହାଯୁଦ୍ଧ କଲା ମାରିଚ ଅସୁର । କହେ ସଦାଶିବ ଶ୍ରୀରାମ କାତର ।୧୨। ବୃକ୍ଷ ରୂପ ଧରିଣ ସେ ଆଗରେ ମିଳିଲା । ଦେଖୁ ରାମଚନ୍ଦ୍ର ମନେ ଶଙ୍କା ଉପୁଜିଲା ।୧। ଅନେକ ମନ ମଧ୍ୟରେ ବିଚାରଣ କରି । ହାବଡ଼ା ଶରକୁ ମନେ ଶ୍ରୀରାମ ସୁମରି ।୨। ଧନୁରେ ବସାଇ ପେଷିଲେ ଯେ ରଘୁନାଥ । ଚଳିଲାକ ଶର ଯେ ପବନ୍ଧୁ ବେଗେ ପଥ ।୩ ମାରିଚ ଅସୁରକୁ ଉଡ଼ାଇ ଘେନିଗଲା । ବଡ଼ବା ଅନଳେ ଯାଇ ଅସୁର ପଡ଼ିଲା ।୪ ଦେଖିଣ ସନ୍ତୋଷ ହେଲେ ଗାଧର କୁମର । ଶ୍ରୀରାମଙ୍କୁ ଆଶୀର୍ବାଦ କଲେ ମୁନିବର ।୫ ଯାଗ ନିର୍ଭାକରି ସର୍ବଋଷି ଚଳିଗଲେ । ଶ୍ରୀରାମ ଲକ୍ଷ୍ମଣ ମୁନି ସେଠାରେ ରହିଲେ ।୬ ବୋଲେ ସଦାଶିବ ରାମ ଚରଣକୁ ଧ୍ୟାୟି । ମୋହଠାରେ କୃପା କର ପ୍ରଭୁ ରଘୁସାଇଁ ।୭ ରାମ ଲକ୍ଷ୍ମଣ ମିଥ୍ୟାଳା, ଗମନ, ଅହଲ୍ୟା ମୋକ୍ଷ, ନାବି ଉଦ୍ଧାର ଶ୍ରୀରାମ ବଚନ ଶୁଣି ଗାଧୁର କୁମର । ବୋଲନ୍ତି ମୋ ବଚା ହେ ଶୁଣ ରଘୁବୀର । ୧ । ମିଥୁଳା ନଗ୍ରରେ ରାମ ଆସିବାକ ପଶି । ଧନୁଯାତ୍ରା କ ଛି ଜନକ ମହାଋଷି ।୨୮ ଲକ୍ଷେ ରାଜା ବରଣ ଯେ କରିଅଛି ସେହି । ସେଠାରେ ବାରେକ ଆମ୍ଭେ ଯିବା ରଘୁସାଇଁ ।୩ ରାଜାଙ୍କୁ ଦେଖିବା ଧନୁ ଯାତ୍ରାହିଁ ଦେଖିବ ସଦାଶିବ ତହୁଁ ତୁରିତେ ଆସିବା ।୪ ବୋଲେ ଶୁଣି ସନମତ କଲେ ପ୍ରଭୁ ରଘୁମଣି । ରାମ ଲକ୍ଷ୍ମଣଙ୍କୁ ଘେନି ମୁନି । ବିପୁଳ ବନରେ ଯେ ପ୍ରବେଶ ହେଲେ ଯାଇଁ । ଅହଲ୍ୟା ପା ହୋଇଥିଲେ ତହିଁ ।୨। ବିଶ୍ଵାମିତ୍ର ବୋଲନ୍ତି ହେ ଶୁଣ ରଘୁରାଣ । ଗଉ 'ଳିଗଲେ ଣ ରୂପ ମ ନାରୀ